ମେଷ- ପରିବାରରେ ଖୁସିର ବାତାବରଣ ଦେଖାଦେବ। କୌଣସି ଗୁରୁତ୍ୱପୂର୍ଣ୍ଣ ଶୁଭ ସମ୍ବାଦ ଆପଣଙ୍କ ମନକୁ ଆନନ୍ଦିତ କରିବାର ଯୋଗ ରହିଛି। ବ୍ୟବସାୟରେ ଭଲ, ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ ଏବଂ ଶିକ୍ଷା କ୍ଷେତ୍ରରେ ଉତ୍ତମ ଫଳ ମିଳିବାର ସମ୍ଭାବନା ଅଛି।

ବୃଷ- ସାମାନ୍ୟ ସ୍ୱାସ୍ଥ୍ୟ ହାନି ଘେରି ରହିବାର ସମ୍ଭାବନା ଅଛି। ଆର୍ଥିକ ଦିଗରେ କୌଣସି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଚିନ୍ତା ମଧ୍ୟ ଆସିପାରେ। ବ୍ୟବସାୟରେ ପୁଞ୍ଜି ନିବେଶରୁ ବିରତ ରୁହନ୍ତୁ, ଚାକିରିରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ, କିନ୍ତୁ ଛାତ୍ରଛାତ୍ରୀମାନେ ଏକାଗ୍ରତା ସହ ପଢ଼ିବେ।

ମିଥୁନ- କୌଣସି ଅଯଥା କାର୍ଯ୍ୟ ପାଇଁ ଭ୍ରମଣ କରିବାକୁ ପଡ଼ିବ। ବ୍ୟବସାୟୀମାନେ କୌଣସି ଦୂର ଯାତ୍ରା ନ କରନ୍ତୁ। ଚାକିରିରେ ନୀରବତା ବଜାୟ ରଖନ୍ତୁ ଏବଂ ଶିକ୍ଷାର୍ଥୀମାନେ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନିଅନ୍ତୁ ନାହିଁ।

କର୍କଟ- କଠିନ ପରିଶ୍ରମ ଯୋଗୁ ଉଦ୍ୟମରେ ସଫଳତା ମିଳିବ। ଆକସ୍ମିକ ଦ୍ରବ୍ୟ ଲାଭର ଯୋଗ ରହିଛି। ବ୍ୟବସାୟୀଙ୍କୁ ଲାଭ ହେବ, ଚାକିରିରେ ପଦୋନ୍ନତିର ସୁଯୋଗ ରହିଛି ଏବଂ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ଉଚ୍ଚ ସଫଳତା ପାଇବେ।

ସିଂହ- କୌଣସି ବନ୍ଧୁଙ୍କ ଠାରୁ ସମାଲୋଚନା ଶୁଣିବାକୁ ମିଳିପାରେ। ଅଯଥା ଖର୍ଚ୍ଚ ଯୋଗୁ ଧନ ହାନି ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ନିବେଶକୁ ସ୍ଥଗିତ ରଖନ୍ତୁ, ଚାକିରିରେ ଉପରିସ୍ଥଙ୍କ ସହଯୋଗ ମିଳିବ, କିନ୍ତୁ ଶିକ୍ଷା କ୍ଷେତ୍ରରେ ନିଜ ଲକ୍ଷ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ।

କନ୍ୟା- କୌଣସି ମୂଲ୍ୟବାନ ଭୂଷଣ ଲାଭ ହେବାର ଯୋଗ ରହିଛି। ସମସ୍ତ କାର୍ଯ୍ୟକ୍ଷେତ୍ରରେ ବେଶ୍ ସଫଳତା ପାଇବେ। ବ୍ୟବସାୟ ସହଜରେ ଆଗକୁ ବଢ଼ିବ, ଚାକିରିରେ ଦିନଟି ଶୁଭଙ୍କର ରହିବ ଏବଂ ବିଦ୍ୟାର୍ଥୀମାନେ କ୍ୟାରିୟର ପାଇଁ ନୂତନ ପଥ ବାଛିବେ।

