LIVE TV

କାନାଡା ଧୋକା ଦେଲା, ସବୁ ବାଣିଜ୍ୟ ଆଲୋଚନା ବନ୍ଦ; ଭିଡିଓ ଦେଖି ବର୍ଷିଲେ ଡୋନାଲ୍ଡ ଟ୍ରମ୍ପ

NEWS7
trump

ନୂଆଦିଲ୍ଲୀ: ଆମେରିକା ଏବଂ କାନାଡା ମଧ୍ୟରେ ସମ୍ପର୍କ ପୁଣି ଥରେ ତିକ୍ତ ହୋଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଭିଡିଓ କଥା ଉଲ୍ଲେଖ କରି କାନାଡା ସହିତ ସମସ୍ତ ବାଣିଜ୍ୟ ଆଲୋଚନା ବାତିଲ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଗୁରୁବାର କହିଛନ୍ତି ଯେ ସେ କାନାଡା ସହିତ ଚାଲିଥିବା ସମସ୍ତ ବାଣିଜ୍ୟ ଆଲୋଚନାକୁ ତୁରନ୍ତ ପ୍ରଭାବରୁ ଶେଷ କରାଯାଉଛି । ସେ ଅଭିଯୋଗ କରିଛନ୍ତି ଯେ କାନାଡା ଏକ ବିଭ୍ରାନ୍ତିକର ଏବଂ ଅପମାନଜନକ ବିଜ୍ଞାପନ ପ୍ରସାରଣ କରିଛି । ଭିଡିଓରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ରେଗାନ ଶୁଳ୍କ ସମାଲୋଚନା କରୁଥିବା ନଜର ଆସୁଛନ୍ତି ।

ରାଷ୍ଟ୍ରପତି ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି, "କାନାଡା ଧୋକା ଦେବାକୁ ପ୍ରୟାସ କଲା ଓ ଧରା ପଡ଼ିଗଲା । ଏଭଳି ଆଚରଣକୁ ଆଧାର କରି, ମୁଁ କାନାଡା ସହିତ ସମସ୍ତ ଆଲୋଚନା ଶେଷ କରିବାର ଘୋଷଣା କରୁଛି।" ଟ୍ରମ୍ପଙ୍କ ଏହି ଘୋଷଣାକୁ ଆଶ୍ଚର୍ଯ୍ୟଜନକ ମଧ୍ୟ ଗ୍ରହଣ କରାଯାଉଛି, କାରଣ କିଛି ଦିନ ପୂର୍ବରୁ ସେ ହ୍ୱାଇଟ୍ ହାଉସରେ କାନାଡା ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ । ବୈଠକରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ଏବଂ ବାଣିଜ୍ୟ ସମ୍ପର୍କକୁ ଆଗକୁ ବଢାଇବା ଉପରେ ଆଲୋଚନା ହୋଇଥିଲା ସେ କହିଛନ୍ତି ଯେ ସଦ୍ୟ ପ୍ରକାଶିତ ବିଜ୍ଞାପନରେ ଏକ ମିଥ୍ୟା କାହାଣୀ ସୃଷ୍ଟି କରାଯାଇଛି । ଅଭିଯୋଗ ହୋଇଛି ଯେ ଭିଡିଓରେ ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରେଗାନ ଶୁଳ୍କ ବିରୁଦ୍ଧରେ କହୁଥିବା ଦେଖାଯାଉଛି, ଫଳରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରାଯାଇପାରିବ ।

​​​​​​​

ଟ୍ରମ୍ପ ପୁଣି ଦୋହରାଇଛନ୍ତି ଯେ ଆମେରିକାର ଜାତୀୟ ସୁରକ୍ଷା ଏବଂ ଅର୍ଥନୀତି ପାଇଁ ଶୁଳ୍କ ଗୁରୁତ୍ୱପୂର୍ଣ୍ଣ । କାନାଡାର କାର୍ଯ୍ୟ ଆମେରିକା ପାଇଁ କ୍ଷତିକାରକ ଏବଂ ଏହି କାରଣରୁ ସେ ସମସ୍ତ ବାଣିଜ୍ୟ ଆଲୋଚନା ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଯେଉଁ ବିଜ୍ଞାପନ ପାଇଁ ବିବାଦ ସୃଷ୍ଟି ହୋଇଛି ତାହା ୧୯୮୦ ଦଶକର ବୋଲି କୁହାଯାଉଛି । ଭିଡିଓରେ ରେଗାନ କହୁଛନ୍ତି ଯେ ଶୁଳ୍କ ଆମେରିକାକୁ ଦୁର୍ବଳ କରିବ, ଚାକିରି ହରାଇବ ଏବଂ ଗ୍ରାହକମାନଙ୍କ ପାଇଁ ବୋଝ ହେବ । କିନ୍ତୁ ପରେ, ରୋନାଲ୍ଡ ରେଗାନ ପ୍ରେସିଡେନ୍ସିଆଲ୍ ଫାଉଣ୍ଡେସନ୍ ଆଣ୍ଡ୍ ଇନଷ୍ଟିଚ୍ୟୁଟ୍ ଏକ ବିବୃତ୍ତି ଜାରି କରି ବିଜ୍ଞାପନକୁ ଭ୍ରାମକ ବୋଲି କହି ଏହାର ପ୍ରତିବାଦ କରିଥିଲା ।