ଶୂନ୍ୟକାଳରେ ଉଠିଲା ହୀରାକୁଦ ଡ୍ୟାମ ପ୍ରସଙ୍ଗ, ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ

NEWS7
kiren-rijiju-rejects-oppositions-no-trust-motion-against-dhankhar

ଭୁବନେଶ୍ୱର ୦୪/୧୨: ବିଧାନସଭା ଶୂନ୍ୟକାଳରେ ଉଠିଲା ହୀରାକୁଦ ଡ୍ୟାମ୍ ପ୍ରସଙ୍ଗ । ଶୂନ୍ୟକାଳରେ ହୀରାକୁଦ ଡ୍ୟାମର ସୁରକ୍ଷା ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ୧୦୦ ବର୍ଷ ବଞ୍ଚିବ ତ ହୀରାକୁଦ ଡ୍ୟାମ । ଗତ ବର୍ଷ ହୋଇଥିବା ଆକଳନ ଅନୁସାରେ ହୀରାକୁଦର ଜଳଧାରଣ କ୍ଷମତା ୨୭ ପ୍ରତିଶତ କମିଗଲାଣି ।

ଛତିଶଗଡ଼ ସରକାର କେନ୍ଦ୍ର ସରକାରଙ୍କ ସହଯୋଗରେ ହୀରାକୁଦକୁ ଆକ୍ରମଣ କରୁଛନ୍ତି । ସେଲ୍ଟିଂ ଜମା ହେଉଛି । ଏହାକୁ କାଢ଼ିବା ପାଇଁ ଥରେ ଚେଷ୍ଟା ହୋଇଥିଲା। ଯେଉଁ ଉଦ୍ଦେଶ୍ୟରେ ଏହାକୁ ତିଆରି ହୋଇଥିଲା ତାହାତଗହ ହୋଇ ପାରିବ ନାହିଁ । ଦିନେ ନା ଦିନେ ଏହା ରାଜ୍ୟ ତଥା ଦେଶ ପାଇଁ ବଡ଼ ବିପଦ ଡାକି ଆଣିବ। ତେଣୁ ସରକାର ଏହାକୁ ଗୁରୁତର ସହ ନେବା ଉଚିତ। ସେଲ୍ଟିଂ ଜମା ଫଳରେ ହୀରାକୁଦ ପାଇଁ ବିପଦ ଅଛି । ହୀରାକୁଦ ପାର୍ଶ୍ଵରେ ବଡ଼ ବଡ଼ ହୋଟେଲ ପାଇଁ କମ୍ପାନିକୁ ଜାଗା ଦିଆଯାଇଛି। ତେଣୁ ହୀରାକୁଦର ନିରାପତା ଉପରେ ଗୁରୁତ୍ୱ ଦେବା ଉଚିତ।

ସେପଟେ ଉତ୍ତର ରଖିଛନ୍ତି ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ୨୦୧୯ ରୁ ୨୦୨୪ ଭିତରେ କେନ୍ଦ୍ର ସରକାର୍ଡେମ୍ ସେପ୍ଟ ଆକଟ ମଧ୍ୟ ପ୍ରସ୍ତୁତ ହୋଇଥିଲା। ଜଳସମ୍ପଦ ମନ୍ତ୍ରୀଙ୍କ ସହ କଥା ହୋଇଥିଲି। ପୂର୍ବରୁ ଥରେ ଜାପାନୀ କମ୍ପାନୀକୁ ସୁଯୋଗ ଦିଆଯାଇଥିଲା। ହେଲେ ଡ୍ୟାମ ଭିତରେ ଥିବା ଗଛ ପାଇଁ ତାହା ଅସମ୍ପୂର୍ଣ୍ଣ ରହିଥିଲା। ଏ ସମ୍ପର୍କରେ କେନ୍ଦ୍ରକୁ ଅବଗତ କରାଯାଇଛି। ଆମେ ପର୍ଯ୍ୟଟନ ବିକାଶ ସହ ଡ୍ୟାମ ସେପ୍ଟି କୁ ଗୁରୁତ୍ବ ଦିଆଯାଇଛି। ଏହି କ୍ରମରେ ହୀରାକୁଦର ନିରାପତ୍ତାକୁ ନେଇ କାମ ହେଉଛି।