ପବିତ୍ରା ଗୌଡ଼ଙ୍କୁ ବିବାହ କରି ନାହାନ୍ତି ଦର୍ଶନ, ସେ କେବଳ ତାଙ୍କ ବନ୍ଧୁ: ଖୁଲାସା କଲେ ଅଭିନେତା ଓକିଲ

Published By : Prameya-News7 Bureau | June 16, 2024 IST

indiatoday

ନୂଆଦିଲ୍ଲୀ: ରେଣୁକାସ୍ୱାମୀ ମୃତ୍ୟୁ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ ପବିତ୍ରା ଗୌଡ଼ କାନାଡ଼ା ଷ୍ଟାର୍ ଦର୍ଶନ ଥୁଗୁଦୀପାଙ୍କ ପତ୍ନୀ ନୁହଁନ୍ତି ବରଂ ତାଙ୍କ ବନ୍ଧୁ ବୋଲି ଦର୍ଶନଙ୍କ ଓକିଲ ଅନୀଲ ବାବୁ କହିଛନ୍ତି।

ଚଳିତ ସପ୍ତାହ ଆରମ୍ଭରେ ରେଣୁକାଙ୍କ ହତ୍ୟା ମାମଲାରେ ୧୪ ଜଣଙ୍କୁ ଗିରଫ କରାଯାଇଛି। ସେଥିରେ ପବିତ୍ର ଗୌଡ଼ବି ରହିଛନ୍ତି। ଚିତ୍ରଦୁର୍ଗର ବିସିନ୍ଦା ୩୩ ବର୍ଷୀୟ ରେଣୁକା ଦର୍ଶନ ଥୁଗୁଦୀପାଙ୍କ ଫ୍ୟାନ୍‌କ୍ଲବର ମେମ୍ବର ଥିଲେ। ତାଙ୍କୁ ଦର୍ଶନଙ୍କର ନିର୍ଦ୍ଦେଶରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ରେଣୁକାଙ୍କ ମାଆଙ୍କ ଅଭିଯୋଗକ୍ରମେ ପୁଲିସ ୧୪ ଜଣଙ୍କୁ ଗିରଫ କରିଛି।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଓକିଲ ଅନୀଲ ବାବୁ କହିଛନ୍ତି ଯେ ପବିତ୍ରା ଦର୍ଶନଙ୍କର ପତ୍ନୀ ନୁହଁନ୍ତି। ବିଜୟଲକ୍ଷ୍ମୀ ହେଉଛନ୍ତି ତାଙ୍କର ପ୍ରକୃତ ପତ୍ନୀ। ପବିତ୍ର କେବଳ ତାଙ୍କର ସାଥି କଳକାର ଏବଂ ବନ୍ଧୁ। ଏମାନଙ୍କ ମଧ୍ୟରେ କୌଣସି ଦ୍ୱିତୀୟ ବିବାହ ହୋଇ ନାହିଁ ବୋଲି ଅନୀଲ ବାବୁ କହିଛନ୍ତି। ତେବେ ରେଣୁକାସ୍ୱାମୀଙ୍କ ମୃତ୍ୟୁ ମାମଲାରେ ଦର୍ଶନଙ୍କର କୌଣସି ଭୂମିକା ନାହିଁ କି ସେ ଏଥିରେ ସାମିଲ ନଥିଲେ ବୋଲି ବାବୁ କହିଛନ୍ତି। 

ଅଭିଯୋଗ କ୍ରମେ ଅପରାଧ ଘଟିଥିବା ସ୍ଥାନରେ ଦର୍ଶନଙ୍କ ଜୀପ ଥିବା ଦେଖିବାକୁ ମିଳିଥିଲା। ଏକ ସ୍କର୍ପିଓ କାର୍ ରେଣୁକାଙ୍କ ମୃତଦେହ ପୋତୁଥିବା ବେଳେ ଦର୍ଶନଙ୍କର ନାଲୀ ରଙ୍ଗର ଜୀପ ସେଠାରେ ଥିବା ସିସିଟିଭିରେ କଏଦ ହୋଇଛି। ଉଭୟ ଗାଡ଼ିକୁ ପୁଲିସ ସିଜ୍ କରିଛି। ହେଲେ ଅଭିନେତା ସେଥିରେ ନଥିଲେ। ସେ କାର୍ ଥିବା ନେଇ ପୁଲିସ ଏପର୍ଯ୍ୟନ୍ତ ପ୍ରମାଣ କରିପାରି ନାହିଁ ବୋଲି ଓକିଲ କହିଛନ୍ତି। 

ଅନୀଲ କହିଛନ୍ତି ଯେ ସିସିଟିଭିରେ ଥିବା ସେ କାର୍‌ଟି ଦର୍ଶନଙ୍କର କି ନା ତାହା ସ୍ପଷ୍ଟ ହୋଇ ନାହିଁ। କି ଦର୍ଶନ ସେ କାର ଭିତରେ ଥିବା ପ୍ରମାଣିତ ହୋଇ ନାହିଁ। ଦର୍ଶନ ହତ୍ୟା ପାଇଁ ଓ ମାମଲାକୁ ରଫଦଫା ପାଇଁ ସୁପାରୀ ଦେଇଥିଲେ ବୋଲି ପୁଲିସ ଯେଉଁ ଅଭିଯୋଗ କରିଛି ତା ଉପରେ ବି ଜବାବ ରଖିଛନ୍ତି ଅନୀଲ। ସେ କହିଛନ୍ତି ଯେ ଦର୍ଶନ ଥିରେ ସାମିଲ ନାହାନ୍ତି। ତେଣୁ ସେ କାହାକୁ ସୁପାରୀ ଦେଲେ କେତେ ଦେଲେ ସେ ନେଇ ପ୍ରଶ୍ନ ହିଁ ଉଠୁ ନାହିଁ। ଦର୍ଶନ ଏ ବିଷୟରେ କିଛି ଜାଣି ନାହାନ୍ତି ବୋଲି ତାଙ୍କ ଓକଲି ଅନୀଲ କହିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.