ଇରାନ ଅଭିମୁଖେ ଆମେରିକାର ବଡ ଏବଂ ଶକ୍ତିଶାଳୀ ଜାହାଜ : ଟ୍ରମ୍ପ୍ କହିଲେ -'ଏହାକୁ ବ୍ୟବହାର ନକଲେ ଭଲ'

NEWS7
ips-officer-sachin-kumar-atulkar-didnt-accept-the-offer-of-participating-in-bigboss-13

ନ୍ୟୁୟର୍କ,୩୦|୧ : ଆମେରିକା ଚାହୁଁନି ଇରାନ ସହ ଯୁଦ୍ଧ । କିନ୍ତୁ ଇରାନ ନସୁଧୁରିଲେ ଆମେରିକା ଛାଡିବ ନାହିଁ । ଯୁଦ୍ଧ କରିବ । ଏମିତି କିଛି କହିଛନ୍ତି ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।

ଟ୍ରମ୍ପ୍ କହିଛନ୍ତି ଯେ, ସେ କେବେହେଲେ ଯୁଦ୍ଧକୁ ସମର୍ଥନ କରନ୍ତିନି । ଏହାକୁ ଟାଳିବାକୁ ନିରନ୍ତର ପ୍ରୟାସ କରନ୍ତି । କିନ୍ତୁ ଇରାନ ସାବଧାନ ରହିବା ଜରୁରୀ । ତେହେରାନ ଅଭିମୁଖେ ଆମେରିକାର ବଡ ଏବଂ ଶକ୍ତିଶାଳୀ ଯୁଦ୍ଧ ଜାହାଜ ଅଗ୍ରସର ହେଉଛି । ତେହରାନ ସହ ଆଗାମୀ ଦିନରେ ପରମାଣୁ ଚୁକ୍ତି ନେଇ ଆଲୋଚନା ହୋଇପାରେ । ତେବେ ଟ୍ରମ୍ପଙ୍କ ବୟାନ ସେହି ସମୟରେ ଆସିଛି ଯେତେବେଳେ ଇରାନ ସେନା ବନ୍ଧୁକର ଟ୍ରିଗର ଉପରେ ଆଙ୍ଗୁଠି ରଖିଥିବା କଥା କହିଥିଲା । ଯଦି ଆମେରିକା ସାମରିକ ଶକ୍ତି ପ୍ରୟୋଗ କରେ ତାହାଲେ ଇରାନ ଭୟଙ୍କର କ୍ଷତି ଘଟାଇବ । ଯାହା ଆଗରୁ କେବେ ହୋଇନଥିଲା ତାହା ଆମେରିକା ଦେଖିବ ବୋଲି ତେହରାନ ସତର୍କ କରାଇ ଦେଇଥିଲା ।

ଟ୍ରମ୍ପ୍ ଆହୁରି କହିଛନ୍ତି ଯେ, ସେ ତାଙ୍କ ଶାସନର ପ୍ରଥମ ବର୍ଷରେ ସାମରିକ ଶକ୍ତିକୁ ଅଧିକ ସୁଦୃଢ କରିଛନ୍ତି । ଏବେ ୟୁଏସର ଫୋର୍ସ ଇରାନ ମୁହାଁ ହୋଇଛନ୍ତି । ତେବେ ଏହାର କିଛି ବ୍ୟବହାର ନହେବା ଭଲ । ଇରାନକୁ ବଡ ବଡ ଯୁଦ୍ଧ ଜାହାଜ ଘେରି ରଖିଛନ୍ତି ।

ସୂଚନାଯୋଗ୍ୟ, ଲଗାତାର ଭାବେ ଟ୍ରମ୍ପ୍ ନିଜ ବୟାନ ବଦଳାଉଛନ୍ତି । ପ୍ରଥମେ ସେ ଇାରନ ଉପରେ ଆକ୍ରମଣ କରିବେ କହିଥିଲେ । ପରେ ପରମାଣୁ ଚୁକ୍ତି ନେଇ ତେହେରାନକୁ ଅଫର ଦେଇଥିଲେ । ଏହାସହ ତେହେରାନ ପାଖରେ କମ୍ ସମୟ ରହିଛି ବୋଲି ମଧ୍ୟ ଆମେରିକା ରାଷ୍ଟ୍ରପତି ପ୍ରକାଶ କରିଥିଲେ ।