LIVE TV

ମହିଳା ଦିନିକିଆ ବିଶ୍ୱକପ୍ ଫାଇନାଲ ଫାଇଟ୍, ରବିବାର ଭାରତ-ଦକ୍ଷିଣ ଆଫ୍ରିକା ଟାଇଟଲ୍ ଟକ୍କର

NEWS7
jagatguru-shankaracharya-opens-up-on-digha-jagannath-temple-controversy

ମୁମ୍ବାଇ ୦୨୧୧ : ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ ମହିଳା କ୍ରିକେଟର ବିଶ୍ବକପ୍ ମୁକାବିଲା । ସାମ୍ନାସାମ୍ନି ହେବେ ଭାରତ ଏବଂ ସାଉଥ ଆଫ୍ରିକା । ଖଚାଖଚ୍ ଭିଡରେ ମୁହାଁମୁହିଁ ହେବେ ଦୁଇ ଟିମ୍ । ତେବେ ଆଜିର ମୁକାବିଲାରେ ଫେଭରେଟ୍ ରହିଛି ଟିମ୍ ଇଣ୍ଡିଆ । ଡିଓ୍ୱାଇ ପାଟିଲ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମୁକାବିଲା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଦୁଇ ଦଳର ପ୍ଲେୟାର ଜୋରଦାର ଅଭ୍ୟାସ ମଧ୍ୟ କରିଛନ୍ତି ।

ଚଳିତ ବିଶ୍ବକପରେ ଏହି ଦୁଇ ଟିମ୍ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ । ପୂର୍ବରୁ ଲିଗ୍ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ମହିଳା ଟିମ୍ ଭାରତରୁ ୩  ଓ୍ୱିକେଟରେ ପରାସ୍ତ କରିଥିଲା । ହେଲେ ଆଜିର ମୁକାବିଲାରେ ଭାରତୀୟ ଟିମ୍ ଆତ୍ମବିଶ୍ବାସରେ ଭରପୁର ରହିଛି । କାରଣ ଦଳ ସେମିରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର୍ ବିଜୟ ହାସଲ କରି ଇତିହାସ ରଚିଥିଲା ।

କ୍ରିକେଟ୍ ବିଶେଷଜ୍ଞଙ୍କ କହିବା କଥା ହେଲା, ମ୍ୟାଚ୍ କେଉଁ ଆଡକୁ ଢଳିବ ତାହା ୫ ଜଣ ପ୍ଲେୟାରଙ୍କ ହାତରେ ରହିଛି । ଯଦି ଭାରତ ନୂଆ ବଲରେ ଚାପ ପକାଇବାରେ ସଫଳ ହୁଏ ଏବଂ ଜେମିମା ରୋଡିଙ୍ଗସ୍ ଓ ସ୍ମୃତି ମନ୍ଦାନାଙ୍କ ବ୍ୟାଟ୍ ଚାଲିଲେ ଦଳ ନିଶ୍ଚୟ ବିଜୟ ଲାଭ କରିବ । ଅନ୍ୟ ଦିଗରେ ଦକ୍ଷିଣ ଆଫ୍ରିକାର ଲୋରା ବୋଲବର୍ଡ ଏବଂ ନାଦିନ୍ ଡିକ୍ଲକ୍ ଭଲ ଫର୍ମରେ ଅଛନ୍ତି । ସେମାନେ ଭାରତକୁ କଡା ଚ୍ୟାଲେଂଜ୍ ଦେଇପାରନ୍ତି ।

ଭାରତୀୟ ପାଓ୍ୱାର ପ୍ଲେ ବୋଲିଂ ବନାମ୍ ଦକ୍ଷିଣ ଆଫ୍ରିକାର ଟପ୍ ଅର୍ଡର୍

ଅକ୍ଟୋବର ୯ ତାରିଖରେ ଦୁଇ ଦଳ ପ୍ରଥମେ ଲିଗ୍ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ । ଭାରତୀୟ ବୋଲର ପ୍ରଥମ ସେସନରେ ଚାପ ପକାଇବାରେ ସଫଳ ହୋଇଥିଲେ । ୧୮ ରନରେ ଦୁଇ ଓ୍ୱିକେଟ୍ ହରାଇଥିଲା ଟିମ୍ । ଫାଇନାଲରେ ମଧ୍ୟ ଟିମ୍ ଏପରି କିଛି କରିବ ବୋଲି ଆଶା କରାଯାଉଛି । ଟିମ୍ ଇଣ୍ଡିଆ ପାଇଁ ଲୋରା ବୋଲବର୍ଡ ଏବଂ ତାଜମିନ୍ ବ୍ରିଟସଙ୍କ ଓ୍ୱିକେଟ୍ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ଲୋରା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୪୭୦ ରନ୍ କରିଛନ୍ତି । ଭାରତୀୟ ବୋଲର ରେଣୁକା ସିଂ ଠାକୁର ଫାଇନାଲରେ ଖେଳିବା ଏକ ପ୍ରକାର ସୁନିଶ୍ଚିତ ଥିବା ବେଳେ ସେ ଆଫ୍ରିକୀୟ ଟିମକୁ ଅଡୁଆରେ ପକାଇବା ପାଇଁ ସହାୟକ ହେବେ ।

