ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖିଲେ ଜଳେଶ୍ୱର SDPO, ଜୀବନ ହାରିବାକୁ ଦେଲେ ଚେତାବନୀ !

Published By : Prameya-News7 Bureau | May 14, 2025 IST

ବାଲେଶ୍ବର : ଜଣେ ବରିଷ୍ଠ ପୋଲିସ ଅଧିକାରୀ ଆତ୍ମହତ୍ୟା କରିବେ ବୋଲି ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ଜଣେ ପୋଲିସ SDPO ଆତ୍ମହତ୍ୟା କରିବେ, ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି ଆଉ କାମରେ ଚାପ ଦିଆଯାଉଛି । ଏମିତି ନିବେଦନ କରିଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର SDPO ବ୍ରଜମୋହନ ପ୍ରଧାନ । ତାଙ୍କୁ ବାଲେଶ୍ୱର ଏସ୍‌ପି ନିର୍ଯାତନା ଦେଉଛନ୍ତି ଏକାଧିକ ଦାୟିତ୍ୱ ତାଙ୍କ ଉପରେ ଲଦି ଦେଉଛନ୍ତି । ଏପରିକି ଜେନେରାଲ ମିଟିଂରେ ଇନ୍ସପେକ୍ଟରଙ୍କ ଆଗରେ ତାଙ୍କୁ ଅପମାନିତ କରୁଛନ୍ତି । ବାଲେଶ୍ୱର ହେଡକ୍ୱାର୍ଟରରେ DSP ଦାୟିତ୍ୱ ତୁଲାଉଥିଲା ବେଳେ ପୁଣି ଜଳେଶ୍ୱରରେ SDPO ଦାୟିତ୍ୱ ତୁଲାଉଛନ୍ତି । ତାଙ୍କ ବୟସ ୫୮ବର୍ଷ ହେଲାଣି । ତାଙ୍କ ଘର କନ୍ଧମାଳ ଜିଲ୍ଲାରେ । ଏଭଳି ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି ଶେଷରେ ସେ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ "ମୋ ପାଖରୁ ଯଦି SDPO ଦାୟିତ୍ୱ ପ୍ରତ୍ୟାହାର କରି ନିଆନଯାଏ ତାହେଲେ ମୁଁ ଆତ୍ମହତ୍ୟା କରିଦେବି ।


You Can Read:

ଚଳଚଞ୍ଚଳ ରଥଖଳା, ୧୪ ଦିନରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାମ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.