LIVE TV

ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ସିଏମ୍‌ଙ୍କ ଘୋଷଣା, କହିଲେ ଜିଲ୍ଲାର ବିକାଶ ଦାୟିତ୍ୱ ମୁଁ କରିବି

NEWS7
it-minister-wrote-letter-to-facebook-ceo-mark-jukerberg

ନୂଆପଡ଼ା ୧୬/୧୦: ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ‘ନୂଆପଡ଼ା ବିକାଶ ଦାୟିତ୍ୱ ମୋର, କଥା ଦେଇ କଥା ରଖିବୁ’ । ‘ନୂଆପଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି’ । ‘ଏବେଠାରୁ ନୂଆପଡ଼ାବାସୀ ଦେଖିବେ ଡବଲ ଇଞ୍ଜିନ ସରକାରର ବିକାଶ’ । ଆଜି ବିଜେଡି କଂଗ୍ରେସରୁ ଅନେକ ସରପଞ୍ଚ ସମିତି ସଭ୍ୟ ବିଜେପିରେ ଯୋଗଦାନ କରିଛନ୍ତି । ପୂର୍ବରୁ କେବେ ଏତେ ବଡ଼ ମିଶ୍ରଣ ପର୍ବ ମୁଁ ଦେଖି ନଥିଲି ।

ଏ ସମାବେଶ ଦେଖି ବିଜେଡି ଛାତରେ ଛନକା ପସି ଯାଇଥିବ। କଂଗ୍ରେସରେ ଭୟରେ ଥିବ । ଏ ଉପନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ ହୋଇ ଯାଇଛି । ଗତ ୨୫ ଦିନରେ ନୂଆପଡ଼ାକୁ ଏହା ମୋର ତୃତୀୟ ଗସ୍ତ । ନୂଆପଡ଼ାର ଦାୟିତ୍ୱ ମୁଁ ନେବି । ପୂର୍ବରୁ କହିଥିଲି । ଏବେ ଏ ପ୍ରତିସ୍ମୃତି ପୁରଣ ପାଇଁ ଦାୟିତ୍ୱ ନେଇଛି । ଆମ ସରକାର ଯାହା କହେ ତାହା କରେ । ସେତେବେଳେ ବାଲେଶ୍ଵର ଉପନିର୍ବାଚନ ଓ ଧାମନଗର, ପଦ୍ମପୁର, ବିଜେପୁର ଓ ଝାରସୁଗୁଡାରେ ଦାୟିତ୍ୱ ନେବି ବୋଲି କହିଥିଲେ । ହେଲେ ନିର୍ବାଚନ ସରିଲେ ଦାୟିତ୍ୱ ସାରିଯାଏ । ଆମେ କଥା ଦେଇ କଥା ରଖୁ ।

ଧାନ କ୍ୱିଣ୍ଟାଲ ୩୧୦୦ ଓ ସୁଭଦ୍ରା ଯୋଜନା କରିଛୁ । ୨୪ ବର୍ଷ ସରକାର କରି ପାରି ନଥିଲେ ଆମେ ୨୪ ମିନିଟ କ୍ୟାବିନେଟରେ ଏହା କରିପାରିଛୁ । ନୂଆପଡ଼ା ଏବେ ନୂଆ ରେଳ ପ୍ରକଳ୍ପରେ ସାମିଲ ହୋଇଛି। ମୁଁ ଶ୍ରଦ୍ଧାଞ୍ଜଳି ସଭାରେ କହିଥିଲି।।ଏଥିରେ କୌଣସି ରାଜନୀତି ନାହିଁ। ମୁଁ ବିଧାୟକ ଥିଲି। ଅନେକ କାମରେ ଯାଏ ରାଜେନ୍ଦ୍ର ଭାଇଙ୍କ ପାଖକୁ ଯାଏ।ହେଲେ ସେ ନିଜର ଅସହାୟ ପ୍ରକାଶ କରନ୍ତି । ମୁଁ ମନ୍ତ୍ରୀ ସିନା ହୋଇଛି। ହେଲେ କାମ ତୃତୀୟ ମହଲାରୁ ହୁଏ ବୋଲି ସେ କହୁଥିଲେ । ତାଙ୍କର ଅଧୁରା ସ୍ଵପ୍ନକୁ ପୁରଣ କରିବା ପାଇଁ ତାଙ୍କ ପୁତ୍ର ଆଗକୁ ଆସିଛନ୍ତି । ସେ ବିଜେପିରେ ଏକାମ କରି ପାରିବି ଚିନ୍ତା କରି ସେ ବିଜେପିରେ ସାମିଲ ହୋଇଛନ୍ତି।

