LIVE TV

ଶପଥ ନେବେ ଜୟ ଢୋଲକିଆ, ମଧ୍ୟାହ୍ନ ବାଚସ୍ପତି କରାଇବେ ଶପଥ ପାଠ

NEWS7
3-odia-mps-takes-oath-as-a-minister-in-pm-modis-cabinet

ଭୁବନେଶ୍ୱର ୨୦।୧୧ : ଶପଥ ନେବେ ଜୟ ଢୋଲକିଆ । ବିଧାୟକ ଭାବେ ଆଜି ପଦ ଓ ଗୋପନୀୟତାର ଶପଥ ନେବେ ଜୟ ଢୋଲକିଆ । ଗୁରୁବାର ମଧ୍ୟାହ୍ନ ବାଚସ୍ପତି ସୁରମା ପାଢୀ ଜୟ ଢୋଲକିଆଙ୍କ ଶପଥ ପାଠ କରାଇବେ ।  

୨୦୨୪ ବିଧାନସଭା ନିର୍ବାଚନରେ ରାଜେନ୍ଦ୍ର ଢୋଲକିଆ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ୨୦୨୫ ମସିହାରେ ଅସୁସ୍ଥତା ଯୋଗୁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଯାହାପରେ ନୂଆପଡ଼ାରେ ଉପନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଥିଲା । ୨୦୨୫ ମସିହା ନଭେମ୍ବର ୧୧ ତାରିଖରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପରେ ନଭେମ୍ବର ୧୪ରେ ହୋଇଥିବା ଭୋଗ ଗଣତିରେ ଜୟ ଢୋଲକିଆ ବିପୁଳ ସଂଖ୍ୟାରେ ବିଜୟୀ ହୋଇଥିଲେ । ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସର ଘାସିରାମ ମାଝୀଙ୍କୁ ପରାଜିତ କରିଥିଲେ ଜୟ ଢୋଲକିଆ । ବିଧାୟକ ଭାବେ ନିର୍ବାଚିତ ହେବା ପରେ ଗୁରୁବାର ଦିନ ଜୟ ଢୋଲକିଆଙ୍କ ଶପଥ ଗ୍ରହଣ ସମାରୋହ । ବାଚସ୍ପତି ସୁରମା ପାଢୀ ନବନିର୍ବାଚିତ ଜୟ ଢୋଲକିଆଙ୍କୁ ପଦ ଓ ଗୋପନୀୟତା ଶପଥ ପାଠ କରାଇବେ ।