LIVE TV

ଖେଳୁ ଖେଳୁ ପ୍ଲାଷ୍ଟିକ୍ ଖେଳନା ଗିଳିଦେଲା ୪ ବର୍ଷର ଶିଶୁ, ଚାଲିଗଲା ଜୀବନ

NEWS7
james-anderson-england-bowler-signed-a-one-year-contract-with-lancashire

 କନ୍ଧମାଳ ୧୧: କନ୍ଧମାଳରେ ଅଭାବନୀୟ ଘଟଣା । ପ୍ଲାଷ୍ଟିକ୍ ଖେଳନା ଗିଳି ଚାଲିଗଲା ଶିଶୁର ଜୀବନ । ଚିପସ୍ ପ୍ୟାକେଟ୍ ଭିତରେ ଥିବା ପ୍ଲାଷ୍ଟିକ୍ ଖେଳନା ଗିଳି ଦେଇଥିଲା ଶିଶୁ । କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା  ମୁସୁମାହାପଡାରେ ଦେଖିବାକୁ ମିଳିଛି ଏଭଳି ଅଘଟଣ । ମୃତ ଶିଶୁ ହେଲେ ରଞ୍ଜିତ ପ୍ରଧାନଙ୍କ ପୁଅ ବିଗିଲ ପ୍ରଧାନ । ତାଙ୍କ ବୟସ ୪ ବର୍ଷ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ମୁସୁମାହାପଡାର ରଞ୍ଜିତ ପ୍ରଧାନଙ୍କ ପୁଅ ପ୍ଲାଷ୍ଟିକ୍ ଖେଳନାରେ ଖେଳୁଥିଲେ । ଅସାବଧାନତା ବଶତଃ ପ୍ଲାଷ୍ଟିକ୍ ଖେଳନାର ଗୁଳିଟି ଶିଶୁର ତଣ୍ଟିରେ ଅଟକିଯାଇଥିଲା । ଫଳରେ ନିଶ୍ବାସ ପ୍ରଶ୍ବାସ ନେବାରେ ଶିଶୁଟିକୁ କଷ୍ଟ ହୋଇଥିଲା । ଫଳରେ ଗୁରୁତର ଅବସ୍ଥାରେ ଶିଶୁଟିକୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ । ଶିଶୁଟିର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।