କ୍ରାଇମ୍ ପାଇଁ ତିଆରି ହେଉଥିଲା ବୋମା ! ମୁଖ୍ୟ ଅଭିଯୁକ୍ତ ନାଁରେ ପୂର୍ବରୁ ରହିଛି ୭ କେସ୍

NEWS7
know-your-horoscope-for-monday-13th-january-2025

ଭୁବନେଶ୍ବର ୨୮।୧: କ୍ରାଇମ୍ ପାଇଁ ତିଆରି ହେଉଥିଲା ବୋମା ! ଭୁବନେଶ୍ୱର ସୁନ୍ଦରପଦା ନିୟୁ ଆଜାଦ୍ ନଗରରେ ବୋମା ବିସ୍ଫୋରଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା । ଡିସିପି କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ନାଁରେ ପୂର୍ବରୁ ୭ଟି କେସ୍ ରହିଛି । ଅନୁମାନ କରାଯାଉଛି କୌଣସି କ୍ରାଇମ୍ ପାଇଁ ଏଭଳି ବୋମା ପ୍ରସ୍ତୁତ କରାଯାଉଥିଲା । ଜେଲ୍ରୁ ଫେରିବା ପରେ ଅଭିଯୁକ୍ତ ବୋମା ଭିଡ଼ୁଥିଲା । ଏହି ବୋମା ବିସ୍ଫୋରଣ ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସୁସ୍ଥ ହେବା ପରେ ସମସ୍ତଙ୍କୁ ଗିରଫ କରାଯିବ ବୋଲି ଡିସିପି କହିଛନ୍ତି । ବୋମା ଭିଡ଼ୁଥିବା ସମୟରେ ଅଭିଯୁକ୍ତର ପ୍ରେମିକା ପାଖରେ ଥିଲେ । ମୁଖ୍ୟ ଅଭିଯୁକ୍ତ ସେହେନଓ୍ବାଜ୍ ମଲ୍ଲିକ ଓରଫ ମୁଫି, ମା’ ଲିଜାତୁନ ବିବି, ସହଯୋଗୀ ଅମୀୟ ମଲ୍ଲିକ, ବାନ୍ଧବୀଙ୍କୁ ନଜରବନ୍ଦୀରେ ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଏୟାର ଫିଲ୍ଡ ଥାନା ଅନ୍ତର୍ଗତ ନିୟୁ ଆଜାଦ୍ ନଗରରେ ବୋମା ମାଡ଼ ଘଟଣାରେ ୪ ଜଣ ଆହତ ହୋଇଥିଲେ । ବୋମା ଭିଡ଼ୁଥିବା ସମୟରେ ଏହି ଘଟଣା ଘଟିଛି । ଏଥିରେ ମୁଖ୍ୟ ଅଭିଯୁକ୍ତ ସେହେନଓ୍ବାଜ୍ଙ୍କ ସମେତ ତାଙ୍କ ବାନ୍ଧବୀ, ମା’ ଓ ବନ୍ଧୁ ଅମୀୟ ମଲ୍ଲିକ ଆହତ ହୋଇଛନ୍ତି । ସେମାନେ ଏବେ ପୋଲିସ ବଳୟରେ ରହି ଚିକିତ୍ସତ ହେଉଛନ୍ତି । ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ପରେ ଅଧିକ ପଚରାଉଚରା କରାଯିବ । ଘଟଣାସ୍ଥଳରୁ ଅନ୍ୟ ଅଫୁଟା ବୋମା ମିଳିଥିବା ବେଳେ ଆଉ କିଛି ନଥିଲା । ମୁଖ୍ୟ ଅଭିଯୁକ୍ତ ସେହେନଓ୍ବାଜ୍ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି । ନୟାପଲ୍ଲୀ, ମୈତ୍ରିବିହାର ଥାନା ଅଞ୍ଚଳରେ ଅପରାଧିକ ମାମଲା ରହିଛି । ହତ୍ୟା ଉଦ୍ୟମ ଓ ବିସ୍ଫୋରଣ ଘଟାଇବା ଭଳି ମାମଲା ରହିଛି । ତେଣୁ କିଛି ପୂର୍ବ ଶତ୍ରୁତା ପାଇଁ ବୋମା ଭିଡ଼ୁଥିବା ସମୟରେ ଏହି ଘଟଣା ଘଟିଛି ବୋଲି ଡିସିପି କହିଛନ୍ତି ।