ମାଡ଼ି ଆସୁଛି ଭୟଙ୍କର କୁହୁଡ଼ି, ସକାଳେ ଓ ରାତିରେ କମିପାରେ ଭିଜିବିଲିଟି

NEWS7
jio-signs-deal-to-bring-spacexs-starlink-internet-to-india

ଭୁବନେଶ୍ୱର ୩୧।୧୨ : ମାଡ଼ି ଆସୁଛି ଭୟଙ୍କର କୁହୁଡ଼ି। ନୂଆବର୍ଷରେ ଆକାଶକୁ ଘେରିଯିବ କୁହୁଡ଼ିର ବହଳ ଆସ୍ତରଣ। ସକାଳୁ ଓ ରାତିରେ ଦୃଶ୍ୟମାନ ଦୂରତା କମିପାରେ I ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଘନରୁ ଅତି ଘନ କୁହୁଡ଼ି ଦିଶିପାରେ। ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି।

ନୂଆବର୍ଷ ଦିନ ସକାଳୁ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ ସୁନ୍ଦରଗଡ଼ରେ ଘନରୁ ଅତି ଘନ କୁହୁଡ଼ି ଦେଖା ଦେଇପାରେ। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ । କୁହୁଡ଼ିରେ ଗାଡ଼ି ଚଳାଇବାବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ନୂଆବର୍ଷରେ ରାତି ତାପମାତ୍ରା ବି ଖସିବ। କୋରାପୁଟରେ ୮, ରାଉରକେଲାରେ ୯, ନବରଙ୍ଗପୁର ପୁର ଓ ସୁନ୍ଦରଗଡ଼ରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିପାରେ।