ନୂଆଦିଲ୍ଲୀ – ଇସ୍ରାଏଲ ଏବେ ଯୁଦ୍ଧକୁ ବ୍ୟାପକ କରି କତାରର ରାଜଧାନୀ ଦୋହାରେ ଆକ୍ରମଣ କରିଛି। ଖବର ଅନୁସାରେ , ଏହି ଆକ୍ରମଣ ହମାସ ନେତାଙ୍କ ନିପାତ ଉଦ୍ଦେଶ୍ୟରେ କରାଯାଇ ଥିଲା। କତାର ସରକାର ଆକ୍ରମଣକୁ ନିନ୍ଦା କରିଛନ୍ତି। ଏହାସହ କହିଛନ୍ତି ଯେ, ଏହି ପଦକ୍ଷେପ ଆନ୍ତର୍ଜାତୀୟ ଆଇନର ଉଲ୍ଲଂଘନ।ବିଶେଷ କଥା ଏହା ଯେ, ହମାସର ନିର୍ବାସିତ ନେତୃତ୍ୱ ଦୀର୍ଘ ଦିନରୁ କତାରରେ ରହୁଛନ୍ତି। ଏହା ଏମିତି ସମୟରେ ହେଉଛି, ଯେବେ ଆକଳନ କରାଯାଉ ଥିଲା ଯେ, ହମାସ ଓ ଇସ୍ରାଏଲରେ ସଂଘର୍ଷ ପୁଣି ଥରେ ବଢିପାରେ।

ଅଲ୍‌ ଜଜିରାର ରିପୋର୍ଟ ଅନୁସାରେ , ଇସ୍ରାଏଲ ଦୋହାରେ ଆବାସିକ ଅଞ୍ଚଳ ଗୁଡ଼ିକୁ ଟାର୍ଗେଟ୍‌ କରିଛି। କତାରର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମାଜିଦ୍‌ ଅଲ୍‌-ଅନସାରୀ କହିଛନ୍ତି ଯ, ଦେଶ କଡ଼ା ଶବ୍ଦରେ ଆକ୍ରମଣକୁ ନିନ୍ଦା କରୁଛି। ସେ କହିଛନ୍ତି ଯେ, ଆକ୍ରମଣ ଆବାସିକ ବିଲ୍ଡିଂ ଉପରେ କରାଯାଇ ଥିଲା , ଯେଉଁଥିରେ ହମାସର ପଲିଟିକାଲ ବ୍ୟୁରୋର ଅନେକ ସଦସ୍ୟ ରହୁଥିଲେ। ସେ କହିଛନ୍ତି ଏହା କତାର ଓ କତାରର ନାଗରକିଙ୍କ ସୁରକ୍ଷା ପ୍ରତି ବିପଦକୁ ଦର୍ଶାଉଛି।