ମେଷ- ଦିନରେ ବିଶ୍ରାମ କରିବେ, ଯାହା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ଭଲ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ମିଶ୍ର ଫଳ ଦେବ। ସୁଖ ଅନୁଭବ କରିବେ। ବ୍ୟବସାୟ ମଧ୍ୟମ ଫଳ ପ୍ରଦାନ କରିବ। କର୍ମ କ୍ଷେତ୍ରରେ ଲାଭବାନ ହେବେ ।
ବୃଷ- ଦୃଢ଼ ମନା ହୋଇ କାର୍ଯ୍ୟ ସଂପୂର୍ଣ୍ଣ କରିବେ। ବିଦ୍ୟାର୍ଥୀମାନେ ମନୋରଞ୍ଜନରେ ସମୟ ଅତିବାହିତ କରିବେ | ବ୍ୟବସାୟୀମାନେ କାମ କରିବାକୁ ନୂତନ ସୁଯୋଗ ପାଇବେ, କିନ୍ତୁ ସେମାନେ ଏତେ ଲାଭବାନ ହେବେ ନାହିଁ ।
ମିଥୁନ- ଭୋଗ ବିଳାସ ପାଇଁ ଦିନଟି ଉତ୍ତମ ରହିଛି। ଆମୋଦ ପ୍ରମୋଦ ଲାଗି ରହିବ। ଅର୍ଥ ସମସ୍ୟା ଦେଖାଦେଇପାରେ। ଅଭିଳାଷ ବୃଦ୍ଧି ପାଇବ, କିନ୍ତୁ ସେହି ଅନୁଯାୟୀ ଫଳାଫଳ ପାଇବାକୁ ସମୟ ଲାଗିବ ।
କର୍କଟ- ଶରୀର ପୀଡ଼ା ପରି ସମସ୍ୟା ଦେଖା ଦେବ । ଏକାଗ୍ରତାର ଅଭାବ ରହିବ ଏବଂ ମନ କୌଣସି କାର୍ଯ୍ୟରେ ନିୟୋଜିତ ହୋଇପାରିବ ନାହିଁ। ଅଳସୁଆ ଅନୁଭବ ଅଧିକ ହେବ। କିଛି ଅସୁବିଧାରେ ପଡ଼ିପାରନ୍ତି।
ସିଂହ- ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ। ସରକାରୀ କର୍ମଚାରୀମାନେ କାର୍ଯ୍ୟ ପ୍ରତି ବିମୁଖ ହେବେ। ଘର କାମ ବିଷୟରେ ଭାଇ କିମ୍ବା ଭଉଣୀ ସହିତ ଯୁକ୍ତିତର୍କ ହେବ । ବିଦ୍ୟାର୍ଥୀମାନେ ସକାରାତ୍ମକ ଚିନ୍ତାଧାରାରେ ରହିବେ।
କନ୍ୟା- ପରିବାରରେ ସୁଖ ସମ୍ବାଦ ମିଳିବ । କର୍ମକ୍ଷେତ୍ରରେ ଧନ ପ୍ରାପ୍ତିର ଯୋଗ ରହିଛି। ରୀତିନୀତିରେ ବ୍ୟସ୍ତ ରହିବେ ଏବଂ ସମ୍ପର୍କୀୟଙ୍କ ଘରକୁ ମଧ୍ୟ ଯାଇପାରନ୍ତି । ଆଚରଣରେ ପରିବର୍ତ୍ତନ ଆଣନ୍ତୁ ଏବଂ ସମସ୍ତଙ୍କ ସହିତ ଭଲ ମନୋଭାବ ରଖନ୍ତୁ ।
ତୁଳା- ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ। ଯୋଗ୍ୟତା ବୃଦ୍ଧି ହେବ ଏବଂ କ୍ୟାରିୟର ସମ୍ବନ୍ଧରେ ନୂତନ ଆଶା ସୃଷ୍ଟି ହେବ। ନୂଆ ଚାକିରି ଆବେଦନ କରିଥିଲେ ଭଲ ଖବର ମିଳିପାରେ।
ବିଛା- ମନ ସାଧାରଣତଃ ଅଶାନ୍ତ ରହିବ। ଅପରାହ୍ନରେ ଅଙ୍ଗରେ ଯନ୍ତ୍ରଣା ବଢ଼ିପାରେ । ପରିବାରରେ କିଛି ପ୍ରସଙ୍ଗରେ ସାମାନ୍ୟ ମତଭେଦ ହେବ, କିନ୍ତୁ ଏହା ଠିକ୍ ସମୟରେ ସମାଧାନ ହେବ। ଆର୍ଥିକ କ୍ଷେତ୍ରରେ ଲାଭ ହେବ ।
ଧନୁ- ମାନସିକ ସ୍ଥିତି ଠିକ୍ ରହିବ। ସମୟର ଅଧିକ ଅପବ୍ୟବହାର ହେବ। କିନ୍ତୁ ଆପଣ ଅଧିକ କିଛି କରିବାକୁ ସମର୍ଥ ହେବେ ନାହିଁ । ପିଲାମାନଙ୍କଠାରୁ କିଛି ବିଷୟରେ ଖୁସି ହେବ। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀମାନେ ଯଥେଷ୍ଟ ଲାଭବାନ ହେବେ ।
ମକର- ଅଯଥା ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି। ଜୀବନ ସାଥୀ ପ୍ରତି ଆକର୍ଷଣର ଭାବନା ବୃଦ୍ଧି ପାଇବ। ବ୍ୟବସାୟରେ ଆୟର ପରିମାଣ କାମ ରହିବ। ବିଦ୍ୟାର୍ଥୀମାନେ ଅମନଯୋଗୀ ହେବେ ।
କୁମ୍ଭ- ବହୁ କଷ୍ଟରେ ଅର୍ଥ ଉପାର୍ଜନ ହେବ। ନୂତନ ଚିନ୍ତାଧାରା ମନକୁ ଆସିବ ଏବଂ ତାକୁ ନେଇ ଆଗକୁ ବଢ଼ିବେ। ନୂତନ କର୍ମସଂସ୍ଥାନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି ।
ମୀନ- ଅଧିକ ପରିଶ୍ରମ କାରଣରୁ ଶୀରର ପୀଡ଼ା ହୋଇପାରେ। ପିଲାମାନଙ୍କ ପାଇଁ ଦିନଟି ବହୁତ ଭଲ ଏବଂ ସେମାନଙ୍କ ପାଇଁ କିଛି ନୂଆ କରିବାର କଳ୍ପନା ମଧ୍ୟ ମନକୁ ଆସିବ। ଘରେ ପରିବେଶ ସକରାତ୍ମକ ହେବ ଏବଂ ଆପଣ ମଧ୍ୟ ଆପଣଙ୍କ ଚାରିପାଖରେ ଶାନ୍ତି ଅନୁଭବ କରିବେ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682