ନୂଆଦିଲ୍ଲୀ: ଇରାନର ପରମାଣୁ କାର୍ଯ୍ୟକ୍ରମ ନେଇ ପ୍ରଥମ ଥର ଆମେରିକା ଓ ତେହରାନ ମଧ୍ୟରେ ଆଲୋଚନା ହେବାକୁ ଯାଉଛି। ଶନିବାର ଓମାନରେ ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ ଆଲୋଚନା ହେବ। ଯଦି ଇରାନ ସହ ଏନେଇ କିଛି ଡିଲ ନ ହୁଏ ତେବେ ତେବେ ଆମେରିକା ଟ୍ରମ୍ପଙ୍କ ଉପରେ ଭୟଙ୍କର ଆକ୍ରମଣ କରିବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି।
ଇରାନ ବର୍ତ୍ତମାନ ପରମାଣୁ ଅସ୍ତ୍ର ତିଆରି କରିବା କାମ ଜୋର୍ସୋରରେ ଜାରି ରଖିଛି। ଆମେରିକା ଇରାନକୁ ଏ ଦିଗରେ ଅଟକାଇବାକୁ ଚାହୁଁଛି। କାରଣ ଇରାନ ଭଳି ଏକ ଦେଶ ପାଖରେ ପରମାଣୁ ଅସ୍ତ୍ର ଲାଗୁ ଟ୍ରମ୍ପ ଚାହୁଁ ନାହାନ୍ତି। ଜାନୁଆରୀରେ ସେ ଆମେରିକାର ରାଷ୍ଟ୍ରପତି ହେବା ପରଠାରୁ ଏନେଇ ଇରାନ ସହ ଆଲୋଚନା ନେଇ ବାରମ୍ବାର ପ୍ରସ୍ତାବ ଦେଇଥିଲେ ବି ଇରାନ ଏହାକୁ ପ୍ରତ୍ୟାକ୍ଷାନ କରିଥିଲା।
ହେଲେ ହଠାତ୍ ଇରାନ ଆମେରିକା ସହ ଆଲୋଚନା କରିବା ଖବର ସାମ୍ନାକୁ ଆସିଛି, ତାହା ପୁଣି ଆଜି। ଜଣେ ଇରାନୀ ଅଧିକାରୀ ରଏଟର୍ସକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ମାମଲାରେ ଚୂଡ଼ାନ୍ତ ମତ ରଖିବାର ଅଧିକାର ଇରାନର ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ପାଖରେ ଅଛି। ହେଲେ ସେ ଆଲୋଚନା ପାଇଁ ଆରାଘଚିଙ୍କୁ "ପୂର୍ଣ୍ଣ କ୍ଷମତା" ଦେଇଛନ୍ତି।
ପଢନ୍ତୁ- ଇସ୍ରାଏଲ୍ ସେନାରେ ବିଦ୍ରୋହ; ଗାଜା ଯୁଦ୍ଧକୁ ହଜାରେ ସୈନିକଙ୍କ ନା, ଆକ୍ସନ ନେବେ ସରକାର
ଶୁକ୍ରବାର ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆମେରିକା ସହିତ ଆଲୋଚନା କରିବାକୁ ଖାମେନିଙ୍କୁ ତାଙ୍କ ଉଚ୍ଚ ଅଧିକାରୀମାନେ ଅନୁରୋଧ କରିଥିଲେ। ଯଦି ଆମେରିକା ସହିତ ଆଲୋଚନା ନ ହୁଏ ତେବେ ଇସଲାମିକ ଗଣରାଜ୍ୟର ପତନ ବିପଦରେ ପଡ଼ିପାରେ ବୋଲି ସେମାନେ ଖାମିନେଇଙ୍କୁ ବୁଝାଇଥିଲେ। ଏହାପରେ ଇରାନ ଆମେରିକା ସହିତ ଆଲୋଚନା ପାଇଁ ରାଜି ହୋଇଥିବା କୁହାଯାଉଛି।
ଇରାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଇରାନ ଏବଂ ଆମେରିକୀୟ ପ୍ରତିନିଧି ଦଳ ଆଲୋଚନା ପାଇଁ ମସ୍କଟରେ ପହଞ୍ଚିଛନ୍ତି। ଯେଉଁଥିରେ ତେହେରାନର ପକ୍ଷର ନେତୃତ୍ୱ ନେଉଛନ୍ତି ବୈଦେଶିକ ମନ୍ତ୍ରୀ ଆବାସ୍ ଆରାଘଚି। ୱାଶିଂଟନର ପକ୍ଷରୁ ଆଲୋଚନା କରିବେ ଟ୍ରମ୍ପଙ୍କ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଦୂତ ଷ୍ଟିଭ୍ ୱିଟକଫ।
ଶନିବାର ଆଲୋଚନା ପୂର୍ବରୁ ଟ୍ରମ୍ପ ଇରାନକୁ ପୁଣି ଏକ କଡ଼ା ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଯଦି ତେହେରାନ ଏହାର ପରମାଣୁ କାର୍ଯ୍ୟକ୍ରମ ବନ୍ଦ ନ କରେ ତେବେ ଏଥିପାଇଁ ତାଙ୍କୁ ସବୁ ମୂଲ୍ୟ ଦେବାକୁ ପଡିବ। ଏନେଇ ଟ୍ରମ୍ପଙ୍କ ପ୍ରେସ ସଚିବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ପଢନ୍ତୁ- ଆମେରିକା-ଚୀନ ଟାରିଫ୍ ଓ୍ୱାର୍, ରେକର୍ଡ ବ୍ରେକ କରୁଛି ସୁନା ଦର
ଇରାନର ସରକାରୀ ଟେଲିଭିଜନ ଅନୁଯାୟୀ, ଆମେରିକା ସହ ଆଲୋଚନା ପୂର୍ବରୁ ଇରାନର ଆରାଘଚି ତାଙ୍କ ଓମାନ ପ୍ରତିପକ୍ଷ ବଦର ଅଲ-ବୁସାଇଦିଙ୍କ ସହ ସାକ୍ଷାତ କରିଥିଲେ। ଇରାନର ସରକାରୀ IRNA ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଆରାଘଚି ତେହେରାନର ଆଭିମୁଖ୍ୟ ଓ ଆଲୋଚନା ପାଇଁ ପ୍ରମୁଖ ବିଷୟଗୁଡ଼ିକୁ ଆମେରିକୀୟ ପକ୍ଷକୁ ଜଣାଇଥିଲେ। ତେବେ କେବଳ ପରମାଣୁ ପ୍ରସଙ୍ଗ ଉପରେ ଆଲୋଚନାର ଅବଧି ଆମେରିକା ପକ୍ଷର ଗମ୍ଭୀରତା ଏବଂ ସଦିଚ୍ଛା ଉପରେ ନିର୍ଭର କରିବ ବୋଲି ଇରାନ ପକ୍ଷର ଜଣେ ଅଧିକାରୀ ମିଡିଆକୁ ସୂଚନା ଦେଇଛନ୍ତି।