ବୁଝାଇଲେ ହିଟ୍‌ମ୍ୟାନ୍‌, ଶୁଣିଲେ ଯଶସ୍ୱୀ ଜୈସଓ୍ୱାଲ୍ ; କିଛି ଦିନ ପରେ ଟିମ୍‌ର ହାତ ଛାଡ଼ିଥାନ୍ତେ ଯୁବ ବ୍ୟାଟର

Published By : Prameya-News7 Bureau | August 07, 2025 IST

ମୁମ୍ବାଇ ୦୭।୦୮ : ଟିମ୍‌ ଛାଡିଥାନ୍ତେ ଯଶସ୍ୱୀ ଜୈସଓ୍ୱାଲ୍‌ । ତାପୂର୍ବରୁ ବୁଝାଇଲେ ହିଟ୍‌ମ୍ୟାନ୍‌ । ଏବେ ତୁମ ପାଖରେ ବହୁତ ସମୟ ଅଛି, ଏଭଳି ଟିମ୍‌କୁ ଛାଡିବା ଉଚିତ୍‌ ନୁହେଁ । ଏହି ପଦକ କଥା ପରେ ବଦଳିଯାଇଥିଲା ଯଶସ୍ୱୀ ଜୈସଓ୍ୱାଲ୍‌ଙ୍କ ନିଷ୍ପତ୍ତି । ଆଉ ମୁମ୍ବାଇ ରଣଜୀ ଟିମ୍‌ ଛାଡିବାକୁ ନେଇଥିବା ନିଷ୍ପତ୍ତି ବଦଳାଇଥିଲେ । ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ର ଅଧ୍ୟକ୍ଷ ଆଜିଙ୍କ୍ୟ ନାଏକ ଏହି ସୂଚନା ଦେଇଛନ୍ତି । 

କିଛି ଦିନ ତଳେ ଯଶସ୍ୱୀ ଜୈସଓ୍ୱାଲ୍‌ ମୁମ୍ବାଇ ରଣଜୀ ଟିମ୍‌ ଛାଡ଼ି ଅନ୍ୟ ରାଜ୍ୟ ପାଇଁ ଖେଳିବାକୁ ନିଷ୍ପତ୍ତି ନେଇଥିଲେ । ଏପିରିକି ସେ ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌କୁ ଏନ୍‌ଓସି ପତ୍ର ମଧ୍ୟ ମାଗିଥିଲେ । ଆପତତଃ ଯଶସ୍ୱୀ ଜୈସଓ୍ୱାଲ୍‌ ମୁମ୍ବାଇ ରଣଜୀ ଟିମ୍‌ ଛାଡିବାକୁ ଫାଇନାଲ ହୋଇସାରିଥିଲା । ହେଲେ ଏବେ ଏହି ନିଷ୍ପତ୍ତିରେ ଆସିଲା ୟୁ-ଟର୍ଣ୍ଣ । ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍‌ର ଅଧ୍ୟକ୍ଷଙ୍କ ମତରେ , ରୋହିତ ଶର୍ମା ନିକଟରେ ଯଶସ୍ୱୀ ଜୈସଓ୍ୱାଲ୍‌ଙ୍କ ସହ କଥା ହୋଇଥିଲେ । ଆଉ କହିଥିଲେ କି, ଏବେ ତୁମେ ଯୁବ ଅଛ । ମୁମ୍ବାଇ ପରି ରଣଜୀ ଟିମ୍‌କୁ କେବେ ଛାଡନାହିଁ । ମୁମ୍ବାଇ ଏପରି ଏକ ଟିମ୍‌, ଯିଏକି ୪୨ ଟି ଟ୍ରଫି ଜିତିଛି । ମୁମ୍ବାଇ ଏକ ଭଲ ଟିମ୍‌ । ଏଠାରେ ଖେଳ ଜାରି ରଖିଲେ, ତୁମେ ଆଗକୁ ବହୁତ କିଛି ଶିଖିବାକୁ ମିଳିବ । ମୁମ୍ବାଇ ରଣଜୀ ଟିମ୍‌ ଏପରି ଏକ ଦଳ ଯିଏକି ସବୁବେଳେ ଯୁବ ଓ ଦକ୍ଷ ଖେଳାଳିଙ୍କୁ ଶିଖିବାରେ ସୁଯୋଗ ଦିଏ । 

ସୂଚନାଯୋଗ୍ୟ ଯେ, ନିକଟରେ ଯଶସ୍ୱୀ ଜୈସ୍ୱାଲ୍‌ ଇଂଲଣ୍ଡ ଗସ୍ତରେ ଯାଇଥିଲେ।ସେଠାରେ ଏକ ମ୍ୟାଚ୍‌ରେ ସେ ଶତକ ହାସଲ କରିଥିଲେ । ଜୈସ୍ୱାଲ୍‌ ନିଜ ଶତକକୁ ରୋହିତ ଶର୍ମାଙ୍କୁ ସମର୍ପିତ କରିଥିଲେ ।  ସିରିଜ୍‌ରେ ଶେଷ ମ୍ୟାଚ୍‌ରେ ରୋହିତ ଶର୍ମା ପଡିଆରେ ଉପସ୍ଥିତ ରହିଥିଲେ । ଟିମ୍ ଇଣ୍ଡିଆକୁ ଚିୟର ଅପ୍ ପାଇଁ ଓଭାଲ ଗ୍ରାଉଣ୍ଡରେ ଥିଲେ ରୋହିତ ଶର୍ମା । 

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.