କେଉଁ ଜୀବ ନିଜ ଜିଭକୁ ବାହାର କରିପାରେନି ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ...

Published By : Prameya-News7 Bureau | August 14, 2025 IST

ନୂଆଦିଲ୍ଲୀ ୧୪।୦୮:  ପୃଥିବୀରେ ରହିଛନ୍ତି ଅନେକ ଖତରନାକ ଜୀବ । ଯିଏକି ନିଜ ବିଶେଷତ୍ବ ପାଇଁ ରହିଥାନ୍ତି ଚର୍ଚ୍ଚାରେ । କିନ୍ତୁ ଜାଣନ୍ତି କି ପୃଥିବୀରେ ଏପରି ଏକ ଖତରନାକ ଜୀବ ରହିଛି ଯିଏକି ନିଜ ଜିଭକୁ ବାହାର କରିପାରିନଥାଏ । ଆସନ୍ତୁ ଜାଣିବା ଏହି ଜୀବ ବିଷୟରେ...

ସାଧାରଣତଃ କୁକୁର, ବିରାଡି, ସାପ ପରି ଜୀବ ନିଜ ଜିଭ ସାହାଯ୍ୟରେ ଖାଦ୍ୟ, ଗନ୍ଧ ଏବଂ ତାପମାନ ନିୟନ୍ତ୍ରଣ କରିବାକୁ ବ୍ୟବହାର କରିଥାନ୍ତି । କିନ୍ତୁ ଏପରି ଏକ ଜୀବ ରହିଛି ଯିଏକି ନିଜ ଜିଭରେ ଏପରି କିଛି କରିପାରିନଥାଏ । ଏହି ଜୀବ ହେଉଛି କୁମ୍ଭୀର । ଏହା ନିଜର ଶକ୍ତି ଏବଂ ଖତରନାକ ପ୍ରକୃତି ପାଇଁ ଜଣାଯାଇଥାଏ । କୁମ୍ଭୀର ପାଣି ଏବଂ ମାଟି ଉଭୟରେ ଶିକାର କରିଥାଏ । 

କୁମ୍ଭୀରର ଜିଭ ମାଢି ସହିତ ଲାଗି ରହିଥାଏ । ଏହି କାରଣରୁ କୁମ୍ଭୀର ନିଜ ଜିଭ ବାହାରକୁ ବାହାର କରିପାରେନି ।  କୁମ୍ଭୀର ନିଜ ଜିଭକୁ ଅଳ୍ପ-ବହୁତ ହଲାଇପାରେ । କିନ୍ତୁ ପୁରା ବାହାରକୁ ବାହାର କରିବା ଅସମ୍ଭବ । ଏହା ସେମାନଙ୍କର ଶାରୀରିକ ସଂରଚନାର ବିଶେଷତ୍ବ । କୁମ୍ଭୀର ନିଜ ମଜବୁତ ମାଢି ଏବଂ ଦୀକ୍ଷ୍ନ ମୁନିଆ ଦାନ୍ତ ସାହାଯ୍ୟରେ କିଛି କ୍ଷଣରେ ହିଁ ଶିକାର କରିଥାଏ । 

ଜିଭ ବାହାରକୁ ନକଲେ ମଧ୍ୟ ଶିକାର ଉପରେ ପଡିନଥାଏ ପ୍ରଭାବ । ଦୁନିଆରେ ୨୪ରୁ ଅଧିକ ପ୍ରଜାତିର କୁମ୍ଭୀର ରହିଥାନ୍ତି । ଯିଏକି ଆଫ୍ରିକା, ଏସିଆ, ଅଷ୍ଟ୍ରେଲିଆ ଏବଂ ଆମେରିକାରେ ଦେଖିବାକୁ ମିଳିଥାନ୍ତି । କୁମ୍ଭୀର ଡାଇନୋସରଙ୍କ ସମୟରୁ ପୃଥିବୀରେ ରହିଛନ୍ତି । ଏମାନଙ୍କ ଜିଭର ଅନନ୍ୟ ବିଶେଷତା ହିଁ ଏମାନଙ୍କୁ ରହସ୍ୟମୟୀ କରିଥାଏ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.