ମାଟି ତଳୁ କଢ଼ାଯିବ ‘ରାମୁ’ ହାତୀର କଙ୍କାଳ, ସବୁଠୁ ବୟସ୍କ ହାତୀ ଥିଲା ‘ରାମୁ’

NEWS7
jio-signs-deal-to-bring-spacexs-starlink-internet-to-india

ଭୁବନେଶ୍ୱର ୧୩।୧୨ : ମାଟି ତଳୁ କଢ଼ାଯିବ ରାମୁ ହାତୀର କଙ୍କାଳ। ଭରତପୁର ଜଙ୍ଗଲରେ ପୋତା ଯାଇଥିବା ରାମୁର କଙ୍କାଳ ଉଦ୍ଧାର କରାଯିବ । ରାମୁ ହାତୀର ‘କଙ୍କାଳ’ର ହେବ ସଂରକ୍ଷଣ। ଏଥିପାଇଁ ପ୍ରାଣୀ ବିଜ୍ଞାନୀ ଡ. ଶିବ ପ୍ରସାଦ ପରିଡାଙ୍କ ନେତୃତ୍ୱରେ ୨୫ଜଣିଆ ଟିମ୍ ଗଠନ କରାଯାଇଛି। ଆଗରୁ ୪ ଜଣିଆ ଟିମ୍ ଭରତପୁର ଜଙ୍ଗଲରେ ପହଞ୍ଚି ସମ୍ପୃକ୍ତ ସ୍ଥାନକୁ ଯାଞ୍ଚ କରିଛନ୍ତି। ଚନ୍ଦକାର ଏହି ଚର୍ଚ୍ଚିତ ହାତୀକୁ ଲୋକଙ୍କ ମନରେ ଜୀବିତ ରଖିବାକୁ ଏଭଳି ଉଦ୍ୟମ କରାଯାଉଛି। ରାମୁ ଥିଲା ଚନ୍ଦକାର ସବୁଠୁ ବୟସ୍କ ଏବଂ ବଡ଼ ହାତୀ। ଶାନ୍ତ ସ୍ବଭାବ ପାଇଁ ଚର୍ଚ୍ଚାରେ ରହୁଥିଲା। ରାମୁ ଜନବସତିକୁ ଆସିଲେ ମଧ୍ୟ କାହାର କୌଣସି କ୍ଷତି କରୁନଥିଲା। ତେବେ ୨୦୨୪ ଅଗଷ୍ଟ ମାସରେ ଭରତପୁର ଜଙ୍ଗଲରେ ରାମୁର ମୃତ୍ୟୁ ହୋଇଥିଲା। ଭରତପୁର ଜଙ୍ଗଲରେ ବୁଲୁଥିବା ବେଳେ ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା।