Live Live
LIVE

ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର, ଅବଜରଭେସନ୍‌ରେ ରହିବେ କିଛି ଦିନ

NEWS7
iranian-authorities-arrested-oscar-winning-actress-taraneh-alidoosti

ଭୁବନେଶ୍ୱର ୧୧।୦୩ : ରାଜସ୍ୱ ମନ୍ତ୍ରୀଙ୍କ ସଫଳ ଅସ୍ତ୍ରୋପଚାର । ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ହୋଇଛି ସଫଳ ଅସ୍ତ୍ରୋପଚାର । ବିଶିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ଏକେ ବିଶୋଇ ରାଜସ୍ୱ ମନ୍ତ୍ରୀଙ୍କ ଅସ୍ତ୍ରୋପଚାର କରିଥିଲେ ।

ଏ ଖବର ବି ପଢନ୍ତୁ:- ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ, ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍‌ସ ସ୍ଥାନାନ୍ତର

ମାର୍ଚ୍ଚ ୩ ତାରିଖ ଦିନ ହଠାତ୍ ମନ୍ତ୍ରୀ ସୁରେଶ ପୂଜାରୀ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତୁରନ୍ତ ରାଜସ୍ୱ ମନ୍ତ୍ରୀଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ହେଲେ ଉନ୍ନତ୍ତ ଚିକିତ୍ସା ଲାଗି ମାର୍ଚ୍ଚ ୫ ତାରିଖରେ ସୁରେଶ ପୂଜାରୀଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସା ମଧ୍ୟ ଆରମ୍ଭ ହୋଇଥିଲା । କରୋନାରୀ ଆର୍ଟେରୀ ଡିଜିଜ୍ ଓ ଟ୍ରିପଲ ଭେସେଲ୍ ଡିଜିଜ୍ରେ ଆକ୍ରାନ୍ତ ହୋଇଥିଲେ । ଶେଷରେ ଦିଲ୍ଲୀ ଏମ୍ସରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କର ଅସ୍ତ୍ରୋପଚାର ହୋଇଥିଲା । ଅସ୍ତ୍ରୋପଚାର ସଫଳ ହୋଇଥିବା ମଧ୍ୟ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ବିଶିଷ୍ଠ ଡାକ୍ତର ହୃଦରୋଗ ବିଶେଷଜ୍ଞ ଡାକ୍ତର ଏକେ ବିଶୋଇ ରାଜସ୍ୱ ମନ୍ତ୍ରୀଙ୍କ ଅସ୍ତ୍ରୋପଚାର କରିଥିଲେ । ତେବେ ତାଙ୍କୁ ବିଶ୍ରାମ ପାଇଁ ମେଡିକାଲ ପକ୍ଷରୁ କୁହାଯାଇଛି ।

ଏ ଖବର ବି ପଢନ୍ତୁ:- ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା, କଲେଜ ଛାତ୍ରଙ୍କ ବ୍ୟାଗ୍‌ରେ ଚୋରା ଚାଲାଣ