LIVE TV

ଅଗ୍ନି ବିପନ୍ନ ପରିବାରକୁ ଭେଟି ସହାୟତାର ହାତ ବଢାଇଲେ ବିଧାୟକ

NEWS7

ଖଲ୍ଲିକୋଟ: ଗତ ଜୁଲାଇ ୨୭ ତାରିଖ ରବିବାର ଦିନ ୧୨ଟା ବେଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁରରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିଲା। ତିନୋଟି ପରିବାରର ୬ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହିତ ଟଙ୍କା ଓ  ସଞ୍ଚିତ ଧାନ ଚାଉଳ ପୋଡ଼ି ଯାଇଥିଲା। ସେତେବେଳେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ପୂର୍ଣ୍ଣଚନ୍ଦ୍ର ପୁର ଠାରେ ପହଞ୍ଚି ଅଗ୍ନି ବିପନ୍ନ ପରିବାରକୁ ଭେଟି ସହାୟତା ରାଶି ପ୍ରଦାନ କରିଥିଲେ।

ଏହା ସହିତ ସହିତ ବାସନ କୁସନ, ଚାଉଳ ଇତ୍ୟାଦି ପ୍ରଦାନ କରିଥିଲେ।ଘଟଣାର ଏକ ମାସ ପରେ ଆଜି ପୁଣି ଖଲ୍ଲିକୋଟ ବିଧାୟକ ସେଇ ଗାଁକୁ ଯାଇ ଅଗ୍ନି ବିପନ୍ନ ୩ ପରିବାରକୁ ମିଶି ପ୍ରତ୍ୟେକ ପରିବାରକୁ ୧୦ ହାଜର ଟଙ୍କା ର ଅର୍ଥିକ ସହାୟତା  ଚେକ୍ ମାଧ୍ୟମରେ ପ୍ରଦାନ କରିଛନ୍ତି। ଏହା ସହ ଅତି ଶୀଘ୍ର ଇନ୍ଦିରା ଆବାସ ଘର ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।