ମହାନଦୀ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କଲେ ମନ୍ତ୍ରୀ, କାହିଁକି ଟ୍ରିବ୍ୟୁନାଲରେ ହେଉଥିଲା ବିଳମ୍ୱ

NEWS7
justice-bv-nagarathna-said-on-salary-during-summer-vacations

ଭୁବନେଶ୍ୱର ୨୩/୦୧: ମହାନଦୀ ପ୍ରସଙ୍ଗରେ ବିଜେଡିକୁ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଟାର୍ଗେଟ । ଖୋଲିଲେ ବିଜେଡି ପୋଲ । କାହିଁକି ଟ୍ରିବୁନାଲରେ ବିଳମ୍ବ ହୋଇଥିଲା ମାମଲା । ବିଜେଡି ସରକାରରେ ମନ୍ତ୍ରୀଙ୍କ ବିଧାନସଭା ବିବୃତି ବଢ଼େଇଥିଲା ଅଡୁଆ । ମନ୍ତ୍ରୀ କହିଛନ୍ତି ମହାନଦୀ ସମସ୍ୟା ଆମେ ଉତ୍ତରଧିକାରୀ ସୂତ୍ରରେ ବିଗତ ସରକାର ଠାରୁ ପାଇଛୁ । ୨୪ ବର୍ଷ ଶାସନ ବେଳେ ଏ ସମସ୍ୟା ସୃଷ୍ଟି ହୋଇଥିଲା ।

୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ ଛତିଶଗଡ଼ ସରକାର ୫୦୦ ରୁ ଅଧିକ ବ୍ୟାରେଜ ନିର୍ମାଣ କଲେ । ଯେଉଁ ସମୟରେ ନିର୍ମାଣ କଲେ ସେ ସମୟରେ ବିରୋଧ କଲେ ନାହିଁ. କେନ୍ଦ୍ର ସରକାର ଟ୍ରିବୁନାଲ କଲେ ଅଢେଇ ବର୍ଷ କାର୍ଯ୍ୟକାଳ, ନିୟମ ଅନୁଯାୟୀ ଥରେ ବଢ଼େଇଲେ ପାଞ୍ଚ ବର୍ଷ । ଓଡିଶା କେବଳ ଗୋଟିଏ ସାକ୍ଷୀକୁ ଟ୍ରିବୁନାଲ ସାମ୍ନାରେ ଉପସ୍ଥାପନ କଲା ଆହୁରି ୨୧ ଜଣଙ୍କ ତାଲିକା ଦିଆଯାଇଥିଲା କିନ୍ତୁ ସକ୍ଷ୍ୟ ଗ୍ରହଣ ହେଲା ନାଇଁ । ସତ୍ୟପାଠ ମଧ୍ୟ ଦଖଲ ହେଲା ନାହିଁ ।

 

ବିଧାନସଭା ସମୟରେ ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀ କହିଲେ ଛତିଶଗଡ଼ ବ୍ୟାରେଜ ହେବା ପରେ ଓଡ଼ିଶାର କ୍ଷତି ହେବ ନାହିଁ । ଜଳ ଗତିପଥ କିମ୍ଭା ପରିମାଣ ପ୍ରଭାବିତ ହୋଇ ନାହିଁ । ମନ୍ତ୍ରୀଙ୍କ ସେହି ବିବୃତିକୁ ଛତିଶଗଡ଼ ସରକାର ଟ୍ରିବୁନାଲ ରେ ଉପସ୍ଥାପନ କରିଛନ୍ତି । କହିଛନ୍ତି ଯଦି ମନ୍ତ୍ରୀ କହୁଛନ୍ତି କ୍ଷ ତି ହେଉନି ତାହେଲେ ଟ୍ରିବୁନାଲ ଆସିଛ କଣ ପାଇଁ ।

ଓଡିଶା ସରକାର ବିରୋଧରେ ଛତିଶଗଡ଼ ବ୍ୟବହାର କରୁଥିବା ଅସ୍ତ୍ର ଦେଇଛି ବିଜେଡି । ମାମଲାରେ ହାରିବା ପାଇଁ ଏବଂ ଛତିଶଗଡ଼ ଜିତିବା ପାଇଁ ଯାହା ଦରକାର ବିଜେଡି କରି ସାରିଛି । ୬୦ ଟି ଶୁଣାଣି ରେ ଯେଉଁ ନିଷ୍ଠାର ସହ ଯୁକ୍ତି ହେବା କଥା ଲଢେଇ ହେବା କଥା ହେଲା ନାହିଁ । ଆମେ ଖୁଵ ଶୀଘ୍ର ଟ୍ରିବୁନାଲ ନିକଟରେ ସତ୍ୟପାଠ ଦାଖଲ କରିବୁ ।