ନୂଆଦିଲ୍ଲୀ: ଗାଜା ଯୁଦ୍ଧ ମଧ୍ୟରେ ଇସ୍ରାଏଲକୁ ସେନା ଅଭାବ। ସେପଟେ ମେଣ୍ଟ ଭାଙ୍ଗିଯିବା ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଘାରିଛି ଭୟ। ଅଲ୍ଟ୍ରା -ଅର୍ଥୋଡକ୍ସ ଇହୂଦୀ ଅର୍ଥାତ୍ ହରେଡି ସମ୍ପ୍ରଦାୟ ପାଇଁ ସେନା ନିଯୁକ୍ତି ସମାପ୍ତ କରିବା। ଏହି ପ୍ରସଙ୍ଗ ଏବେ ଇସ୍ରାଏଲ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ହରେଡି ଛାତ୍ରଙ୍କ ଉପରେ ଗିରଫଦାରୀର ଖଣ୍ଡା ଝୁଲିବା ପରେ ନେତାନ୍ୟାହୁ ସରକାରଙ୍କ ମେଣ୍ଟରେ ଥିବା ଦୁଇ ଦଳ ଶାସ୍ ଏବଂ ୟୁନାଇଟେଡ୍ ଟୋରାହ ଇହୁଦୀମ(UTJ) ଖପ୍ପା। ସେମାନେ ସ୍ପଷ୍ଟ ଭାବରେ କହିଛନ୍ତି, ଯଦି ଛାତ୍ରମାନଙ୍କୁ ଗିରଫ କରାଯାଏ, ତେବେ ସେମାନେ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିବେ। ଏହାକୁ ନେଇ ନେତାନ୍ୟାହୁଙ୍କ ଚୌକି ଏବେ ଟଳମଳ।
ଇସ୍ରାଏଲୀ ସେନା (IDF) ସେହି ଛାତ୍ର ବା ଯୁବକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି ଯେଉଁମାନେ ସାମରିକ ସେବାର ବାଧ୍ୟମୂଳକ ଆଦେଶ ସତ୍ତ୍ୱେ ରିପୋର୍ଟ କରୁନାହାନ୍ତି। ଏପରି ଯୁବକ ଓ ଛାତ୍ରମାନଙ୍କୁ ସେମାନଙ୍କ ଘରୁ ଉଠାଇ ନେଉଛି ସାମରିକ ପୋଲିସ। ଏହି ନିୟମ ପ୍ରତ୍ୟେକ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ, କିନ୍ତୁ ହରେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ସମ୍ପ୍ରଦାୟକୁ ବିଶେଷ ଭାବରେ ଟାର୍ଗେଟ କରାଯାଇଛି। ଶାସ୍ ଏବଂ UTJ ସ୍ପଷ୍ଟ କରିଛନ୍ତି ଯେ ଯଦି ଛାତ୍ରମାନଙ୍କୁ ଗିରଫଦାରୀ ଜାରି ରଖାଯାଏ, ତେବେ ସେମାନେ ଶାସକ ମେଣ୍ଟ ଛାଡିଦେବେ। ଏହା ସରକାରଙ୍କ ଶେଷ ଦିନ ହେବ।
ହରେଡି କିଏ? କାହିଁକି ବଢ଼ିଲା ବିବାଦ?
