ଶସ୍ୟ ଶ୍ୟାମଳ ଅମାର ଥିଲେ ମୂଷା ରହିବେ, ମୂଷା ଖାଇବାକୁ ସାପ ଆସିବେ

NEWS7
jumme-ki-namaz-sambhal-violence-moradabad-police-appeal-supreme-court-hearing-today

ଭୁବନେଶ୍ବର ୨୧।୧୨: ୨୦୨୬ରେ ବହୁତ କିଛି ହେବ । କିଛି ମେଳି ନାହିଁ । ରାଜନୀତି କଲେ ଚର୍ଚ୍ଚା ହେବ ବୋଲି ବିଜେଡି ନେତା ସମ୍ବିତ ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି ।  ସେ କହିଛନ୍ତି ନିର୍ବାଚନରେ ଅନେକ କିଛି ଘଟଣା ଘଟିଗଲା । ବହୁ ଦୁରିଆ ନେତାଙ୍କ ସହ ଦେଖା ହୋଇନଥିଲା । ସେଥିପାଇଁ ଭୋଜି ହେଲା । କିନ୍ତୁ ମେଳି କିଛି ନୁହେଁ ।

ଆଞ୍ଚଳିକ ଦଳ ଭାବେ ବିଜେଡି ସର୍ବ ବୃହତ ଦଳ । ଗୋଟିଏ ନେତା ନବୀନ । ନେତୃତ୍ୱର ସଙ୍କଟ ନାହିଁ । ନୂତନ ଦଳ କାଇଁ ଗଢ଼ାଯିବ । ବିଜେଡି କ’ଣ କେବଳ ନବୀନଙ୍କୁ ନେଇ ଗଢାଯାଇଛି । ବିଜୁଙ୍କ ଆଦର୍ଶରେ ଗଢ଼ା । ଦାମୋଦର ରାଉତ, କାଳନ୍ଦୀ ବେହେରା, ପ୍ରଦୀପ ମହାରଥୀ, ବିଜୟଶ୍ରୀ ରାଉତରାୟ, କଳ୍ପତରୁ ଦାସଙ୍କ ଭଳି ନେତାଙ୍କ ଅବଦାନ ରହିଛି । ଦଳକୁ କେହି ହାଇଜାକ କରିପାରିବେ ନାହିଁ । ଆମେ ସୈନିକ ଅଛୁ । ବିରୋଧୀ ଦଳ ଭାବେ ଆମେ ସରକାରଙ୍କ ଦୋଷତ୍ରୁଟି ଲୋକଲୋଚନକୁ ଆଣିବାକୁ । ଲୋକେ ବୁଝିଲେଣି ବିଜେପି କ’ଣ ଆଉ ବିଜେଡି କ’ଣ ଥିଲା । ନୂଆ ବର୍ଷରେ ନୂଆ ତରିକାରେ ଦଳ ଆହୁରି ସୁଦୃଢ଼ ହେବ ।

ଅତୀତରେ ପ୍ରତିବନ୍ଧକ ଥିଲା ଭୋଜି ଭାତ ଉପରେ । ଏବେ ଆଉ ପ୍ରତିବନ୍ଧକ ନାହିଁ । ଦଳ ହାରିଗଲା ପରେ ଏବେ ଆଉ ପ୍ରତିବନ୍ଧକ ନାହିଁ । ଶସ୍ୟ ଶ୍ୟାମଳ ଅମାର ଥିଲେ ମୂଷା ରହିବେ । ମୂଷା ଖାଇବାକୁ ସାପ ଆସିବେ । ସବୁ ଦଳରେ ମୂଷା ଅଛନ୍ତି ବୋଲି ସମ୍ବିତ ରାଉତରାୟ କହିଛନ୍ତି ।