LIVE TV
LIVE TV

ଶୌଚ ହେବାକୁ ଯାଇଥିଲେ, ହାତୀ ଆକ୍ରମଣରେ ଚାଲିଗଲା ଜୀବନ

NEWS7
indore-hinduist-organizations-reached-the-theater

ଚୌଦ୍ୱାର ୦୩।୧୨ : କଟକ ଜିଲ୍ଲା ଚୌଦ୍ୱାର ଥାନା ମହିଳାଲଣ୍ଡା ପଞ୍ଚାୟତ ଗହଣ୍ଡା ଗାଁରେ ଅଘଟଣ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ନାମ ଗହଣ୍ଡା ଗାଁର ମହେଶ୍ୱର ଦେହୁରୀ ବୋଲି ଜଣାପଡିଛି ।

ଯୁବକ ଜଣଙ୍କ ବୁଧବାର ସକାଳୁ ଗାଁ ପୋଖରୀରୁ ଶୌଚ୍ଚ ହେବାକୁ ଯାଇଥିଲେ । ଏହି ସମୟରେ ହାତୀ ପଛପଟୁ ଆକ୍ରମଣ କରିଥିଲା । ଫଳରେ ଯୁବକ ଜଣଙ୍କ ଗୁରୁତର ହୋଇପଡ଼ିଥିଲେ । ଏହାପରେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ଏସସିବି ମେଡିକାଲକୁ ପଠାଯାଇଛି । 

ତେବେ ଗତ କିଛି ଦନ ହେବ ସଫା ପଞ୍ଚାୟତ ଅଭୟପୁର ଗାଁରେ ହାତୀ ଆକ୍ରମଣ ଘଟଣା ବଢିବାରେ ଲାଗିଛି । ଗୋଟିଏ ପଟେ ଜୀବନ ହାତୀ ହେଉଥିବା ବେଳେ ଅନ୍ୟପଟେ ଅନେକ ଫସଲ ନଷ୍ଟ କରୁଛନ୍ତି ହାତୀପଲ । ବନବିଭାଗ ହାତୀଙ୍କ ଉପର ନଜର ରଖିଥିବା କଥା କହୁଥିବା ବେଳେ ସ୍ଥାନୀୟ ଲୋକେ କିନ୍ତୁ ବିଭାଗ କାମରେ ଅସନ୍ତୋଷ ଜାହିର କରୁଛନ୍ତି ।