ନୂଆଦିଲ୍ଲୀ: ଗାଜାରେ ହମସା ଓ ଲେବାନନରେ ହେଜବୁଲ୍ଲା ସହ ଯୁଦ୍ଧ ଭିତରେ ଇସ୍ରାଏଲ୍ ସେନା ସିରିଆ ଉପରେ ଆକ୍ରମଣକୁ ଜୋରଦାର କରିଛି । ବୁଧବାର ସିରିଆର ରାଜଧାନୀ ଦମିସ୍କ ସ୍ଥିତ ପ୍ରତିରକ୍ଷା ମନ୍ତ୍ରଣାଳୟ ଉପରେ ଆକ୍ରଣ କରିଛି । ମନ୍ତ୍ରଣାଳୟ ପରିସରର ଏଣ୍ଟ୍ରି ଗେଟ୍କୁ ଟାର୍ଗେଟ୍କୁ କରି ଡ୍ରୋନ୍ ଆକ୍ରମଣ କରାଯାଇଛି । ଏହି ଆକ୍ରମଣ ପଛର କାରଣ, ଦକ୍ଷିଣ ସିରିଆରେ ଡ୍ରୁଜ ବହୁଳ ସହରେ ସ୍ୱେଦାରେ ସରକାରୀ ସୁରକ୍ଷା ବଳ ଓ ସ୍ଥାନୀୟ ଡ୍ରୁଜ ଯବାନଙ୍କ ମଧ୍ୟରେ ସଂଘର୍ଷ ବୋଲି କୁହାଯାଇଛି ।
ଇସ୍ରାଏଲ୍ ଏହି ଆକ୍ରମଣକୁ ସ୍ୱୀକାର କରି କହିଛି, ଏହି କାର୍ଯ୍ୟାନୁଷ୍ଠାନ ଡ୍ରୁଜ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ କରାଯାଇଛି । ଆଇଡିଏଫ୍ କହିଛି, 'ଦମିସ୍କରେ ସିରିଆ ଶାସନର ସୈନ୍ୟ ମୁଖ୍ୟାଳୟ ପରିସର ଦ୍ୱାରାକୁ ଟାର୍ଗେଟ୍ କରୁଛି । ଆମେ ଦକ୍ଷିଣ ସିରିଆରେ ଡ୍ରୁଜ ନାଗରିକଙ୍କ ଉପରେ ହେଉଥିବା କାର୍ଯ୍ୟାନୁଷ୍ଠାନ ଉପରେ ନଜର ରଖିଛୁ ।'
ଇସ୍ରାଏଲ୍ ଲଗାତାର ତୃତୀୟ ଦିନରେ ସିରିଆଇ ଉପରେ ଆକ୍ରମଣ କରିଛି । ଏହା ପୂର୍ବରୁ ସ୍ୱେଦା ଓ ଆଖପାଖ ଅଞ୍ଚଳରେ ମଧ୍ୟ ଆକ୍ରମଣ କରିଥିଲା । ବୁଧବାର ସାରା ଦିନ ସ୍ୱେଦା ସହର ଓ ଆଖପାଖ ଗାଁରେ ମୋର୍ଟାର ଓ ତୋପୋରୁ ଗୁଳିଗୋଳା ମାଡ଼ ନେଇ ଖବର ସାମନାକୁ ଆସିଛି । ସ୍ଥାନୀୟ ନ୍ୟୁଜ୍ ପୋର୍ଟଲ Sweida24 ଅନୁସାରେ, ଆଜି ସକାଳୁ ସ୍ୱେଦାର ଅନେକ ଅଞ୍ଚଳରେ ଗୁଳିମାଡ଼ ଓ ବିସ୍ଫୋରଣ ଶୁଣିବାକୁ ମିଳୁଛି ।
ସିରିଆଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ଏହି ଆକ୍ରମଣର ଦୁଇଟି ଡ୍ରୋନ ବ୍ୟବହାର କରାଯାଇଥିଲା । ମନ୍ତ୍ରଣାଳୟର ଅଧିକାରୀମାନେ ବେସମେଣ୍ଟରେ ଶରଣ ନେଇଥିଲେ । ତେବେ ଏହି ଆକ୍ରମଣରେ ଦୁଇ ଜଣ ନାଗରିକ ଆହତ ହୋଇଥିବା ସିରିଆର ସରକାରୀ ନ୍ୟୁଜ୍ ଏଜେନ୍ସି ଏଲେଖରିଆ ଟିଭି ସୂଚନା ଦେଇଛି ।