ସିମ୍ଲା: ବିଜେପି ସାଂସଦଙ୍କ ନାଁରେ ଗଡ଼ୁଛି ବିଦ୍ୟୁତ୍ ବକେୟା ବିଲ୍ । ଦୁଇ ଥର ବିଲ୍ ଖିଲାପକାରୀ ଅଭିନେତ୍ରୀ କଙ୍ଗନା ରାଣାଓ୍ବାତ । ଜାନୁଆରୀ ଓ ଫେବ୍ରୁଆରୀ ମାସରେ ବିଜୁଳି ଦେୟ ଦେବାରେ ବିଳମ୍ବ କରିବାରୁ ତାଙ୍କ ମନାଲି ସ୍ଥିତି ବାସଭବନକୁ ୧ ଲକ୍ଷ ଟଙ୍କା ଅତିରିକ୍ତ ବିଲ୍ ଆସିଛି । ତେଣୁ ଅଭିନେତ୍ରୀ କଙ୍ଗନ ରାଣାଓ୍ବାତ ବିଜୁଳି ବିଲ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଜାରି ରହିଛି । ସେପଟେ ହିମାଚଳ ପ୍ରଦେଶ ବିଜୁଳି ବୋର୍ଡ ଏହା ଉପରେ ସଫେଇ ଦେଇଛି ।
ବିଜୁଳି ବୋର୍ଡ ପ୍ରବନ୍ଧ ନିର୍ଦ୍ଦେଶକ ସନ୍ଦୀପ କୁମାର କହିଛନ୍ତି, ସାଂସଦ କଙ୍ଗନା ରାଣାଓ୍ବତ ସଠିକ୍ ସମୟରେ ବିଜୁଳି ଦେୟ ପଠଇ କରନ୍ତିନାହିଁ । ହିମାଚଳ ପ୍ରଦେଶର ମନାଲିରେ ଥିବା ବାସଭବନର ବିଜୁଳି ବିଲ୍ ଦେବାରେ ଖିଲାପ କରନ୍ତି । ସରକାରଙ୍କ ସମସ୍ତ ସବ୍ସିଡ୍ର ଫାଇଦା ଉଠାଇଛନ୍ତି, ହେଲେ ଦୁଇ ଥର ବିଜୁଳି ଖିଲାପକାରୀ ରହିଛନ୍ତି । କଙ୍ଗନାଙ୍କ ଏହି ଘର ମନାଲି ବିଦ୍ୟୁତ୍ ଉପମଣ୍ଡଳ ଅଧୀନ ସିମସା ଗାଁରେ ଆସୁଛି । ତାଙ୍କ ବିଜୁଳି କଷ୍ଟମର ନଂ-୧୦୦୦୦୦୮୩** ଏକ ଘରୋଇ କନେସନ୍ରେ ପଞ୍ଜୀକୃତ ହୋଇଛି । ସିମସା ସ୍ଥିତି ଏହି ବାସଭବନରେ ଦୁଇ ମାସର ବିଜୁଳି ବକେୟା ୯୦, ୩୮୪ ଟଙ୍କା ରହିଛି । ଏଥିରେ ବକେୟା ବିଳମ୍ବିତ ଶୁଳ୍କ ମଧ୍ୟ ଯୋଡ଼ା ହୋଇଛି । ମାର୍ଚ୍ଚ ୨୨ ତାରିଖରେ କଙ୍ଗନା ରାଣାଓ୍ବାତଙ୍କୁ ବିଜୁଳି ବିଲ୍ ଜାରି ହୋଇଥିଲା । ଏଥିରେ ପୂର୍ବରୁ ବିଲ୍ ୩୨, ୨୮୭ ଟଙ୍କା ସାମିଲ୍ ରହିଛି ।
ଏହାଛଡ଼ା ବିଜୁଳି ବୋର୍ଡ ପ୍ରବନ୍ଧ ନିର୍ଦ୍ଦେଶକ ସନ୍ଦୀପ କୁମାର କହିଛନ୍ତି, କଙ୍ଗନା ରାଣାଓ୍ବତଙ୍କ ବାସଭବନରେ ଘରୋଇ ବିଜୁଳି କନେକ୍ସନ ହୋଇଥିଲେ ମଧ୍ୟ ତାଙ୍କର ୯୪.୮୨ କିଲୋଓ୍ବାଟ୍ର ଲୋଡ୍ ରହିଛି । ଏହା ଜଣେ ସାମାନ୍ୟ ଉପଭୋକ୍ତାଙ୍କ ଠାରୁ ୧୫ଶହ ପ୍ରତିଶତ ଅଧିକ । ପୂର୍ବରୁ ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ବିଲ୍ ବାକି ରହିଥିବା ବେଳେ ଦ୍ବିତୀୟ ଥର ଜାନୁଆରୀ ଓ ଫେବ୍ରୁଆରୀ ମାସରେ ମଧ୍ୟରେ ବକେୟା ପଇଠ କରିବା ବିଳମ୍ବ ହୋଇଛି । ଡିସେମ୍ବର ମାସରେ ୬ହଜାର ୟୁନିଟ୍ ମିଟର ରିଡିଂର ମୂଲ୍ୟ ୩୧, ୩୬୭ ଟଙ୍କା ରହିଥିବା ବେଳେ ଫେବ୍ରୁଆରୀ ମାସରେ ୯ ହଜାର ୟୁନିଟ୍ ଖର୍ଚ୍ଚ କରିଛନ୍ତି । ଯାହାର ମୂଲ୍ୟ ୫୮,୦୯୬ ଟଙ୍କା । ଜୋରିମନାକୁ ମିଶାଇ ୯୦, ୩୮୪ ଟଙ୍କା ବକେୟା ଅଛି ବୋଲି ବିଜୁଳି ବୋର୍ଡ କହିଛି ।