ସ୍ମୃତି ବନାମ ମାରିଜାନେ

ଉଭୟ ଖେଳାଳି ଦୁଇ ଦଳର କ୍ରାଉଡ୍ ପୁଲର୍ । ସେମାନଙ୍କ ଉପରେ ଦଳର ପରଫରମାନ୍ସ ନିର୍ଭର କରିଥାଏ । ଏହି ଦୁଇ ପ୍ଲେୟାର ଫାଇନାଲରେ ଭଲ ପ୍ରଦର୍ଶନ କରିବେ ବୋଲି ଫ୍ୟାନ୍ ମାନେ ଆଶା ରଖିଛନ୍ତି । ଗୋଟିଏ ଦିଗରେ ସ୍ମୃତି ବିଶ୍ବର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ହୋଇଥିବା ବେଳେ ମାରିଜାନେ କ୍ୟାମ୍ପ୍ ସେମିରେ ଇଂଲଣ୍ ବିପକ୍ଷରେ ୫  ଓ୍ୱିକେଟ୍ ନେଇଥିଲେ । ସେପଟେ ସ୍ମୃତି ଟୂର୍ଣ୍ଣାମେଣ୍ଟରେ ଦୁଇଟି ଅର୍ଧଶତକ ସହ ଗୋଟିଏ ଶତକ ହାସଲ କରି ସାରିଛନ୍ତି ।

ଜେମିମା ବନାମ ଦକ୍ଷଣ ଆଫ୍ରିକା ସ୍ପିନର୍ସ

ଭାରତକୁ ଫାଇନାଲରେ ପହଁଚାଇବାରେ ଜେମିମା ରୋଡ୍ରିଙ୍ଗସଙ୍କ ଭୂମିକା ସବୁଠୁ ବଡ ଥିଲା । ୧୨୭ ରନର ଐତିହାସଲ ପାଳି ସେ ଖେଳିଥିଲେ । ତାଙ୍କୁ ରୋକିବା ପାଇଁ ଦକ୍ଷିଣ ଆଫ୍ରିକା ବାମହାତୀ ସ୍ପିନରଙ୍କୁ ବ୍ୟବହାର କରିପାରେ । ଏହାର ମୁକାବିଲା ପାଇଁ ଜେମିମାଙ୍କୁ ମାନସିକ ଏବଂ ଟେକନିକ୍ ଦୃଷ୍ଟିରୁ ମଜବୁତ ରହିବାକୁ ହେବ ।

ଦୀପ୍ତି ଶର୍ମା ବନାମ୍ ରାଇଟ୍ ହ୍ୟାଣ୍ଡ୍ ବ୍ୟାଟର୍ସ

ବିଶ୍ବକପରେ ଦୀପ୍ତି ଏବେସୁଦ୍ଧା ଭଲ ପ୍ରଦର୍ଶନ କରି ଆସିଛନ୍ତି । ସେ ୧୭ଟି ଓ୍ୱିକେଟ୍ ନେବାରେ ସଫଳ ହୋଇଛନ୍ତି । ତାଙ୍କ ଅଫ୍ ସ୍ପିନରେ ବିପକ୍ଷ ବ୍ୟାଟର ରନ୍ କରିବାରେ ବିଫଳ ହେଉଥିବା ଦେଖିବାକୁ ମିଳିଛି । ଫାଇନାଲରେ ତାଙ୍କଠାରୁ ଅଧିକ ଆଶା କରୁଛନ୍ତି ଫ୍ୟାନ୍ । ଯଦି ସେ ହିଟ୍ ହୁଅନ୍ତି ତାହାଲେ ଦକ୍ଷିଣ ଆଫ୍ରିକା ବ୍ୟାଟର୍ ୨୦୦ରୁ ଅଧିକ ସ୍କୋର୍ କରିବାରେ ବିଫଳ ହେବ । ଯାହାକୁ ଭାରତ ସହଜରେ ହାସଲ କରିପାରିବ ।

ସେହିପରି ଦକ୍ଷିଣ ଆଫ୍ରିକା ହିଟର୍ ନାଦିନ୍ ଡିକ୍ଲର୍କ ଭାରତ ବିପକ୍ଷ ଶେଷ ମୁକାବିଲାରେ ୫୪ ରନରୁ ୮୪ ରନ୍ କରିଥିଲେ । ସେ ଡେଥ୍ ଓଭରରେ ଭାରତ ପାଇଁ ଚିନ୍ତାର ବିଷୟ ହୋଇପାରନ୍ତି । ଭାରତ ତାଙ୍କ ବିରୋଧରେ ଫାଇନାଲରେ କିପରି ରଣନୀତି ଆପଣାଇବ ସେନେଇ ସ୍ବତନ୍ତ୍ର ଫୋକସ୍ ଦେବ । ଅର୍ଥାତ ଟିମ୍ ଇଣ୍ଡିଆକୁ ଜିତିବାକୁ ହେବେ ସ୍ବତନ୍ତ୍ର ଗେମ୍ ପ୍ଲାନ୍ ସହ ପଡିଆକୁ ଓହ୍ଲାଇବାକୁ ହେବ।