ଭୁବନେଶ୍ୱର ୧୫।୧୦ :  ଜୟ ଢୋଲକିଆ ହେଲେ ବିଜେପି ପ୍ରାର୍ଥୀ । ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଯେଉଁଥିରେ କେନ୍ଦ୍ରୀୟ ନିର୍ବାଚନ କମିଟି ମୋହର ମାରିଛି । ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଅନୁଷ୍ଠିତ ହେବାକୁ ଯାଉଛି ଉପନିର୍ବାଚନ।

bbb​​​​​​​​​​​​​​

ସେପ୍ଟେମ୍ବର ୮ ତାରିଖରେ ଚେନ୍ନାଇ ସ୍ଥିତ ଏକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଥିଲେ ରାଜେନ୍ଦ୍ର ଢୋଲକିଆ । ସେ ନୂଆପଡ଼ାରୁ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ତାଙ୍କ ଦେହାନ୍ତ ପରେ ନୂଆପଡ଼ା ଆସନ ଖାଲି ପଡିଥିଲା । ଉପନିର୍ବାଚନ ଲାଗି ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନର । ସେପଟେ ଉଭୟ ବିଜେଡି-ବିଜେପିଙ୍କ ମଧ୍ୟରେ ପ୍ରାର୍ଥୀ କିଏ ହେବ ? ସେନେଇ ଛକାପଞ୍ଝା ଚାଲିଥିଲା । ହେଲେ ଶେଷରେ ବିଜେପିରେ ସାମିଲ ହୋଇଥିଲେ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ବିଜେପି ତରଫରୁ ଉପନିର୍ବାଚନରେ ଲଢିବା ଏକପ୍ରକାର ନିଶ୍ଚିତ ଥିଲା । ତଥାପି ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଥିଲା । ବୁଧବାର ଦିନ କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଜୟ ଢୋଲକିଆଙ୍କ ନାଁରେ ମୋହନ ବାଜିଥିଲା । ଆଗାମୀ ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ନେଇ ଘୋଷଣା କରାଯାଇଛି ।    ​​​​​​​