ଲୋକସଭା ନିର୍ବାଚନ ୨୦୨୪: ଦିଲ୍ଲୀରେ ଜମିବ ମନୋଜ ତିୱାରୀ ଓ କହ୍ନେୟା କୁମାର ଫାଇଟ୍

Published By : Prameya-News7 Bureau | April 14, 2024 IST

indiatoday

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ରବିବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି। ଦଳ କହ୍ନେୟା କୁମାରଙ୍କୁ ଉତ୍ତର ଦିଲ୍ଲୀ ଆସନରୁ ଟିକେଟ୍ ଦେଇଥିବା ବେଳେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଜଳନ୍ଧରରୁ ଟିକେଟ୍ ଦିଆଯାଇଛି। 
ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଛାତ୍ରସଂଘର ଅଧ୍ୟକ୍ଷ ଥିବା କହ୍ନେୟା କୁମାର କଲେଜ୍ ଆନ୍ଦୋଳନରୁ ରାଜନୀତିରେ ପ୍ରବେଶ ହୋଇଛି। ଉତ୍ତର ଦିଲ୍ଲୀରୁ ତାଙ୍କୁ ଟିକେଟ୍ ଦିଆଯାଇଥିବା ତାଙ୍କ ମୁକାବିଲା ବିଜେପିର ମନୋଜ ତିୱାରୀଙ୍କ ସହ ହେବ। ଦିଲ୍ଲୀରେ ମେ ୨୫ ତାରିଖରେ ହେବ।

ପଢ଼ନ୍ତୁ-ବିଜେପି ନିର୍ବାଚନ ଇସ୍ତାହାରକୁ ଜୁମଲା ପତ୍ର କହିଲେ ବିରୋଧୀ: ଜାଣନ୍ତୁ କିଏ କ’ଣ କହିଲେ
ଏହା ପୂର୍ବରୁ ୨୦୧୯ ନିର୍ବାଚନରେ କହ୍ନେୟା କୁମାର ସିପିଆଇ ଟିକେଟ୍‌ରୁ ବେଗୁସରୟାରୁ ନିର୍ବାଚନ ଲଢ଼ି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଠାରୁ ପରାସ୍ତ ହୋଇଥିଲେ। ଏହାପରେ ୨୦୨୧ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ଦଳ ତାଙ୍କ ଉପରେ ବିଶ୍ୱାସ କରି ଟିକେଟ୍ ଦେଇଛି। ଅନ୍ୟପଟେ ମନୋଜ ତିୱାରୀ ଉତ୍ତର ଆସନରୁ ୨୦୧୪ରେ ଶିଲା ଦିକ୍ଷୀତଙ୍କୁ ପରାସ୍ତ କରିବା ପରେ ଦୁଇଥର ସାଂସଦ ହୋଇସାରିଛନ୍ତି।      

  • new delhi
  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.