ଦିନେ BCCI ଲଗାଇଥିଲା ବ୍ୟାନ୍, ଏବେ IPLରେ ମଚାଉଛନ୍ତି ଧୂମ

Published By : Prameya-News7 Bureau | April 25, 2024 IST

ମୁମ୍ୱାଇ ୨୫/୦୪: ଚାଲିଛି ଫଟାଫଟ୍ କ୍ରିକେଟ । ଏହାରି ଭିତରେ ଖେଳାଗଲାଣି ୪୦ ତମ ମ୍ୟାଚ୍ । ବୁଧବାର ଖେଳାଇଯାଇଥିଲା ଦିଲ୍ଲୀ ଓ ଗୁଜରାଟ ମଧ୍ୟରେ ମୁକାବିଲା । ଏହି ମ୍ୟାଚ୍‌ରେ ରାତାରାତି ଷ୍ଟାର ପାଲଟିଯାଇଛନ୍ତି କାଶ୍ମୀରର ଖେଳାଳି ରସିକ୍‌ ସଲାମ୍ ଡାର୍ । ୨୦୨୪ ଆଇପିଏଲ୍‌ରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳୁଛନ୍ତି । 

୨୪ ଏପ୍ରିଲ୍‌ରେ ଗୁଜରାଟ ବିରୋଧରେ ହାସଲ କରିଛନ୍ତି ୩ଟି ଓ୍ୱିକେଟ । ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଖେଳି ହାସଲ କରିଥିଲେ ୨୨୪ ରନ୍ । ଋଷଭ ପନ୍ତ ୪୩ ବଲ୍‌ରେ କରିଥିଲେ ୮୮ ରନ୍ । ସେହିଭଳି ଅକ୍ଷର ପଟେଲ ୪୩ ବଲ୍‌ରେ କରିଥିଲେ ୬୬ ରନ୍। ସେହିଭଳି ଗୁଜରାଟ ଟିମ୍ କଡ୍ଡା ଟକ୍କର ଦେଇ ଖେଳିଥିଲେ ବଢିଆ ଇଂନିସ୍ । ଶେଷ ଓଭର ପର୍ଯ୍ୟନ୍ତ ଖେଳି ୪ ରନ୍‌ରେ ହାରିଥିଲା ଟିମ୍ । 

ଏହି ମୁକାବିଲାରେ ହିରୋ ସାଜିଥିଲେ ୨୪ ବର୍ଷୀୟ ରସିକ୍ ସଲାମ୍ । ଇମ୍ପାକ୍ଟ ପ୍ଲେୟାର ହିସାବରେ ପ୍ରଭାବ ପକାଇଥିଲେ ରସିକ୍ । ରସିକ୍‌ଙ୍କ ବୋଲିଂରେ ଘାଇଲା ହୋଇଥିଲେ ସାଇ ସୁଦର୍ଶନ, ଶାହାରୁଖ ଖାନ୍ ଏବଂ ସାଇ କିଶୋର । ଯାହା କି ମ୍ୟାଚ୍‌ର ଥିଲା ଟର୍ଣ୍ଣିଂ ପଏଣ୍ଟ । ଫଳରେ ରସିକ୍ ୪ ଓଭରରେ ୪୪ ରନ୍ ଦେଇଥିଲ । ତେବେ ନେଇଥିଲେ ୩ ଟି ଓ୍ୱିକେଟ । 

ଯଦିଓ ଖେଳାଳିମାନେ ଆଉଟ୍ ହୋଇଥିଲେ ହେଲେ ବି ଭଲ ପ୍ରଦର୍ଶନ କରିଥିଲେ । ରସିକ୍ କଥ କହିବାକୁ ଗଲେ ଘରୋଇ କ୍ରିକେଟରେ ଜାମ୍ମୁ କାଶ୍ମୀର ଟିମ୍‌ରେ ଖେଳୁଥିଲେ । ଆଇପିଏଲ୍‌ରେ ଦିଲ୍ଲୀ ପୂର୍ବରୁ ସେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ୱାଇ ଇଣ୍ଡିଆନ୍ସର ଭାଗିଦାର ବି ଥିଲେ । କିନ୍ତୁ ଭାଗ୍ୟର ଗ୍ରହଣ ଲାଗିବା ଭଳି ବିବାଦରେ ଛନ୍ଦି ହୋଇପଡିଥିଲେ ରସିକ୍ ।

ବୟସ ଜାଲିଆତି ଅଭିଯୋଗ ଆସିବା ପରେ ଦୁଇ ବର୍ଷ ବାସନ୍ଦ ଲଗାଇଥିଲା ବିସିସିଆଇ । 

ରସିକଙ୍କ ଉପରେ ଆରୋପ ଥିଲା କି ୨୦୧୯ରେ ମାର୍କସିଟ୍‌ରେ ଜାଲିଆତି କରି ୧୭ ବୟସ ଜଣାଇଥିଲେ । ତେବେ ପ୍ରକୃତରେ ରସିକଙ୍କ ବୟସ ଥିଲା ୧୯ ବର୍ଷ । ଏହି କାରଣରୁ ରସିକ୍‌ ଦୁଇ ବର୍ଷ ଯାଏଁ ହୋଇଥିଲେ ବାସନ୍ଦର ଶିକାର । ୫ ଏପ୍ରିଲ୍ ୨୦୦୦ରେ ରସିକ୍‌ଙ୍କ ଜନ୍ମ । ଜାମ୍ମୁ କାଶ୍ମୀରର କୁଲଗାମର ମୂଳ ବାସିନ୍ଦା ରସିକ୍ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.