ତୁଳା- କୌଣସି ଗୁପ୍ତ କାରଣରୁ ଦୁଶ୍ଚିନ୍ତା ଘେରି ରହିବାର ଯୋଗ ରହିଛି। ଅଯଥା ବ୍ୟୟ ବୃଦ୍ଧି ହେବାର ସମ୍ଭାବନା ଅଛି। ବ୍ୟବସାୟରେ ଲାଭ ମଧ୍ୟମ ରହିବ, ଚାକିରିରେ କର୍ମକ୍ଷେତ୍ରରେ କିଛିଟା ଅସୁବିଧା ଆସିପାରେ ଏବଂ ଶିକ୍ଷା କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

ବିଛା- ଆକସ୍ମିକ ଅର୍ଥ ଲାଭ ହେବାର ସମ୍ଭାବନା ରହିଛି। କାର୍ଯ୍ୟ କିମ୍ବା ବ୍ୟକ୍ତିଗତ କାରଣରୁ ଆପଣଙ୍କୁ ଦୂର ଯାତ୍ରା କରିବାକୁ ପଡ଼ିପାରେ। ବ୍ୟବସାୟୀଙ୍କର ଭ୍ରମଣ ଲାଭଦାୟକ ହେବ, ଚାକିରିରେ ସ୍ଥାନ ପରିବର୍ତ୍ତନର ସୂଚନା ମିଳିପାରେ ଏବଂ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ ଯୋଜନା କରିବେ।

ଧନୁ- କର୍ମକ୍ଷେତ୍ରରେ ସଫଳତା ପାଇବା ଦ୍ୱାରା ବେଶ୍ ଖୁସି ଅନୁଭବ କରିବେ। ସମାଜରେ ସୁନାମ ଅର୍ଜନ କରିବେ। ବ୍ୟବସାୟରେ ଉନ୍ନତି ହେବ। ଚାକିରି କ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ମିଳିବ ଏବଂ ଶିକ୍ଷାର୍ଥୀମାନଙ୍କର ମନୋବଳ ଦୃଢ଼ ରହିବ।

ମକର- କୌଣସି ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ସାମାଜିକ ଉତ୍ସବରେ ଯୋଗେ ଦେବେ। ଚାକିରିରେ ଅଧିକ ପରିଶ୍ରମର ଫଳ ମିଳିବ। ଛାତ୍ରଛାତ୍ରୀଙ୍କୁ ଅଧିକ ମନୋନିବେଶ କରିବାକୁ ପଡ଼ିବ।

କୁମ୍ଭ- ଗ୍ରହମାନଙ୍କ ପ୍ରଭାବ ଯୋଗୁ ଅପମାନ ଯୋଗ ରହିଥିବାରୁ ସତର୍କ ରୁହନ୍ତୁ। ବ୍ୟବସାୟରେ ନିବେଶରୁ ବିରତ ରୁହନ୍ତୁ। ଚାକିରି କ୍ଷେତ୍ରରେ ନିଜ କାର୍ଯ୍ୟରେ ନିରବତା ରକ୍ଷା କରନ୍ତୁ ଏବଂ ବିଦ୍ୟାର୍ଥୀମାନେ ପାଠପଢ଼ାରେ ଅଧିକ ଯତ୍ନବାନ ହୁଅନ୍ତୁ।

ମୀନ- ଚାକିରି ଖୋଜୁଥିବା ବ୍ୟକ୍ତିମାନେ ନୂତନ କର୍ମ ନିଯୁକ୍ତି ପାଇବାର ସମ୍ଭାବନା ରହିଛି। ବିବାହିତ ଜୀବନରେ ପତ୍ନୀ ସୁଖ ଅନୁଭବ କରିବେ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ, ଚାକିରି ଆଶା କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ ଏବଂ ଶିକ୍ଷା କ୍ଷେତ୍ରରେ ଉତ୍ତମ ଫଳ ମିଳିବାର ଯୋଗ ରହିଛି।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – ୮୨୪୯୮୨୬୬୮୨