'କମିଟି ଗଠନ ଏବଂ CJIଙ୍କ ସୁପାରିଶରେ କିଛି ଭୁଲ ନାହିଁ...', ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | August 07, 2025 IST

ନୂଆଦିଲ୍ଲୀ ୦୭।୦୮; ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି। ଜଷ୍ଟିସ୍ ବର୍ମାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ନଗଦ ଟଙ୍କା ଜବତ ଘଟଣାରେ ଜଷ୍ଟିସ୍ ବର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଘଟଣାର ତଦନ୍ତ ପ୍ରକ୍ରିୟା ବନ୍ଦ କରିବା ପାଇଁ ଜଷ୍ଟିସ୍ ବର୍ମା ଏକ ଆବେଦନ ଦାୟର କରିଥିଲେ। ସେ ଆଭ୍ୟନ୍ତରୀଣ ତିନି ଜଣିଆ ତଦନ୍ତ କମିଟିର ରିପୋର୍ଟ ଏବଂ ତାଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପୂର୍ବତନ ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ସୁପାରିଶକୁ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଜଷ୍ଟିସ୍ ବର୍ମାଙ୍କ କୌଣସି ଯୁକ୍ତି ଶୁଣି ନଥିଲେ ଏବଂ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ।

ଜଷ୍ଟିସ୍ ଯଶବନ୍ତ ବର୍ମା ମାମଲାରେ ସୁପ୍ରିମକୋର୍ଟ ଜୁଲାଇ ୩୧ ରେ କହିଥିଲେ ଯେ ଆପଣଙ୍କ ଆଚରଣ ବହୁତ କିଛି କହୁଛି। କୋର୍ଟ ଘଟଣା ମାମଲାରେ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଆପଣଙ୍କ ଆଚରଣ ବିଶ୍ୱାସକୁ ପ୍ରେରଣା ଦିଏ ନାହିଁ। ତାଙ୍କ ଉପରେ ଅଭିଯୋଗ ଅଛି ଯେ ତାଙ୍କ ଘରେ ପୁଳା ପୁଳା ଟଙ୍କା ମିଳିଛି। ଏକ କମିଟି ଏହି ମାମଲାର ତଦନ୍ତ କରି ତାଙ୍କର ରିପୋର୍ଟ ଦାଖଲ କରିଥିଲା। ଜଷ୍ଟିସ୍ ବର୍ମା ସୁପ୍ରିମକୋର୍ଟରେ ଏହି ରିପୋର୍ଟକୁ ଚ୍ୟାଲେଞ୍ଜ କରିଥିଲେ। ସୁପ୍ରିମକୋର୍ଟ ଏହି ମାମଲାରେ ଜୁଲାଇ ୩୧ ତାରିଖରେ ତାଙ୍କର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.