ମନ୍ତ୍ରୀ ହେବା ପୂର୍ବରୁ ୨୧ ଥର "ଓମ ଶ୍ରୀ ରାମ" ଲେଖିଲେ ଟିଡିପି ସାଂସଦ

Published By : Prameya-News7 Bureau | June 13, 2024 IST

India Today

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩.O କ୍ୟାବିନେଟ୍ ଟିମ୍‌ର ସର୍ବକନିଷ୍ଠ ମନ୍ତ୍ରୀ ହୋଇଛନ୍ତି ଟିଡିପିର ରାମ ମୋହନ ନାଇଡୁ। ମାତ୍ର ୩୬ ବର୍ଷ ବୟସରେ ସେ ହୋଇଛନ୍ତି ମନ୍ତ୍ରୀ। ତେଲୁଗୁ ଦେଶମ ପାର୍ଟିର ସାଂସଦ ରାମ ମୋହନ ନାଇଡୁ ଗୁରୁବାର କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ୨୧ ଥର "ଓମ ଶ୍ରୀ ରାମ" ଲେଖିଛନ୍ତି। 

ପ୍ରକାଶଥାଉକି ପୂର୍ବରୁ ଏହି ଦ୍ୱାୟିତ୍ୱରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଥିଲେ। ଶ୍ରୀକାକୁଲମ ଆସନରୁ ସାଂସଦ ଭାବେ ବିଜୟ ହୋଇଛନ୍ତି ରାମ ମୋହନ। ୨୦୧୪ ପରଠାରୁ ଏହା ତାଙ୍କର କ୍ରମାଗତ ତୃତୀୟ ବିଜୟ। 

୩୬ ବର୍ଷୀୟ ନାଇଡୁଙ୍କର ରହିଛି ୨୩ କୋଟି ଟଙ୍କାର ସମ୍ପତ୍ତି। ଲୋକସଭା ନିର୍ବାଚନ-୨୦୨୪ରେ କିଙ୍ଗମେକର ସାଜିଥିବା ଟିଡିପି ନେତା କିଞ୍ଜାରାପୁ ରାମ ମୋହନ ନାଇଡୁ ମୋଦୀ ସରକାର ୩.Oରେ ସର୍ବକନିଷ୍ଠ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି। ସେ ଚନ୍ଦ୍ରବାବୁ ନାଇଡୁଙ୍କ ଅତି ନିକଟତର ବୋଲି ବିବେଚନା କରାଯାଏ।ତାଙ୍କ ପିତା ଟିଡିପି ନେତା ୟେରାନ ନାଇଡୁ ମଧ୍ୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଟନ୍ତି।

ନିର୍ବାଚନ ପ୍ରମାଣପତ୍ର ଅନୁଯାୟୀ, ରାମମୋହନ ନାଇଡୁଙ୍କର ନଗଦ ୧.୪୫ ଲକ୍ଷ ଟଙ୍କା ଥିବାବେଳେ ତାଙ୍କ ପତ୍ନୀଙ୍କ ପାଖାପାଖି ୨ ଲକ୍ଷ ଟଙ୍କା ରହିଛି। ଏହା ବ୍ୟତୀତ ତାଙ୍କ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୩ କୋଟିରୁ ଅଧିକ ଟଙ୍କା ଜମା କରାଯାଇଛି। ଏହା ସହିତ, ତାଙ୍କ ଏବଂ ତାଙ୍କ ପତ୍ନୀଙ୍କ ନାମରେ ପ୍ରାୟ ୪୮ ଲକ୍ଷ ଟଙ୍କା ମୂଲ୍ୟର LIC ପଲିସି ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.