ଗତ ସରକାରରେ  କ୍ଷମତା କେନ୍ଦ୍ରୀଭୂତ ହୋଇ କାହା ପାଖରେ ଥିଲା ଆପଣ ଜାଣିଛନ୍ତି। ବିଜେଡି ନେତାମାନେ ଜୟଙ୍କ ବାବଦରେ ବ୍ୟକ୍ତିଗତ ଆକ୍ଷେପ କରାଗଲା। ଜୟଙ୍କ ଦେହରେ ରାଜେନ୍ଦ୍ରଙ୍କ ରକ୍ତ ନାହିଁ ବୋଲି କହିଲେ । ଏହା କେମିତି କହି ପାରିଲେ । ନବୀନ ବାବୁ ଜଣେ ଭଦ୍ର ଲୋକ । ନବୀନ ବାବୁ ଏ ଘୃଣ୍ୟ ଟିପଣିକୁ ନନ୍ଦା କଲେ ନାହିଁ। ଏ ଟିପିଣୀର ଲୋକ ନିର୍ବାଚନରେ ଜବାବ ଦେବେ। ବିଜେଡି ପ୍ରାର୍ଥୀଙ୍କୁ ଦେଖିଲେ ଲାଗୁଛି ଏ ନିର୍ବାଚନ ଏବେ ଏକ ପାଖିଆ ହେବାକୁ ଯାଉଛି।

ବିଜେଡି ସହ ନୁହେଁ ଏଥର ଲଢେଇ କଂଗ୍ରେସ ସହ ହେବ ବୋଲି ମୋତେ ଲାଗୁଛି। ଆମେ କେବେ ହେଲେ ଲଢ଼େଇକୁ ସାଧାରଣ ବୋଲି ଭାବି ନଥାଉ। ଯୋଡାକୁ ଘୋଡା ସାରି ନୁହେଁ। ବସନ୍ତ ପଣ୍ଡା ଜଣେ ଦକ୍ଷ ନେତା। ସେହିପରି ଢୋଲକିଆ ପରିବାର ସଂଗଠନ ଅଛି । ଏବେ ପଣ୍ଡା ଓ ଢୋଲକିଆଙ୍କ ଡବଲ ଯୋଡି ନୂଆପଡା ନିର୍ବାଚନରେ ବିଜୟୀ କରାଇବେ । ନୂଆପଡାବାସୀ ସ୍ୱାଭିମାନି ।

ବିଜେଡି ବିଧାୟକ ପ୍ରାର୍ଥୀ ପାଇଲେ ନାହିଁ । ସେଥିପାଇଁ ପୋଡ଼ଶୀ ଜିଲାରୁ ପ୍ରାର୍ଥୀ ଖୋଜି ଛିଡା କରାଇଛନ୍ତି । ବାହାର ଜିଲା ପ୍ରାର୍ଥୀଙ୍କୁ ଏଠି ଗ୍ରହଣ କରନ୍ତି ନାହିଁ । କଂଗ୍ରେସ ୨୪ରେ ବାହାର ପ୍ରାର୍ଥୀଙ୍କୁ ପ୍ରତ୍ୟାକ୍ଷାନ କରିଥିଲେ । ଏବେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିବେ । ଓଡ଼ିଆ ଝିଅକୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ କରାଗଲା । ହେଲେ ବିଜେଡି ଓ କଂଗ୍ରେସ ଚୁପ ।