ବନ୍ଧା ହେବେ ବେଞ୍ଜାମିନ୍ ନେତାନ୍ୟାହୁ ? ଆଇସିସି ଜାରି କରିପାରେ ଗିରଫ ପରଓ୍ବାନା

Published By : Prameya-News7 Bureau | April 30, 2024 IST

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ଭିତରରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପାଇଁ ଅଡ଼ୁଆ ବଢ଼ିଲା । ବନ୍ଧା ହେବେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ । ଇଣ୍ଟର ନ୍ୟାସନାଲ୍ କ୍ରିମିନାଲ୍ କୋର୍ଟ ଯୁଦ୍ଧକୁ ନେଇ ହୋଇଥିବା ଅଭିଯୋଗ ଆଧାରରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିବାକୁ ପ୍ରସ୍ତୁତି କରୁଛି । କେବଳ ନେତାନ୍ୟାହୁ ନୁହେଁ ଇସ୍ରାଏଲ ଶୀର୍ଷ ଅଧିକାରୀଙ୍କ ବିରୋଧରେ ମଧ୍ୟ ଗିରଫ ପରଓ୍ବାନା ଜାରି କରିବ । ସେପଟେ ଇସ୍ରାଏଲ ସରକାର ଏହି ଓ୍ବାରେଣ୍ଟ ଉପରେ ରୋକ୍ ଲଗାଇବାକୁ ମଧ୍ୟ ପ୍ରୟାସ କରୁଛନ୍ତି ।  

ରବିବାର ଟାଇମ୍ସ ଅଫ୍ ଇସ୍ରାଏଲ୍ ବିଶେଷ ସୂତ୍ରରୁ କହିଛି, ଇସ୍ରାଏଲ ସରକାର ନେତାନ୍ୟାହୁ ଏବଂ ଅନ୍ୟ ଅଧିକାରୀଙ୍କ ବିରୋଧରେ ଇଣ୍ଟର ନ୍ୟାସନାଲ୍ କ୍ରିମିନାଲ୍ କୋର୍ଟ ଜାରି କରିବାକୁ ଥିବା ଗିରଫ ପରଓ୍ବାନକୁ ରୋକିବାକୁ ଉଦ୍ୟମ କରୁଛନ୍ତି । ରିପୋର୍ଟ ମୁତାବକ, ଇସ୍ରାଏଲ୍ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ, ଓ୍ବାରେଣ୍ଟକୁ ଅଟକାଇବା ପାଇଁ ନେତୃତ୍ବ ନେଉଛି । ବିଦେଶ ମନ୍ତ୍ରାଳୟ ଏଥିରେ ସାମିଲ୍ ରହିଛି । ଜଣେ ଇସ୍ରାଏଲ ରାଜନୈତିକ କହିଛନ୍ତି, ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରଓ୍ବାନାକୁ ରୋକିବା ପାଇଁ ସମ୍ଭବତଃ ସମସ୍ତ ପ୍ରୟାସ କରାଯାଉଛି । ଆଇସିସିରେ ପ୍ରମୁଖ ଅଭିଯୋଗ ହେଉଛି, ଇସ୍ରାଏଲ ଜାଣିଶୁଣି ପାଲେଷ୍ଟାୟୀନଙ୍କୁ ଭୋକ ଉପାସରେ ରଖିଥିଲା । ଲୋକଙ୍କ ନିକଟରେ ଖାଦ୍ୟ ପହଞ୍ଚାଉନଥିଲା । ତେବେ ଇସ୍ରାଏଲ ଏହି ମାମଲାରେ କେତେ ଗମ୍ଭୀର, ତାହା ଆଇଡିଏଫ ମୁଖପାତ୍ର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛନ୍ତି। ଗାଜାରେ ଇସ୍ରାଏଲ ପହଞ୍ଚାଇଥିବା ମାନବୀୟ ସହାୟତା ବାବଦରେ ସୂଚନା ଦେଇଛନ୍ତି ।  

ଏହି ମାମଲାରେ ଆଇସିସି ଉପରେ ଚାପ ପକାଇବାକୁ ଆମେରିକା ମାଧ୍ୟମରେ କୂଟନୈତିକ ଚାପ ପକାଇଥିଲା ଇସ୍ରାଏଲ । ଇସ୍ରାଏଲ୍ ଏକ୍ସପୋର୍ଟ ବେନ କୈସ୍ପିଟ୍ କହିଛନ୍ତି, ଆଇସିସିର ଗିରଫ ପରଓ୍ବାନାକୁ ନେଉ ନେତାନ୍ୟାହୁ ଓ ତାଙ୍କ ଅଧିକାରୀଙ୍କୁ ଚିନ୍ତାରେ ରହିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.