ବାଲିପାଟଣା ୧୬।୦୮ : ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ ଘଟଣା। ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ଚିକିତ୍ସାଧିନ ଯୁବକ ଜ୍ୟୋତି କୁମାର ମାଠିଆଙ୍କର ମୃତ୍ୟୁ ହୋଇଛି। ଶନିବାର ଭୋର ୪ଟାରେ ଜ୍ୟୋତିଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର ।
ଶୁକ୍ରବାର ଜ୍ୟୋତି ଘରେ ଥିବା ବେଳେ ତାଙ୍କ ସାବତ ଭାଇ ପ୍ରଶାନ୍ତ ମାଠିଆ ଏବଂ ବାପା ସୁରେନ୍ଦ୍ର ମାଠିଆ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଜ୍ୟୋତି ଜଳୁଥିବା ତାଙ୍କ ସ୍ତ୍ରୀ ଏଦାଦେଖି ଚିତ୍କାର କରି ଲୋକଙ୍କୁ ଡାକିଥିଲେ । ସ୍ଥାନୀୟ ଲୋକ ଏବଂ ବାଲିପାଟଣା ପୋଲିସ ଜ୍ୟୋତିଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ତାଙ୍କୁ ଏମ୍ସ ମେଡିକାଲକୁ ବି ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଶନିବାର ଭୋର ସମୟରେ ଜ୍ୟୋତିଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଡାକ୍ତର ଘୋଷଣା କରିଛନ୍ତି । ଦେହରେ ଶତ ପ୍ରତିଶତ ପୋଡ଼ିଥିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତର କହିଛନ୍ତି । ସମ୍ପତ୍ତି ଭାଗ-ବଣ୍ଟା ନେଇ ସାବତ ଭାଇ ଓ ବାପାଙ୍କ ସହିତ ବିବାଦ ଲାଗିରହିଥିଲା ।