ମେଷ- ଦିନ ଉତ୍ସାହ ଓ ଶକ୍ତିରେ ଭରିରହିବ। କାର୍ଯ୍ୟସ୍ଥଳରେ ନୂତନ ଅନୁଭବ ହେବ। ବଡ଼ କାମ ଆରମ୍ଭ କରିବା ପାଇଁ ଉତ୍ତମ ସମୟ। ବନ୍ଧୁମାନଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି, ଧୈର୍ଯ୍ୟ ରଖନ୍ତୁ। ଆର୍ଥିକ ଲାଭ ହେବ। ଶରୀର ଓ ମନ ଦୁହିଁ ସ୍ୱସ୍ଥ ରହିବ। ଭଗବାନ ଆପଣଙ୍କୁ ନୂତନ ଦିଗ ଦେଖାଇପାରନ୍ତି।
ବୃଷ- ଅନ୍ତର୍ନିହିତ କ୍ଷମତା ଉଦ୍ଘାଟନ ହେବ। ଜୀବନସାଥୀଙ୍କ ସହ ସମ୍ପର୍କ ମଜବୁତ ହେବ। ଅପରିଚିତ ବ୍ୟକ୍ତି ବିଶ୍ୱାସ କରନ୍ତୁନି। ଅଧ୍ୟୟନ କିମ୍ବା ନୂତନ ବିଷୟ ଶିଖିବାକୁ ଇଚ୍ଛା ହେବ। ଧନ ଅପବ୍ୟୟ ରୋକିବା ଦରକାର। ସନ୍ତାନ ସଂପର୍କିତ ଖୁସି ଖବର ମିଳିପାରେ। ଲାଲ୍ ରଙ୍ଗ ଶୁଭ।
ମିଥୁନ- ଦୂର ଯାତ୍ରା ଦ୍ୱାରା ଲାଭ ହେବ। ପୁରୁଣା ଦୁଃଖ ଓ ଚିନ୍ତାରୁ ମୁକ୍ତି ମିଳିପାରେ। କାର୍ଯ୍ୟ ହାତରେ ନେଇ ଅଧାରେ ଛାଡ଼ନ୍ତୁନି। ମନ ଶାନ୍ତ ଓ ଉତ୍ସାହିତ ରହିବ। ଉନ୍ନତିର ସୁଯୋଗ ମିଳିପାରେ। ବ୍ୟବସାୟରେ ନୂତନ ଚୁକ୍ତି ହେବ। ମନୋରଞ୍ଜନ କାର୍ଯ୍ୟରେ ଅଂଶ ନେବେ।
କର୍କଟ- ମନରେ ଆଶା ଓ ଆତ୍ମବିଶ୍ୱାସ ରହିବ। ଗୃହସ୍ତ ଜୀବନ ଶାନ୍ତିପୂର୍ଣ୍ଣ ହେବ। କେହି ନିକଟ ବ୍ୟକ୍ତି ଆପଣଙ୍କୁ ଭଲ ମତ ଦେଇପାରନ୍ତି। ଚିନ୍ତା ଓ ଶଂକାରୁ ଦୂର ରୁହନ୍ତୁ। ଅତିରିକ୍ତ ଖର୍ଚ୍ଚ ହେବ। ଭାଗ୍ୟରେ ଉନ୍ନତି ରହିଛି। ଧ୍ୟାନ ଓ ପୂଜାରେ ମନ ଲାଗିବ।
ସିଂହ- ବୃଦ୍ଧି ଓ ସଫଳତାର ସନ୍ଦେଶ ମିଳିପାରେ। ବ୍ୟବସାୟରେ ନୂତନ ଯୋଗ ହେବ। ପାରିବାରିକ ମାମଲାରେ ଧୈର୍ଯ୍ୟ ଆବଶ୍ୟକ। ଆତ୍ମସମ୍ମାନ ବଢ଼ିବ। ନୂତନ ବସ୍ତୁ କିଣିବା ଯୋଗ ଅଛି। ସ୍ନେହ ଓ ସହଯୋଗ ମିଳିବ।
କନ୍ୟା- ଦୈନିକ କାର୍ଯ୍ୟ ବ୍ୟସ୍ତତା ରହିବ। ଶ୍ରମ ଅନୁସାରେ ଫଳ ମିଳିପାରେ। ଦିନ ଉପଯୋଗୀ ହେବ। ଅନାବଶ୍ୟକ ବାଦବିବାଦରୁ ଦୂରେଇ ରୁହନ୍ତୁ। ସମ୍ପତି ସଂପର୍କିତ କାମ ଅଗ୍ରଗତି କରିପାରେ। ଶିକ୍ଷାର୍ଥୀଙ୍କ ପାଇଁ ଶୁଭ ସମୟ। ପ୍ରେମ ମାମଲାରେ ସାବଧାନ ରୁହନ୍ତୁ।
