ଅଣ୍ଡରୱାର୍ଲ୍ଡ ଡନ୍‌ର ଝିଅ ହସିନଙ୍କୁ ଦିଆଯାଉଛି ନିର୍ଯାତନା, ନ୍ୟାୟ ପାଇଁ ପିଏମ୍ ମୋଦିଙ୍କୁ କଲେ ଗୁହାରୀ

NEWS7
kangna-ranawat-targeted-sivsena-over-temple-open

ନୂଆଦିଲ୍ଲୀ: ସମୟ ବଦଳିଲେ ମଣିଷ ଜୀବନ ବି ବଦଳିଯାଏ। ଯେଉଁମାନେ ପୂର୍ବରୁ ରାଜତ୍ୱ କରୁଥିଲେ ସେମାନଙ୍କ ପିଲା ଏବେ ନ୍ୟାୟ କରୁଛନ୍ତି ଅପିଲ୍। ଏଥିରୁ ବର୍ତ୍ତିନାହାନ୍ତି ଅଣ୍ଡରୱାର୍ଲ୍ଡ ଡନ୍ ହାଜି ମସ୍ତାନଙ୍କ ଝିଅ ହସିନ ମସ୍ତାନ ମିର୍ଜା। ଯୌନ ଶୋଷଣ ଏବଂ ସମ୍ପତ୍ତି ଚୋରିର ଅଭିଯୋଗ ଆଣି ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନ୍ୟାୟ ପାଇଁ ଗୁହାରି କରିଛନ୍ତି।

ହସିନଙ୍କ ଦାବି- ତାଙ୍କ ମାମୁଁଙ୍କ ପୁଅ, ଯାହାଙ୍କ ସହ ତାଙ୍କୁ ୧୯୯୬ ମସିହାରେ ଜୋରଜବରଦସ୍ତ ବିବାହ କରାଯାଇଥିଲା। ପ୍ରକୃତ କଥା ହେଲା ସେ ତାଙ୍କୁ ଦୁଷ୍କର୍ମ କରିଥିଲେ। ତାଙ୍କ ସମ୍ପତ୍ତି ହାସଲ କରିବା ପାଇଁ ତାଙ୍କ ପରିଚୟ ଚୋରି କରିଥିବା ଅଭିଯୋଗ ଆଣିଛନ୍ତି। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ସେହି ବ୍ୟକ୍ତି ତାଙ୍କ ପୂର୍ବରୁ ଆଠ ଥର ବିବାହ କରିଥିଲେ ଏବଂ ସେମାନେ ବିବାହ କରିବା ସମୟରେ ସେ ନାବାଳିକା ଥିଲେ। ତାଙ୍କୁ ବିବାହ ପାଇଁ ଚାପ ପକାଯାଇଥିଲା। ସେ ଶାରିରୀକ ଏବଂ ମାନସିକ ଭାବେ ଏତେ ଆଘାତ ପାଇଥିଲେ ଯେ ସେ ତିନି ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।

ହସିନ ମସ୍ତାନ ମିର୍ଜା କହିଥିଲେ, "ମୁଁ ଅମିତ ଶାହ ଏବଂ ମୋଦୀଙ୍କୁ ଅନୁରୋଧ କରିଛି, ବହୁତ କିଛି ଘଟୁଛି - ଦୁଷ୍କର୍ମ, ହତ୍ୟା, ପ୍ରତିଦିନ କିଛି ନା କିଛି ଘଟୁଛି। ମୋ ସହିତ ଯାହା ଘଟିଥିଲା - ଦୁଷ୍କର୍ମ, ହତ୍ୟା ଉଦ୍ୟମ, ବାଲ୍ୟବିବାହ, ମୋର ସମ୍ପତ୍ତି ହଡ଼ପ, ଏବଂ ମୋର ପରିଚୟ ଲୁଚାଇ ରଖାଯାଇଛି। ସେଥିପାଇଁ ମୁଁ କହିଥିଲି ଯେ ଯଦି ଆଇନ କଠୋର ହୁଏ, ତେବେ ଲୋକମାନେ ଅପରାଧ କରିବାକୁ ଭୟ କରିବେ।"

ହସିନଙ୍କ ଗତ ସପ୍ତାହରେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ପୁଣି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହଙ୍କୁ ଅନୁରୋଧ କରି କହିଛନ୍ତି ଯେ ତାଙ୍କୁ ବର୍ଷ ବର୍ଷ ଧରି ନ୍ୟାୟ ମିଳିନାହିଁ। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତ୍ରିପଲ୍ ତଲାକ୍ ଆଇନକୁ ପ୍ରଶଂସା କରିଥିଲେ। କିନ୍ତୁ ଏପରି ମାମଲାରେ ତୁରନ୍ତ ନ୍ୟାୟ ପାଇଁ କଠୋର ଆଇନ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ଇସଲାମରେ ଧାର୍ମିକ ଆଇନର ଅପବ୍ୟବହାର କରାଯାଉଛି। ଇସଲାମରେ ତ୍ରିପଲ୍ ତଲାକର ଅପବ୍ୟବହାର କରାଯାଉଛି। ମୋଦିଙ୍କ ବିଲ୍ ପାସ୍ ହେବା ସେମାନଙ୍କୁ ଏପରି ଆଇନରୁ ମୁକ୍ତ କରିବାରେ ସାହାଯ୍ୟ କରିଥିଲା।