LIVE TV

ଜୟପୁର ସରପଞ୍ଚଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କୋରମ ଅଭାବରୁ ରଦ୍ଦ

NEWS7
jio-create-new-record-in-odisha-market

ଆସିକା ୧୦: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଜୟପୁର ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ ବେହେରାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କୋରମ ଅଭାବରୁ ରଦ୍ଦ ହୋଇଛି l ପୂର୍ବରୁ ପଞ୍ଚାୟତର ୧୯ ଜଣ ୱାର୍ଡ ମେମ୍ବରଙ୍କ ମଧ୍ୟରୁ ୧୩ ଜଣ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚ ମିଶି ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ଓ ଦୁର୍ନୀତି ବିରୋଧରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ l ଉପଜିଲ୍ଲାପାଳ ଓ ନିର୍ବାଚନ ନିରୀକ୍ଷଣ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ଉପସ୍ଥିତିରେ ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ୍ ଗ୍ରହଣ ରହିଥିଲା l ହେଲେ ଅନାସ୍ଥା ଭୋଟ୍ ଗ୍ରହଣ ସମୟରେ ସରପଞ୍ଚଙ୍କ ସମେତ ୧୧ଜଣ ୱାର୍ଡ ମେମ୍ବର ଉପସ୍ଥିତ ରହିଥିଲେ l ଓଡ଼ିଶା ଗ୍ରାମପଞ୍ଚାୟତ ଅଧିନିୟମ ୧୯୬୪ ସେକ୍ସନ ୨୪ ଅନୁସାରେ ଅନାସ୍ଥା ଭୋଟ୍ ପାଇଁ ଦୁଇ ତୃତୀୟାଂଶ ମେମ୍ବର ଉପସ୍ଥିତି ଜରୁରୀ ଥିବାବେଳେ କୋରମ ଅଭାବରୁ  ଅନାସ୍ଥା ପ୍ରସ୍ତାବ ରଦ୍ଦ ହୋଇଛି l