ଧାନ ପେଡା ପାଇଁ ବାକି ଥିଲା ଆଉ ୧୦ ବସ୍ତା, ହେଲେ ଜୀବନରୁ ମାରିଦେଲେ ମଇଁଷିଆଳ

NEWS7
jaunpur-italian-lady-teacher-married-with-kashi-boy

ଭଦ୍ରକ ୨୯।୦୧ : ଧାନ ପେଡ଼ାକୁ ନେଇ ବିବାଦ । ବାକି ଥିଲା ଆଉ ୧୦ ବସ୍ତା । ହେଲେ ତାପୂର୍ବରୁ ଘଟିଲା ଅଘଟଣ । ଧାନ ଧୂସ ପାଇଁ ମାରିଦେଲେ ମଇଁଷିଆଳ । ସଂଘବଦ୍ଧ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ଆସିଛି । ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଧିକ ଶ୍ୟାମସୁନ୍ଦର ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ଶ୍ୟାମସୁନ୍ଦର ଗାଁର ବିଜୟ ବେହେରା ପରିବାର ବୁଧବାର ସଂଧ୍ୟାରେ ଧାନ କଟା ମେସିନରେ ଧାନ ଅମଳ କରୁଥିଲେ । ପାଖରେ ମଇଁଷି ଗୋଠ ଥିବାରୁ ଧାନ ଧୂଳି ଉଡ଼ିଥିଲା । ଯାହାକ ମଇଁଷି ଗୋଠ ମାଲିକ ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ମଇଁଷି ଗୋଠ ମାଲିକ ଓ ବିଜୟଙ୍କ ମଧ୍ୟରେ ବଚସା ହୋଇଥିଲା । କିଛି ସମୟ ପରେ ଗୋଠ ମାଲିକ ଓ ତାଙ୍କ ପରିବାର ସଂଘବଦ୍ଧ ଭାବେ ଆସି ଧାନ ଅମଳ ମେସିନକୁ ବନ୍ଦ କରିବାକୁ କହିଥିଲେ । ଯାହାକୁ ବିଜୟ ବିରୋଧ କରିଥିଲେ । ଶେଷରେ ମଇଁଷି ଗୋଠ ମାଲିକ ଓ ପରିବାର ଲୋକେ ବିଜୟଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ବିଜୟ ଗୁରୁତର ହୋଇପଡିଥିଲେ । ଏହାପରେ ପରିବାର ଲୋକେ ତୁରନ୍ତ ବିଜୟଙ୍କୁ ତିହିଡ଼ି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ବିଜୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ସେପଟେ ବିଜୟଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି । ତେଣୁ ଅଭିଯୁକ୍ତଙ୍କୁ ଉଚିତ୍ ଦଣ୍ଡ ବିଧାନ ପାଇଁ ବିଜୟଙ୍କ ସଂପର୍କୀୟ ପୋଲିସ ନିକଟରେ ଗୁହାରୀ କରିଛନ୍ତି ।