୧୯୪୮ ମସିହାରେ ଇସ୍ରାଏଲ ପ୍ରତିଷ୍ଠା ସମୟରେ, ଧାର୍ମିକ ଅଧ୍ୟୟନ ଯୋଗୁଁ ହରେଡି ସମ୍ପ୍ରଦାୟକୁ ସାମରିକ ସେବାରୁ ମୁକ୍ତ କରାଯାଇଥିଲା। କିନ୍ତୁ ୨୦୨୩ ମସିହାରେ ହମାସ ଆକ୍ରମଣ ପରେ ନୀତିରେ ପରିବର୍ତ୍ତନ କରାଯାଇଥିଲା। ଇସ୍ରାଏଲରେ ଇହୁଦୀ ପୁରୁଷମାନଙ୍କୁ ପ୍ରାୟ ତିନି ବର୍ଷ ପାଇଁ ସାମରିକ ସେବା କରିବାକୁ ପଡ଼ିଥାଏ। ଏହା ପରେ ଅନେକ ବର୍ଷ ପାଇଁ ରିଜର୍ଭ ଡ୍ୟୁଟି କରିବାକୁ ପଡ଼ିଥାଏ। ସେହି ସମୟରେ, ଇହୁଦୀ ମହିଳାମାନଙ୍କୁ ଦୁଇ ବର୍ଷ ପାଇଁ ବାଧ୍ୟତାମୂଳକ ସାମରିକ ସେବା କରିବାକୁ ପଡ଼ିଥାଏ। କିନ୍ତୁ ହରେଦି ସମ୍ପ୍ରଦାୟ ଧାର୍ମିକ କାର୍ଯ୍ୟ ପରିଚାଳନା କରେ। ସରକାର ୨୬ ବର୍ଷ ବୟସ ପର୍ଯ୍ୟନ୍ତ ଏହାର ଯୁବକମାନଙ୍କୁ ଧାର୍ମିକ ଶିକ୍ଷା ପ୍ରଦାନ କରେ। କିନ୍ତୁ ବର୍ତ୍ତମାନ ଇସ୍ରାଏଲ ସରକାର ଏହି ସମ୍ପ୍ରଦାୟର ଯୁବକଙ୍କୁ ସାମରିକ ଆଇନ ଅନୁଯାୟୀ ସେନାରେ ସାମିଲ ହେବା ବାଧ୍ୟତାମୂଳକ କରିଛି।
ହମାସ ଆକ୍ରମଣ ପରେ ସୈନିକଙ୍କ ଆବଶ୍ୟକତା ଥିବାରୁ ସାମରିକ ସେବାରେ ଅଧିକ ସେନା ଅନ୍ତର୍ଭୁକ୍ତ କରିବାକୁ ଇସ୍ରାଏଲ ସରକାର ନିଷ୍ପତ୍ତି ନେଇଛନ୍ତି। ଇସ୍ରାଏଲ ୩,୬୦,୦୦୦ ରିଜର୍ଭ ସୈନିକଙ୍କୁ ସକ୍ରିୟ କରିଛି। କିନ୍ତୁ କିଛି ରିଜର୍ଭ ସୈନିକ ସରକାରଙ୍କ ଏହି ଆହ୍ୱାନକୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ନେତାନ୍ୟାହୁଙ୍କ ପାଇଁ ଦୁଇଟି ଦଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ହାରେଡିମ୍ କିମ୍ବା ହିବ୍ରୁରେ ହାରେଡିମ୍। ଉଭୟଙ୍କୁ ସରକାର ଭାଙ୍ଗିବା ପାଇଁ ଭୋଟ୍ ଦେବାକୁ ପଡିବ।
ଏଥିରେ ନେତାନ୍ୟାହୁଙ୍କ ସବୁଠାରୁ ବଡ଼ ସମର୍ଥକ ଦଳ ଶାସ୍ ରହିଛି। ଜଣେ ଶାସ୍ ମୁଖପାତ୍ର କହିଛନ୍ତି ଯେ ଦଳ ବର୍ତ୍ତମାନ ସରକାର ଭାଙ୍ଗିବା ସପକ୍ଷରେ ଭୋଟ୍ ଦେବାକୁ ଯୋଜନା କରୁଛି। ଅନ୍ୟ ଦଳ ଡେଗେଲ୍ ହାଟୋରାହ ମଧ୍ୟ ଗତ ସପ୍ତାହରୁ ସରକାରରୁ ଓହରିବାକୁ ଧମକ ଦେଇ ଆସୁଛନ୍ତି। ହାଟୋରାହର ଗୋଟିଏ ଯୁକ୍ତି- ସେନାରେ ସେବା କରିବାରୁ ମୁକ୍ତି।
ଇସ୍ରାଏଲରେ ୨୦୨୬ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଯଦି ଇସ୍ରାଏଲୀ ସଂସଦ ପୂର୍ବରୁ ଭାଙ୍ଗିଯାଏ, ତେବେ ସରକାରଙ୍କୁ ଅନେକ ପ୍ରକ୍ରିୟା ଦେଇ ଯିବାକୁ ପଡିବ। ହିବ୍ରୁ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରଫେସର ଗାଇଲ୍ ତାଲଶିର କହିଛନ୍ତି ଯେ ସଂସଦ ଭାଙ୍ଗିଗଲେ ମଧ୍ୟ ସରକାରଙ୍କୁ ଅତିରିକ୍ତ ଭୋଟିଂ ସମେତ ଅନେକ ଅମଲାତାନ୍ତ୍ରିକ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ପଡିବ। ସେପଟେ ପିଏମ୍ ନେତାନ୍ୟାହୁ କହିଛନ୍ତି ଯେ ଆଇନ କାର୍ଯ୍ୟକାରୀ କରିବାର ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନ ଯୁଦ୍ଧ। ଦେଶକୁ ମଜଭୁତ କରିବାକୁ ଆମକୁ ଏକ ହେବାକୁ ପଡ଼ିବ।