ପ୍ରଥମ ଥର ଇରାନ ମାଡ଼ କଲା 'ଅସୁର' ମିସାଇଲ, ଧ୍ୱଂସ ହୋଇଯିବ ଇସ୍ରାଏଲର ଡିଫେନ୍ସ ସିଷ୍ଟମ୍ !

NEWS7
kalimela-community-health-center-doctor-missing

ତେହେରାନ, ୧୬ /୦୩: ଆମେରିକା ଏବଂ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଇସ୍ରାଏଲ ମଧ୍ୟ ଇରାନକୁ ଘେରିଛି । ଏହା ମଧ୍ୟରେ ଇରାନ୍ ରବିବାର ଏକ ଶକ୍ତିଶାଳୀ ମିସାଇଲ୍ ମାଡ କରିଛି । ଯେଉଁଥିରେ ଆଡଭାନ୍ସଡ୍ ଫିଚର୍ସ ରହିଛି । ଆମେରିକାର ସାମରିକ ଘାଟିକୁ ଏଥିରେ ଟାର୍ଗେଟ୍ କରାଯାଇଛି । ପ୍ରଥମ ଥର ପାଇଁ ଯୁଦ୍ଧରେ ଏହି ମିସାଇଲ ବ୍ୟବହାର କରାଯାଇଛି ।

ଇରାନ ଯେଉଁ ମିସାଇଲ ମାଡ଼ କରିଛି ତାହା ହେଲା ସେଜିଲ୍ ମିସାଇଲ୍ । ଏହାକୁ ଇରାନ ନିଜ ଦେଶରେ ପ୍ରସ୍ତୁତ କରିଛି । ଏହା ଏକ ଟୁ ଷ୍ଟେଜ୍ ବାଲିଷ୍ଟିକ୍ ମିସାଇଲ୍ । ଏହାକୁ ଅସୋରା ଏବଂ ଅସୁର ମିସାଇଲ୍ ମଧ୍ୟ କୁହାଯାଏ ।

ମିସାଇଲର ଫିଚର୍ସ

ତେହେରାନର ସେଜିଲ୍ ମିସାଇଲ ଏକ ମିଡିୟମ ରେଞ୍ଜ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର । ଏହାର ଲକ୍ଷ୍ୟଭେଦୀ କ୍ଷମତା ୨ ହଜାର କିଲୋମିଟର ।ଏହା ୭୦୦ କେଜିର ପ୍ଲେଲୋଡ୍ ନେଇପାରିବ । ଅଧିକ ଉଚ୍ଚତାକୁ ଯାଉଥିବାରୁ ଏହାକୁ ଡ୍ୟାନ୍ସିଂ ମିସାଇଲ ମଧ୍ୟ କୁହାଯାଏ । ସେଜିଲ୍ ଅନ୍ୟ ଦେଶର ମିସାଇଲ ଡିଫେନ୍ସ ସିଷ୍ଟମକୁ ଚକମା ଦେବାରେ ସକ୍ଷମ ।

ଇରାନ୍ ଗଣମାଧ୍ୟମ ଅନୁସାରେ, ଅସୁର ମିସାଇଲର ଲମ୍ବ ୧୮ ମିଟର । ଏହାର ଡାଏମିଟର ୧.୨୫ ମିଟର ଏବଂ ଓଜନ ୨୩ ହଜାର ୬୦୦ କେଜି । ୧୯୯୦ ମସିହାରେ ଏହାକୁ ତିଆରି କରାଯାଇଥିଲା । ୨୦୦୮ରେ ମିସାଇଲର ପ୍ରଥମ ପରୀକ୍ଷଣ ହୋଇଥିଲା । ଯାହା ୮୦୦ କିମି ଦୂରରେ ଥିବା ଟାର୍ଗେଟକୁ ଭେଦ କରିଥିଲା । ୨୦୦୯ରେ ଆଉ ଥରେ ଏହାର ପରୀକ୍ଷଣ କରାଯାଇଥିଲା । । ଯେଉଁଥିରେ ନାଭିଗେସନ ସିଷ୍ଟମ ରହିଛି ।

ଏହି ଖବରଟି ପଢନ୍ତୁ... ଯୁଦ୍ଧ ସମୟରେ ଓଲଟା ଚିତ୍ର, କମିଗଲା ସୁନା ଏବଂ ରୁପାର ଦାମ୍ : ଏବେ ଏତେ ଶସ୍ତା

ଯୁଦ୍ଧର ୧୬ ତମ ଦିନରେ ବ୍ୟବହାର

ଯୁଦ୍ଧର ୧୬ ତମ ଦିନରେ ଇରାନ ଏହି ମିସାଇଲ ଲଞ୍ଚ୍ କରିଛି । ଫେବ୍ରୁଆରୀ ୨୮ରେ ପ୍ରଥମ ଥର ଇରାନ ଉପରେ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ସର୍ବୋଚ୍ଚ ନେତା ଆୟତୁଲ୍ଲାହ ଖାମେନି ନିହତ ହୋଇଥିଲେ । ତାଙ୍କ ସମେତ ଆହୁରି ଅନେକ ଟପ୍ ନେତା ପ୍ରାଣ ହରାଇଥିଲେ । ଯାହା ପରେ ଇରାନ ପ୍ରତିଶୋଧ ନେବା ଆରମ୍ଭ କରିଛି ।