ଦୁନିଆରେ ସ୍ଲୋ-ଡାଉନ୍ ଚର୍ଚ୍ଚା ହେଉଛି, ଭାରତ ବିକାଶର କାହାଣୀ ଲେଖୁଛି: ପିଏମ୍ ମୋଦୀ

NEWS7
international-stadium-to-be-built-in-angul-india-plans-to-host-olympics-by-2036

ନୂଆଦିଲ୍ଲୀ: ଦୁନିଆରେ ଯେତେବେଳେ ସ୍ଲୋ-ଡାଉନର ଚର୍ଚ୍ଚା ହେଉଛି, ସେତେବେଳେ ଭାରତ ବିକାଶର କାହାଣୀ ଲେଖୁଛି । ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ଦୁନିଆ ଅନିଶ୍ଚିତତାରେ ଭରି ରହିଛି, କିନ୍ତୁ ଏହି ସମୟରେ ବି ଆମର ଭାରତ ଅଲଗା ଲିଗ୍ ନଜର ଆସୁଛି । ଭାରତ ଆତ୍ମବିଶ୍ୱାସରେ ଭରି ରହିଛି । ଦୁନିଆରେ ବିଶ୍ୱାସର ସଂକଟ ଥିବା ବେଳେ ଭାରତ ବିଶ୍ୱାସର ସ୍ତମ୍ଭ ହୋଇଛି । ଦୁନିଆ ଫ୍ରେଗମେଣ୍ଟେସନ ଆଡ଼କୁ ଯାଉଥିବା ବେଳେ ଭାରତ ବ୍ରିଜ ବିଲ୍ଡର ସାଜୁଛି । କିଛି ଦିନ ତଳେ ଭାରତରେ ଦ୍ୱିତୀୟ ତ୍ରୈମାସିକ ଜିଡିପି ଡାଟା ଜାରି ହୋଇଛି । ଆଠ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାର ଆମ ପ୍ରଗତିର ନୂଆ ଗତିର ପ୍ରତିବିମ୍ୱ ଅଟେ । ଏହା କେବଳ ନମ୍ୱର ୱାନ୍ ନୁହେଁ, ଏହା ମଜଭୁତ ମାଇକ୍ରୋ ଇକୋନୋମିକ୍ସର ସଂକେତ ଅଟେ ।

