ବାଂଲାଦେଶକୁ ବିଦା କରିବା ନେଇ କ୍ଷୁବ୍ଧ ପାକିସ୍ତାନ, ଟି-୨୦ ବିଶ୍ଵକପକୁ କରିପାରେ ବହିଷ୍କାର

NEWS7
jubati-mrutadeha-in-nialiନଦର-ଭସଛ-ଯବତଙକ-ମତଦହ-ଏଯଏ

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୬କୁ ୧୫ ଦିନରୁ କମ ସମୟ ରହିଛି। ତଥାପି ଟୁର୍ଣ୍ଣାମେଣ୍ଟକୁ ନେଇ ବିବାଦ ଥମିବାର ନାଁ ଧରୁନି। ଆନୁଷ୍ଠାନିକ ଭାବେ ଟି-୨୦ ବିଶ୍ଵକପରୁ ବାଂଲାଦେଶ ବିଦା ହେବା ପରେ ସ୍କଟଲାଣ୍ଡକୁ ସ୍ଥାନ ମିଳିଛି। ଆଇସିରି ଏହି ନିଷ୍ପତ୍ତି ପାକିସ୍ତାନକୁ ବେଶ ବାଧିଛି। କାରଣ ଏହି ପ୍ରସଙ୍ଗରେ ପିସିବି ପ୍ରଥମରୁ ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ସମର୍ଥନ କରି ଆସିଛି। ଆଇସିସିର ନିଷ୍ପତ୍ତି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି ପିସିବି ମୁଖ୍ୟ ମୋହସିନ ନକଭି। ସେ କହିଛନ୍ତି, ବାଂଲାଦେଶ ସହ ଭେଦଭାବ ଏବଂ ଅନ୍ୟାୟ ହୋଇଛି। ବାଂଲାଦେଶ ଦଳକୁ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବା ପାଇଁ ଅନୁମତି ମିଳିବା ଉଚିତ୍।

ନକଭି ସ୍ପଷ୍ଟ କରିଛନ୍ତି ଯେ, ବାଂଲାଦେଶ ସହ ଆଇସିସି ଯେଉଁ ଭଳି ବ୍ୟବହାର କରିଛି ତାକୁ ଦେଖି ପାକିସ୍ତାନ ମଧ୍ୟ ବିଶ୍ଵକପ୍ ନ ଖେଳିବାକୁ ବିଚାର କରୁଛି। ଯଦି ପାକିସ୍ତାନ ସରକାର ବିଶ୍ଵକପରେ ସାମିଲ୍ ନ ହେବାକୁ ଆଦେଶ ଦିଅନ୍ତି ତେବେ ପାକିସ୍ତାନ ନିଜ ଆଡ଼ୁ ଟୁର୍ଣ୍ଣାମେଣ୍ଟରୁ ଓହରିଯିବ। ବିଶ୍ଵକପରେ ପାକିସ୍ତାନ ଦଳ ଅଂଶଗ୍ରହଣ କରିବ କି ନାହିଁ ତାହା ସଂପୂର୍ଣ୍ଣ ଭାବେ ସରକାରଙ୍କ ଉପରେ ନିର୍ଭର କରେ। ପିସିବି ପ୍ରମୁଖ ମୋହସିନ ନକଭି କହିଛନ୍ତି, ଟିମ୍ ବିଶ୍ଵକପ୍ ଖେଳିବ କି ନାହିଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ନିର୍ଦ୍ଦେଶକୁ ବୋର୍ଡ ଅପେକ୍ଷା କରିବ। ନକଭିଙ୍କ ଏହି ବୟାନ କ୍ରିକେଟ୍ ଜଗତରେ ଚହଳ ପକାଇଛି। କାରଣ ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତି ମଝିରେ ଏହି ପରି ଅନିଶ୍ଚିତତା ବଡ଼ ପ୍ରଶ୍ନ ସୃଷ୍ଟି କରିଛି।

ନକଭି ଆଇସିସିକୁ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ, ଯଦି ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ହଟିବାକୁ ନିଷ୍ପତ୍ତି ନିଏ ତେବେ ଆଇସିସିଙ୍କୁ ପରବର୍ତ୍ତୀ ଟିମ୍ ପ୍ରସ୍ତୁତ କରିବାକୁ ପଡ଼ିବ। ପାକିସ୍ତାନ କ୍ରିକେଟ୍ ବଡ଼ ଏବେ ସବୁ ନିଷ୍ପତ୍ତି ପାକିସ୍ତାନ ସରକାର ଉପରେ ଛାଡ଼ିଛି। ଯଦି ସରକାର ଅନୁମତି ଦେବେ ତେବେ ଦଳ ଖେଳିବ, ନଚେତ୍ ବିଶ୍ଵକପରୁ ଓହରି ଯିବ। ପାକିସ୍ତାନ ହଟିବା ସ୍ଥିତିରେ ଆଇସିସିକୁ ତୁରନ୍ତ ଅନ୍ୟ ଟିମ୍ ସାମିଲ୍ କରିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଯଦି ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ହଟେ ତେବେ ଏହାର ଆୟୋଜନ ଓ ସିଡ୍ୟୁଲରେ ବଡ଼ ପ୍ରଭାବ ପଡ଼ିପାରେ।