LIVE TV

କାମ ଦେବନି ଆମେରିକାର ଧମକ, ଋଷଠୁ ତେଲ କିଣିବ ଭାରତ

NEWS7
indonesia-boing-accident-not-discovered-the-fact-of-accident

ନୂଆଦିଲ୍ଲୀ, ୦୯|୧୧  :  ଆମେରିକାର ଧମକକୁ ଖାତିର କରିବନି ଭାରତ । ଋଷଠାରୁ କିଣିବ ତେଲ । ଏନଇ ଉଭୟ ଭାରତ ଏବଂ ଋଷ ନୂଆ ଯୋଜନା ପ୍ରସ୍ତୁତ କରିବେ । ଯାହା ଆମେରିକାର ପ୍ରତିବନ୍ଧ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ଜଣାପଡିଛି ।

ରିପୋର୍ଟ ଅନୁସାରେ, ଟ୍ରମ୍ପ ସରକାର ଋଷର ବିଭିନ୍ନ ତୈଳ କମ୍ପାନୀ ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ତେବେ ଲୁକୋଇ ଏବଂ ରସନେଫ୍ଟ କମ୍ପାନୀ ଏଥିରେ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛି । ଏହି ଦୁଇ କମ୍ପାନୀ ଭାରତକୁ ପ୍ରାୟ ୬୦ ପ୍ରତିଶତ ତୈଳ ରପ୍ତାନୀ କରିଥାନ୍ତି । ଟ୍ରମ୍ପ ମଧ୍ୟ ଋଷଠାରୁ ଭାରତ କମ୍ ତେଲ କିଣୁଥିବା ବାରମ୍ବାର କହୁଛନ୍ତି । କିନ୍ତୁ ଭାରତରେ ଅବସ୍ଥିତ ଋଷିଆ ରାଷ୍ଟ୍ରଦୁତ ଡେନିସ୍ ଅଲିପୋଭ୍ ଋଷ ଭାରତକୁ ଅଶୋଦ୍ଧିତ ତୈଳ ରପ୍ତାନୀର ଏକ ବିଶ୍ବାସଯୋଗ୍ୟ ସାଥି ଭାବୁଥିବା କହିଛନ୍ତି ।

ଡେନିସ୍ କହିଛନ୍ତି ଯେ, ଆମେିରିକା ଋଷ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି । କିନ୍ତୁ ଭାରତ ଏଥିରୁ ଖସିବାର ବାଟ ଜାଣିଛି । ଋଷ ଭାରତକୁ ସବୁଠୁ ଭଲ କ୍ବାଲିଟିର ତେଲ ଦେଇଥାଏ । ନିକଟରେ ଏହା ଭାରତୀୟ ବଜାରରେ ଦବଦବା ଜାହିର କରିଥିଲା । ଦେଶର ତୈଳ ଚାହିଦାର ଏକ ତୃତୀୟାଂଶ ଋଷ ପୂରଣ କରିଥାଏ ।

ସେ ଆହୁରି କହିଛନ୍ତି ଯେ, ଭ୍ଲାଦିମିର ପୁଟିନ ଲଗାତର ଭାବେ ଭାରତ ସରକାରଙ୍କ ସହ ଆଲୋଚନା କରୁଛନ୍ତି । ମସ୍କୋ ଭାରତର ଶକ୍ତି କ୍ଷମତାକୁ ବଢାଇବା ପାଇଁ ରାଜି ଅଛି । ଅତୀତରେ ଦୁଇ ଦେଶର ସମ୍ପର୍କରେ ଫାଟ ପାଇଁ ଅନେକ ପ୍ରୟାସ ହୋଇଛି । କିନ୍ତୁ ଏହା ଫଳପ୍ରଦ ଦୋଇନାହିଁ । ତେଣୁ ସେମାନେ ନିଶ୍ଚିତ ଭାବେ ବିକଳ୍ପ ରାସ୍ତା ବାହାର କରିବେ । ଉଭୟ ଦେଶର ସମ୍ପର୍କ ଜନତାଙ୍କ ହିତକୁ ନଜରରେ ରଖିଥାଏ ବୋଲି ସେ ପ୍ରକାଶ କରିଛନ୍ତି  ।

ଆମେରିକାର ପ୍ରତିବନ୍ଧକକୁ ନେଇ ସେ କହିଛନ୍ତି ୟେ, ଏକତରଫା ପ୍ରତିବନ୍ଧକ ସଦାବେଳେ କ୍ଷତିକାରକ ହୋଇଥାଏ । ଯାହା ସାଧାରଣ ନାଗିରକଙ୍କୁ ପ୍ରଭାବିତ କରିଥାଏ । ଭାରତ ଅନେକ ଦେଶର ପ୍ରତିବନ୍ଧକକୁ ସମର୍ଥନ କରିନାହିଁ । କିନ୍ତୁ ଆମେରିକା ଏବଂ ୟୁରୋପରେ ବ୍ୟବସାୟ କରୁଥିବା କିଚି ତୈଳ କମ୍ପାନୀ ଋଷଠାରୁ ତୈଳ କାରବାର ସମୟରେ ସତର୍କତା ଅବଲମ୍ବନ କରୁଥିବା ସେ କହିଛନ୍ତି ।