ଜିଡିପି ପରିସଂଖ୍ୟାନ ଉପରେ ପିଏମ୍ ମୋଦୀ କହିଛନ୍ତି, ଏହା ସନ୍ଦେଶ ଯେ ଭାରତ ଆଜି ଗ୍ଲୋବାଲ୍ ଇକୋମୋମିର ଗ୍ରୋଥ୍ ଡ୍ରାଇଭର ରହିଛି । ଏହା ମଧ୍ୟ ଏପରି ସମୟରେ ଯେତେବେଳେ ବୈଶ୍ୱିକ ଅଭିବୃଦ୍ଧି ତିନି ପ୍ରତିଶତ ଆଖପାଖରେ ରହିଛି । ଜି-୭ର ଅଭିବୃଦ୍ଧି ଦେଢ ପ୍ରତିଶତ ପାଖରେ ରହିଛି । ଗୋଟିଏ ସମୟ ଥିଲା, ଯେତେବେଳେ ଆମ ଦେଶରେ ଉଚ୍ଚ ମୁଦ୍ରାସ୍ଫୀତିକୁ ନେଇ ଚିନ୍ତା ରହୁଥିଲା, କିନ୍ତୁ ଆଜି ସେମାନେ ହିଁ ମୁଦ୍ରାସ୍ଫୀତି କମ କଥା କହୁଛନ୍ତି । ଭାରତର ଉପଲବ୍ଧି ସାମାନ୍ୟ କଥା ନୁହେଁ । ଏହା ଆମୂଳଚୂଳ ପରିବର୍ତ୍ତନ ଅଟେ, ଯାହା ଗତ ଦଶନ୍ଧିରେ ଭାରତ ନେଇ ଆସିଛି । ଏହି ପରିବର୍ତ୍ତନ ଆଶଂକାର ବାଦଳକୁ ହଟାଇ ଆକାଂକ୍ଷାର ବିସ୍ତାର ଅଟେ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ସାମର୍ଥ୍ୟର ବଡ଼ ଅଂଶ ଦୀର୍ଘ ସମୟ ଅବ୍ୟବହୃତ ହୋଇ ରହିଥିଲା । ଯେତେବେଳେ ଦେଶର ଏହି ଅବ୍ୟବହୃତ କ୍ଷମତାକୁ ଅଧିକ ସୁଯୋଗ ମିଳିବ, ପୂରା ଉର୍ଜା ସହ ବିନା କୌଣସି ବାଧାରେ ଦେଶର ବିକାଶର ଭାଗିଦାରୀ ହେଲେ ଦେଶର କାୟାକଳ୍ପ ହେବା ନିଶ୍ଚିତ । ଆମର ପୂର୍ବ ଭାରତ, ପୂର୍ବୋତ୍ତର, ଆମ ଗାଁ, ଟିୟର-୩ ସହର, ନାରୀ ଶକ୍ତି, ୟୁଥ୍ ପାୱାର, ସ୍ପେସ୍ ସେକ୍ଟର କେତେ କଣ ଅଛି, ଯାହାର ପୂରା ବ୍ୟବହାର ଦଶନ୍ଧି ଯାଏଁ କରାଯାଉ ନଥିଲା । ଆଜି ଭାରତ ଏହି ଅନ୍‌ଟାପ୍‌ଡ ପୋଟେନସିଆଲକୁ ଟାପ୍ କରିବା ଲକ୍ଷ୍ୟ ସହ ଆଗକୁ ବଢୁଛି । ଆଜି ପୂର୍ବ ଭାରତରେ ଆଧୁନିକ ଭିତ୍ତିଭୂମି, କନେକ୍ଟିଭିଟି ଓ ଉଦ୍ୟୋଗ ଉପରେ ଅଦ୍ଭୂତପୂର୍ବ ନିବେଶ ହେଉଛି । ଆମ ଗାଁ, ଛୋଟ ସହରରେ ଆଧୁନିକ ସୁବିଧା ବଢିଛି ।

ପିଏମ୍ ମୋଦୀ କହିଛନ୍ତି, ଯେବେ ନୂଆ ସୁଯୋଗ ସୃଷ୍ଟି ହୁଏ, ବାଧା ହଟେ, ସେତେବେଳେ ଆକାଶରେ ଉଡ଼ିବା ପାଇଁ ନୂଆ ଡେଣା ମଧ୍ୟ ଲାଗେ । ଏହାର ଉଦାହରଣ ଭାରତର ସ୍ପେସ୍ ସେକ୍ଟର । ପୂର୍ବେ ଏହି ସେକ୍ଟର ସରକାରୀ ନିୟନ୍ତ୍ରଣରେ ଥିଲା, କିନ୍ତୁ ଆମେ ଏଥିରେ ସଂସ୍କାର ଆଣିଲୁ ଓ ଘରୋଇ ସେକ୍ଟର ପାଇଁ ଖୋଲିଲୁ । ଏହାର ପରିମାଣ ଆଜି ଦେଖିବାକୁ ମିଳୁଛି । ୧୦-୧୧ ଦିନ ପୂର୍ବେ ହାଇଦ୍ରାବାଦରେ ସ୍କାଇରୁଟ୍‌ର ଇନ୍‌ଫିନିଟି କ୍ୟାମ୍ପସ ଉଦ୍‌ଘାଟନ କରିଥିଲି । ଏହା ପ୍ରାଇଭେଟ୍ ସ୍ପେସ୍ କମ୍ପାନି ଅଟେ । ଏହି କମ୍ପାନି ପ୍ରତିମାସରେ ଗୋଟିଏ ରକେଟ୍ ନିର୍ମାଣ କରିବାର କ୍ଷମତା ଉପରେ କାମ କରୁଛି । କମ୍ପାନି ବିକ୍ରମ-୧ ନିର୍ମାଣ କରୁଛି । ସରକାର ପ୍ଲାଟଫର୍ମ ଦେଇଛନ୍ତି ଓ ଭାରତର ଯୁବପିଢି ତାହା ଉପରେ ନୂଆ ଭବିଷ୍ୟତ ଗଢୁଛନ୍ତି । ଏହା ହିଁ ପ୍ରକୃତ ପରିବର୍ତ୍ତନ ଅଟେ ।