ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଉପରାଷ୍ଟ୍ରପତି, ବୁଲି ଦେଖିଲେ ସ୍ମାରକୀ ମ୍ୟୁଜିୟମ୍

NEWS7
jitan-sahani-father-of-vikassheel-insaan-party-chief-murdered-at-bihar-home

କଟକ ୨୩/୦୧: କଟକରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ କଟକ ଯାଇଛନ୍ତି । ନିର୍ଦ୍ଧାରିତ ସମୟର ୨୫ ମିନିଟ ପୂର୍ବରୁ ଭୁବନେଶ୍ବରରେ ପହଞ୍ଚିଥିଲେ ଉପରାଷ୍ଟ୍ରପତି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ । ଏହା ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ବା ପରାକ୍ରମ ଦିବସ ଅବସରରେ କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ଉପରାଷ୍ଟ୍ରପତି ।

ଏହି ଅବସରରେ ସେ ନେତାଜୀଙ୍କ ସ୍ମୃତିଚାରଣ କରିଥିଲେ । ଖାଲି ସ୍ମୃତିଚାରଣ କରିନଥିଲେ ତ କହିଥିଲେ ସେ ଅସାଧାରଣ ବ୍ୟକ୍ତିତ୍ବ ଥିଲେ । ନେତାଜୀ ଜୟନ୍ତୀରେ ଓଡ଼ିଆରେ ଅଭିଭାଷଣ ଆରମ୍ଭ କରିଥିଲେ ଉପରାଷ୍ଟ୍ରପତି ସି,ପି ରାଧାକ୍ରିଷ୍ଣନ । ନେତାଜୀଙ୍କ ଜନ୍ମସ୍ଥାନ ଓଡ଼ିଶାକୁ ଆସିବାର ସୁଯୋଗ ପାଇଥିବାରୁ ମୁଁ ଗର୍ବିତ । ନେତାଜୀଙ୍କ ସ୍ମୃତିରେ ଏକ ପୋଷ୍ଟାଲ ସଂଗ୍ରହାଳୟ ଉଦ୍ଘାଟନ କଲେ VP ।

​​​​​​​

ସେ କହିଥିଲେ ଓଡ଼ିଶା ଏହାର କଳା, ସଂସ୍କୃତି ଓ ଇତିହାସ ପାଇଁ ପରିଚିତ । ନେତାଜୀଙ୍କ ପରି ବୀରଙ୍କ ପାଇଁ ଭାରତ ଆଜି ସ୍ବାଧୀନତାର ନିଶ୍ବାସ ନେଉଛି । ନେତାଜୀ ଗାନ୍ଧୀଙ୍କ ବିଚାରଧାରାର ବିରୋଧୀ ଥିଲେ ମାତ୍ର ଉଭୟଙ୍କ ଲକ୍ଷ୍ୟ ଏକ ଥିଲା । ଦିଲ୍ଲୀ ଚଲୋ ଡାକରା ଭଳି ଆମେ ବିକଶିତ ଭାରତ ଆଡକୁ ଆଗେଇବା ଉଚିତ । ଦେଶର ବରପୁତ୍ରଙ୍କୁ ସମ୍ମାନିତ କରିବା ପ୍ରୟାସ ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ।