ଏଣିକି ହାତ ପାଆନ୍ତରେ ମିଳିବ ରାଜସ୍ବ ସେବା, ‘ଆମ ସାଥୀ ୟୁନିଫାଏଡ୍ ହ୍ବାଟ୍ସଆପ୍ ବଟ୍’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

NEWS7
kiren-rijiju-rejects-oppositions-no-trust-motion-against-dhankhar

ଭୁବନେଶ୍ୱର ୫।୨: ରାଜସ୍ବ ବିଭାଗରେ ବନ୍ଦ ହେଲା ମଧ୍ୟସ୍ଥି ଯୁଗ । ରାଜସ୍ବ ସେବା ଓ ଲୋକଙ୍କ ମଧ୍ୟରେ ଆଉ ରହିବେନି ମଧ୍ୟସ୍ଥି । ଏଣିକି ସିଧା ସଳଖ ଗୋଟିଏ କ୍ଲିକ୍‌ରେ ମିଳିବ ସମସ୍ତ ରାଜସ୍ବ ସେବା । ଆଉ ବାରମ୍ବାର ତହସିଲକୁ ଦୌଡିବାକୁ ପଡ଼ିବ ନାହିଁ । ଘରେ ବସି WhatsAppରେ ମିଳିବ ରାଜସ୍ବ ସେବା । ଉନ୍ମୋଚନ ହେଲା ଆମ ସାଥି ସହାୟକ ୟୁନିଫାଏଡ଼ WhatsApp ଚାଟ୍ ବଟ୍ । ଲୋକସେବା ଭବନରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏ ଖବର ବି ପଢନ୍ତୁ:-ଜମାତ-ଏ-ଇସଲାମିର ଘୋଷଣାପତ୍ର, ଭାରତ ଓ ହିନ୍ଦୁ ଭୋଟରଙ୍କ ବିଷୟରେ କଣ ରହିଛି ଉଲ୍ଲେଖ?

9437292000 WhatsApp ନମ୍ବରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ନାଗରିକ କୈନ୍ଦିକ ସେବା ଗୁଡିକ ସହ ୧୭୦ରୁ ଉର୍ଦ୍ଧ୍ବ ଜରୁରୀ ସରକାରୀ ସେବା ମିଳିବ । ୨୪ ଘଣ୍ଟା ସେବା ଯୋଗାଇବ ରାଜସ୍ବ ବିଭାଗ । ସେବା ପାଇବାରେ ବ୍ୟାଘାତ ହେଲେ ରାଜସ୍ବ ବିଭାଗରେ ଅଭିଯୋଗ କରିପାରିବେ ଆବେଦନକାରୀ । ଏଥିସହ ୫୭ଟି ଉପ ନିବନ୍ଧନ କାର୍ଯ୍ୟାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।

ଏ ଖବର ବି ପଢନ୍ତୁ:-ଦକ୍ଷିଣ ପଶ୍ଚିମାଞ୍ଚଳ DIGଙ୍କ ବଡ଼ ଘୋଷଣା, ସଂପୂର୍ଣ୍ଣ ମାଓ ମୁକ୍ତ ହେଲା କୋରାପୁଟ ଜିଲ୍ଲା