ତୁଳା- ମନରେ ଆଶା ଓ ନୂତନ ଆଲୋଚନା ଆସିପାରେ। ବ୍ୟବସାୟରେ ଉନ୍ନତି ଓ ଲାଭ ମିଳିପାରେ। ବଡ଼ମାନଙ୍କ ଆଶୀର୍ବାଦ ଲାଭ ହେବ। ଆର୍ଥିକ ଅବସ୍ଥା ମଜବୁତ ହେବ। ଯାତ୍ରା ଯୋଗ ଅଛି। ପାରିବାରିକ ମାମଲା ଶାନ୍ତିପୂର୍ଣ୍ଣ ହେବ। ମନ ପ୍ରସନ୍ନ ରହିବ।
ବିଛା- ଅପେକ୍ଷିତ ଫଳ ମିଳିପାରେ। ପୁରୁଣା କାମ ଶେଷ ହେବାର ଯୋଗ ଅଛି। ଆର୍ଥିକ ଦିଗରୁ ଲାଭ ମିଳିବ। ବିଦ୍ୟାର୍ଥୀଙ୍କ ପାଇଁ ଉତ୍ତମ ସମୟ। ବ୍ୟବସାୟ ଓ ଚାକିରିରେ ଅବସର ଆସିପାରେ। ପରିବାରରେ ଖୁସି ରହିବ। ମନ ଶାନ୍ତି ରଖିବାକୁ ପୂଜା କରନ୍ତୁ।
ଧନୁ- ନୂତନ ଯୋଜନା ଆରମ୍ଭ କରିପାରନ୍ତି। ଭାଗ୍ୟ ସହଯୋଗ ଦେଇପାରେ। ବୃଦ୍ଧି ଓ ଉନ୍ନତି ଯୋଗ ଅଛି। ବିଦ୍ୟା, ବ୍ୟବସାୟ, ଚାକିରି ଯେଉଁଠି ଥିବେ ସେଠି ଉତ୍ତମ ଖବର ମିଳିପାରେ। ଭାଇ-ଭଉଣୀଙ୍କ ସହ ସମ୍ପର୍କ ଶକ୍ତିଶାଳୀ ହେବ। ଅପରିଚିତ ଲୋକଙ୍କୁ ଆଧିକ ବିଶ୍ୱାସ କରନ୍ତୁନି।
ମକର- ନିଜ ଉଦ୍ୟମରେ ସଫଳତା ଆସିପାରେ। ବ୍ୟବସାୟୀମାନେ ନୂତନ ଚୁକ୍ତି କରିପାରନ୍ତି। ପ୍ରେମ ସମ୍ପର୍କ ମଧୁର ହେବ। ବଡ଼ ଲୋକଙ୍କ ଦ୍ୱାରା ଉପକୃତ ହେବେ। ବିଦ୍ୟାର୍ଥୀମାନେ ପରୀକ୍ଷା ଓ ଅନୁଷ୍ଠାନରେ ଅଗ୍ରଗତି କରିପାରନ୍ତି। ଧନ ଆଗମନ ଯୋଗ ଅଛି। ଦାନ କରିଲେ ଶୁଭ ମିଳିବ।
କୁମ୍ଭ- ବିଦେଶ ଯାତ୍ରା ଯୋଗ ଅଛି। ମନ ନିୟନ୍ତ୍ରଣରେ ରଖିବା ଆବଶ୍ୟକ। ଅଧ୍ୟୟନ କିମ୍ବା ଗବେଷଣାରେ ଆଗ୍ରହ ବଢ଼ିବ। ବ୍ୟବସାୟ ଓ ନିଯୁକ୍ତିରେ ଅଗ୍ରଗତି ଦେଖିପାରିବେ। ବୃଦ୍ଧ ବ୍ୟକ୍ତିଙ୍କୁ ସମ୍ମାନ ଦିଅନ୍ତୁ। ଶୁଭ ରଙ୍ଗ ନୀଳ।
ମୀନ- ଦିନ ମିଶ୍ରିତ ଫଳ ଦେଇପାରେ । କାର୍ଯ୍ୟସ୍ଥଳରେ ବ୍ୟସ୍ତତା ବଢ଼ିପାରେ । ବୁଦ୍ଧି ଓ ବୈଚାରିକତା ଦ୍ୱାରା ସମସ୍ୟା ଦୂର କରିପାରିବେ। ନିଜର କାମରେ ଧ୍ୟାନ ଦିଅନ୍ତୁ। ମନ ଅଶାନ୍ତ ହେଇପାରେ– ଧ୍ୟାନ କରନ୍ତୁ। ସତର୍କ ଏବଂ ସହନଶୀଳ ରୁହନ୍ତୁ। ପୁରୁଣା ମାମଲା ଅବଶେଷ କରିବା ପାଇଁ ଏହି ଦିନ ଉପଯୁକ୍ତ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ - 8249826682