LIVE TV

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର.କେ.ସିଂହଙ୍କ ଉପରେ ବିଜେପିର ବଡ଼ ଆକ୍ସନ, ୬ ବର୍ଷ ପାଇଁ ଦଳରୁ ନିଲମ୍ୱିତ

NEWS7
isro-launches-indias-largest-lvm3-rocket-with-36-satellites

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର.କେ.ସିଂହଙ୍କ ଉପରେ ବିଜେପି କଡ଼ା ଆକ୍ସନ ନେଇଛି । ପାର୍ଟି ତାଙ୍କୁ ଛଅ ବର୍ଷ ପାଇଁ ଦଳରୁ ନିଲମ୍ୱନ କରିଛି । ଦଳ ବିରୋଧୀ ଗତିବିଧିରେ ଲିପ୍ତ ଯୋଗୁ ବିଜେପି ଏହି ପଦକ୍ଷେପ ନେଇଛି । ଆରକେ ସିଂହଙ୍କ ଗତ କିଛି ବୟାନ ଓ ଆଚରଣକୁ ଅନୁଶାସନହୀନ କହି ଦଳ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ପ୍ରଶାସକରୁ ନେତା ହୋଇଥିବା ଆରକେ ସିଂହ ଗତ ବିହାର ବିଧାନସଭା ନିର୍ବାଚନରେ ନିଜ ବୟାନରେ ଦଳ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରୁଥିଲେ । ସେ ନୀତୀଶ ସରକାର ଉପରେ ଗମ୍ଭୀର ଅଭିଯୋଗ ଲଗାଇଥିଲେ, ଯେଉଁଥି ଲାଗି ପାର୍ଟିର ଛବିକୁ କ୍ଷତି ପହଞ୍ଚୁଥିଲା । ବିଜେପି ତାଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନେଇପାରେ ବୋଲି ଅନୁମାନ କରାଯାଉଥିଲା । ଆଉ ଶେଷରେ ପାର୍ଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଛଅ ବର୍ଷ ପାଇଁ ଦଳରୁ ନିଲମ୍ୱନ କରିଛି ।

ଆରକେ ସିଂହ ଲଗାତାର ବିଜେପି ନେତୃତ୍ୱଠାରୁ ଦୂରତା ରଖିବା ସହ ନିଜ ଦଳର ନେତାଙ୍କୁ ବିରୋଧ ଓ ପ୍ରଶାନ୍ତ କିଶୋରଙ୍କ ବୟାନକୁ ଖୋଲାଖୋଲି ସମର୍ଥନ କରୁଥିଲେ । ନିର୍ବାଚନ ସମୟରେ ସେ ପ୍ରଧାନମନ୍ତ୍ରୀ ଓ ପାର୍ଟିର ଜନସଭାଠାରୁ ଦୂରେଇ ରହୁଥିଲେ । ନିର୍ବାଚନ ମଝିରେ କଠୋର ପଦକ୍ଷେପ ନେଇ ବିରୋଧୀ ଏହାକୁ ପ୍ରସଙ୍ଗ କରିପାରନ୍ତି ବୋଲି ପାର୍ଟି ଅନୁମାନ କରୁଥିଲା, ତେଣୁ ଫଳାଫଳ ଘୋଷଣା ହେବାର ଗୋଟିଏ ଦିନ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛି ।

ଉଲ୍ଲେଖଯୋଗ୍ୟ, ବିଜେପି ଦ୍ୱାରା ଭୋଜପୁରୀ ସୁପରଷ୍ଟାର ଓ କଣ୍ଠଶିଳ୍ପୀ ପବନ ସିଂହଙ୍କୁ ପାର୍ଟିରେ ସାମିଲ କରାଯିବା ପରେ ଆରକେ ସିଂହଙ୍କ ସ୍ଥାନୀୟ ରାଜନୀତିରେ ପ୍ରଭାବ କମ ହୋଇଥିଲା । ଆରା ଓ ଏହାର ଆଖପାଖରେ ଦବଦବା ରଖୁଥିବା ଆରକେ ସିଂହଙ୍କ ତୁଳନାରେ ପବନ ସିଂହ ପୂରା ବିହାରରେ ଅଧିକ ଲୋକପ୍ରିୟତା ରଖନ୍ତି, ଯେଉଁଥିରେ ସଂଗଠନରେ ଶକ୍ତିର ସନ୍ତୁଳନ ବଦଳିଗଲା ।