ମହାମହିମଙ୍କ ମଙ୍ଗଳ କାମନା କରି ପତିତପାବନରେ ନୀଳଚକ୍ର ବାନା ଲାଗି, ପ୍ରଶାସନ ଭେଟିଦେଲା ପଟ୍ଟଚିତ୍ର

NEWS7
3-odia-mps-takes-oath-as-a-minister-in-pm-modis-cabinet

ପୁରୀ ୦୪/୦୨: ଓଡ଼ିଶା ଗସ୍ତର ତୃତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୁରୀ ଯାଇଥିଲେ । ପୁରୀରେ ପହଞ୍ଚିବା ପରେ ଆଜି ଶ୍ବେତଗଙ୍ଗାରେ ପ୍ରଥମେ ପିଣ୍ଡଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି। ସକାଳ ୭ଟା ୪୦ ରେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ରାଷ୍ଟ୍ରପତି ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଗଜପତି ମହାରାଜା ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତ।

also read...

ପିଣ୍ଡଦାନ ପରେ ଚତୁର୍ଦ୍ଧାମୁରତୀଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ସର୍ବସାଧାରଣ ଦର୍ଶନ ବନ୍ଦ

ରାଷ୍ଟ୍ରପତି ପ୍ରଥମେ ଅରୁଣ ସ୍ତମ୍ଭ କୁ ପ୍ରଣାମ କରି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ପରେ ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପ୍ରାୟ ୨୦ ମିନିଟ୍ ଗର୍ଭଗୃହ ରେ ଉପସ୍ଥିତ ଥିଲେ ମହାମହିମ ରାଷ୍ଟ୍ରପତି। ରାଷ୍ଟ୍ରପତି ନିଜେ ଦୀପ ଲଗାଇ ମହାପ୍ରଭୁଙ୍କୁ ଆରାଧନା କରିଥିଲେ। ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ନାଟମଣ୍ଡପ ଦେଇ ପ୍ରବେଶ ସମୟରେ ବେଦ ପାଠ କରାଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ ପରେ  ରାଷ୍ଟ୍ରପତି ମୁକ୍ତିମଣ୍ଡପ କୁ ଯାଇ ବ୍ରାହ୍ମଣ ଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ। ପରେ ସେ ଦେବୀ ବିମଳା, ମା ଲକ୍ଷ୍ମୀ ଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ।

ରାଷ୍ଟ୍ରପତିଙ୍କ ସହ ସାଥିରେ ଥିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ରାଷ୍ଟ୍ରପତିଙ୍କର ମଙ୍ଗଳ କାମନା କରାଯାଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତ ଙ୍କ ପକ୍ଷରୁ ଆଜି ନୀଳଚକ୍ରରେ ପତିତପାବନ ବାନା ଲାଗି କରାଯାଇଛି । ପରେ ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ ସମୟରେ ବାଇଶି ପାହାଚରେ କିଛି ସମୟ ବସି ମହାପ୍ରଭୁଙ୍କୁ ସ୍ମରଣ କରିଥିଲେ । ପରେ ରାଷ୍ଟ୍ରପତିଙ୍କୁ ସିଂହଦ୍ଵାର ଠାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉପହାର ସ୍ବରୂପ ମହାପ୍ରଭୁଙ୍କ ଶୁଖିଲି ଭୋଗ ଓ ମହାପ୍ରଭୁଙ୍କ ସୁନାବେଶର ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା।