ଧନୁଯାତ୍ରା ମୀନାବଜାର ବୁଲି ଯାଇଥିଲେ ଯୁବକ, ଦୋଳି ଖେଳିବା ବେଳେ ଖସିପଡିଲେ ମିଲନ

NEWS7
jagar-yatra-preparation-meeting-at-mahavinayak-pitha-in-jajpur-chandikhol

ବଲାଙ୍ଗୀର ୦୧/୦୧: ବରଗଡରେ ଜମୁଛି ଧନୁଯାତ୍ରା । କଂସ ଗର୍ଜନରେ କମ୍ପୁଛି ଦରବାର । ଲାଗିଛି ଲୋକଙ୍କ ଗହଳି । ଧନୁଯାତ୍ରାରେ ପଡିଥିବା ମୀନାବଜାରରେ ବି ଭିଡ଼ ଜମୁଛି । ଆଉ ଯାତ୍ରା ସହ ମୀନାବଜାରର ମଜା ନେବାକୁ କାହାର ବା ପସନ୍ଦ ନୁହେଁ । ଏମିତି ମନ କରି ମିଲନ ଯାଇଥିଲେ ବୁଲି । ମୀନାବଜାରରେ ବୁଲୁ ବୁଲୁ ଇଚ୍ଛା ହୋଇଥିଲା ଦୋଳି ଖେଳିବାକୁ ।

ଏମିତି ଦୋଳି ଖେଳୁ ଖେଳୁ ଚାଲିଗଲା ଜୀବନ । ବରଗଡ ଧନୁଯାତ୍ରାରେ ନଜର ଆସିଛି ଅଭାବନୀୟ ଘଟଣା । ବରଗଡ ସଦର ଥାନା ଅନ୍ତର୍ଗତ ସରଗାଡ଼ ପଞ୍ଚାୟତର ଝାରମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ମୃତ ଯୁବକ ଜଣକ ହେଲେ ମିଲନ ସାହୁ ।

ସୂଚନା ଥାଉକି, ଝାରମୁଣ୍ଡା ଠାରେ ଚାଲିଥିବା କଂସ ଦରବାରରେ ମୀନା ବଜାରର ଲେହେଟି ଦୋଳିରୁ ଖସି ପଡ଼ିଥିଲେ । ସଂଗେ ସଂଗେ ଯୁବକଙ୍କୁ ଉଦ୍ଧାର କରି ଲୋକ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କେମିତି କେଉଁ କାରଣରୁ ଏଭଳି ଘଟଣା ଘଟିଲା ସେନେଇ ତଦନ୍ତ କରୁଛି ପୋଲିସ।