କିଙ୍ଗମେକର ନୀତିଶଙ୍କ ଡିମାଣ୍ଡ, ଅତି କମରେ ୪ କ୍ୟାବିନେଟ୍ ମନ୍ତ୍ରୀ ପଦ, ବିହାରକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା

Published By : Prameya-News7 Bureau | June 05, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ୧୨ ସିଟ୍ ଜିତିବା ପରେ ଏବଂ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତାରୁ ବଞ୍ଚିତ ହେବା ପରେ ଏନଡିଏର ସହଯୋଗୀ ଦଳ ଭାବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଗୁରୁତ୍ଵ ବଢି ଯାଇଛି। ସେ କେନ୍ଦ୍ରରେ କିଙ୍ଗମେକର ଭୂମିକା ନିର୍ବାହ କରି ପାରନ୍ତି। କୁହାଯାଉଛି ଜେଡିୟୁ ମୁଖ୍ୟ ନୀତିଶ କୁମାର ରାଜ୍ୟର ବିକାଶ ଏଜେଣ୍ଡା ପାଇଁ ବଡ଼ ଦାବି କରି ପାରନ୍ତି। ଜେଡିୟୁ କ୍ୟାବିନେଟ୍‌ରେ ଅଧିକ ମନ୍ତ୍ରୀ ପଦ, କେନ୍ଦ୍ରୀୟ ଆର୍ଥିକ ସହାୟତା, ବିହାରକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରି ପାରେ। ଏପରିକି କ୍ୟାବିନେଟରେ ଅତି କମରେ ସେ ୪ରୁ ୫ କ୍ୟାବିନେଟ୍ ମନ୍ତ୍ରୀ ପଦ ପାଇବାକୁ ଆଶା ରଖିଛି ଜେଡିୟୁ।

ସୂତ୍ର ଅନୁଯାୟୀ, ଫଳାଫଳ ଆସିବା ପୂର୍ବରୁ ଜେଡିୟୁକୁ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ଅତି କମରେ ତିନି କ୍ୟାବିନେଟ୍ ମନ୍ତ୍ରୀ ପଦ ଓ ରାଷ୍ଟ୍ର ମନ୍ତ୍ରୀ ସ୍ତରର ଗୋଟିଏ ମନ୍ତ୍ରୀ ପଦ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଜେଡିୟୁର ଜଣେ ବରିଷ୍ଠ ନେତା କହିଛନ୍ତି, ଏହା ସ୍ପଷ୍ଟ ଯେ ଜେଡିୟୁ କେନ୍ଦ୍ରରେ ବଡ଼ ପଦ ପାଇବାକୁ ଦାବିଦାର। ଏଥିପାଇଁ ଆମେ ଅତି କମରେ ଚାରି କ୍ୟାବିନେଟ୍ ମନ୍ତ୍ରୀ ପଦ ଦାବି କରିପାରୁ। ଦଳ ରେଲଓ୍ଵେ, ଗ୍ରାମାଞ୍ଚଳ ବିକାଶ, ଜଳ ସମ୍ବଳ ପରି ବିଭାଗ ପାଇବାକୁ ଆଶା ରଖିଛି। 

ଏହା ବ୍ୟତୀତ ନୀତିଶ କୁମାର ଏନଡିଏ ପକ୍ଷରେ ଅନୁକୂଳ ମାହୋଲର ଲାଭ ଉଠାଇବା ପାଇଁ ରାଜ୍ୟରେ ଶୀଘ୍ର ବିଧାନସଭା ନିର୍ବାଚନ କରାଇବା ପାଇଁ ଉତ୍ସୁକ। ଲୋକସଭା ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ଯେ ବିହାରରେ ଦଳ ମଜବୁତ ସ୍ଥିତିରେ ଅଛି। ବିଜେପି-ଜେଡିୟୁ-ଏଲଜେପି ମିଶି ୩୦ ସିଟ୍ ଜିତିଛନ୍ତି।  ତେଣୁ ୬ ମାସ ଭିତରେ ବିହାରରେ ନିର୍ବାଚନ କରାଇବା ସପକ୍ଷରେ ରହିଛି ଜେଡିୟୁ। ଏଥିପାଇଁ ବିଜେପି ଏବଂ ଏହାର ସହଯୋଗୀଙ୍କୁ ସହମତି ଦେବାକୁ ପଡ଼ିବ। 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.