ଯାନ୍ତ୍ରିକ ତ୍ରୁଟି ପାଇଁ ସୋରରେ ଅଟକିଲା ବନ୍ଦେ ଭାରତ

NEWS7
jr-ntr-and-his-wife-lakshmi-pranathi-wedding-most-expensive

ସୋର: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁଇ ଘଣ୍ଟା ଅଟକିଲା ବନ୍ଦେ ଭାରତ l ପୁରୀରୁ ହାଓ୍ଵଡ଼ା ଯାଉଥିବା ଡାଉନ ଟ୍ରେନ ପ୍ରେସର ପାଇପ ଫାଟିବାରୁ ରାତି ୯ଟାରୁ ରାତି ୧୧ଟା ୨୦ ମିନିଟ ପର୍ଯ୍ୟନ୍ତ ସୋର ଷ୍ଟେସନ ଠାରୁ ଏକ କିଲୋମିଟର ପଛରୁ ବଢ଼େଇ ସାହି ନିକଟରେ ଅଟକିଥିଲା l

ଟ୍ରେନଟି ପ୍ରେସର ପାଇପ ଫାଟିବାରୁ ହଠାତ ବ୍ରେକ ହୋଇଥିଲା ବଗିରେ ଦୁଇ ଯାତ୍ରୀ ପଡି ସାମାନ୍ୟ ଆହତ ହୋଇଥିଲେ l ପ୍ରାଥମିକ ସୂଚନା ଅନୁସାରେ ଅସାମାଜିକ ବ୍ୟକ୍ତି ପଥର ମାଡ଼ କରିଥିବା ଜଣାପଡିଛି l ଆରପିଏଫ ଘଟଣାର ତଦନ୍ତ କରୁଛି। ଏହି ଘଟଣାରେ କିଛି ସମୟ ଯାତ୍ରୀଙ୍କ ମନରେ ଭୟ ସୃଷ୍ଟି ହେବା ସହ ସମସ୍ୟା ଭୋଗିଛନ୍ତି।