ଇଣ୍ଡିଗୋ ବିମାନର ଶୌଚାଳୟରେ ଥିଲେ ମହିଳା ଏବଂ ଭିତରକୁ ପଶି ଆସିଲେ କୋ-ପାଇଲଟ ...

Published By : Prameya-News7 Bureau | August 19, 2025 IST

ନୂଆଦିଲ୍ଲୀ : ମୁମ୍ୱାଇର ଜଣେ ମହିଳା ଇଣ୍ଡିଗୋ ଫ୍ଲାଇଟ୍‌ରେ ହୋଇଥିଲେ ଅସୁବିଧାର ସମ୍ମୁଖୀନ। ଏହି ବିଷୟରେ ସେ ସୋସିଆଲ ମିଡ଼ିଆରେ କହିଛନ୍ତି। ଜଣେ କୋ-ଫାଇଲଟ ଟେକଅଫ୍‌ ପୂର୍ବରୁ ଶୌଚାଳୟରେ ସେହି ସମୟରେ ପଶି ଯାଇ ଥିଲେ ,ଯେତେବେଳେ ସେ (ମହିଳା ଜଣଙ୍କ) ଏହାକୁ ବ୍ୟବହାର କରୁଥିଲେ। ଗୋଲ୍ଡ ମର୍ଚେଣ୍ଡାଇଜ୍‌ ପ୍ଲାଟଫର୍ମ ସେଫଗୋଲ୍ଡର ସହ –ପ୍ରତିଷ୍ଠାତା ରିୟା ଚାଟର୍ଜୀ ଲିଙ୍କଡଇନ୍‌ରେ ନିଜର ଖରାପ ଅନୁଭବ ବିଷୟରେ ଜଣାଇଛନ୍ତି। ସେ କହିଛନ୍ତି, ଏହି ଘଟଣାରେ ସେ ଖୁବ୍ ଅପମାନିତ ଓ ଅସହ୍ୟ ଅନୁଭବ କରିଥିଲେ।

ରିୟା ଚାଟର୍ଜୀ କହିଛନ୍ତି- ସେ ୮ ଅଗଷ୍ଟରେ ବିଳମ୍ୱିତ ରାତିରେ ଫ୍ଲାଇଟ୍‌ରେ ଥିଲେ। ପାଇଖାନା ବ୍ୟବହାର କରି ଥିଲେ , ଯାହା କି ସେତେବେଳେ ଖୋଲା ଥିଲା। ସେ ଦାବି କରିଛନ୍ତି ଯେ, ସେ ଡୋର ଲକ୍‌ କରିବା ପରେ ଠକ୍‌ ଠକ୍‌ ଶବ୍ଦ ଶୁଣିଲେ, ଏହାର ଜବାବ ଦେଲେ। ଯେବେ ଆଉ ଥରେ ଠକ୍‌ ଠକ୍‌ ଶୁଣିଲେ। ସେ ଆହୁରି ଜୋରରେ ଜବାବ ଦେଲେ , ହେଲେ ସେ ଜୋରରେ କିଛି କହିବା ପୂର୍ବରୁ, ଡୋରକୁ ବଳପୂର୍ବକ ଖୋଲି ଦିଆ ଗଲା। ଜଣେ କ୍ରୁ ମେମ୍ୱର , ଯିଏକି କୋ-ପାଇଲଟ ଥିଲେ, ତାଙ୍କୁ ମୁସ୍କିଲରେ ପକାଇ ଦେଲେ। ତାପରେ ସେ ଓଃ କହିଲେ ଏବଂ ଡୋର ବନ୍ଦ କରି ଦେଲେ।

ଚାଟର୍ଜୀ ଲେଖିଛନ୍ତି –ମୁଁ ଚିନ୍ତିତ ଏବଂ ସଂପୂର୍ଣ୍ଣ ରୂପେ ଅପମାନିତ ଅନୁଭବ କରୁ ଥିଲି। ମହିଳା ଫ୍ଲାଇଟ୍‌ ଆଟେଣ୍ଡେଣ୍ଟମାନେ ଏହି ଘଟଣାକୁ ହାଲକା ଭାବେ ନେଲେ। ସେ କେବଳ ଏତିକି କହିଲେ ଯେ, ତାଙ୍କର ଏହି ଅସୁବିଧା ପାଇଁ ଦୁଃଖିତ। ତାଙ୍କର କହିବା ଥିଲା ଯେ, ସେ କିଛି ଦେଖି ନାହାନ୍ତି। ସେ ଆହୁରି ଲେଖିଛନ୍ତି ଯେ, ମୁଁ ଏହି ସ୍ଥାନରୁ ଯେତେ ଶୀଘ୍ର ହୋଇ ପାରିବ ଯିବାକୁ ଚାହୁଁ ଥିଲି। ହେଲେ ମୋ ପାଖରେ କୌଣସି ବିକଳ୍ପ ନଥିଲା ,କେବଳ ମୋ ସିଟ୍‌କୁ ଫେରିବା ବ୍ୟତୀତ। ପରବର୍ତ୍ତୀ ଦେଢ ଘଣ୍ଟା ପର୍ଯ୍ୟନ୍ତ, ମୁଁ ଇଚ୍ଛା କରୁଥିଲି ଯେ ମୁଁ ଅଦୃଶ୍ୟ ହୋଇ ଯାନ୍ତି। ମୋତେ ନିଜ ଭିତରେ ଖୁବ୍‌ ଘୃଣା ଅନୁଭବ ହେଉଥିଲା ଏବଂ ସଂପୂର୍ଣ୍ଣ ରୂପେ ଏକୁଟିଆ ଅନୁଭବ କରୁଥିଲି। 

ଅନ୍ୟପଟେ , ଇଣ୍ଡିଗୋ ଏହି ଘଟଣା ପାଇ କ୍ଷମା ମାଗି କହିଥିଲା ଯେ, ଏହା ଅଜାଣତରେ ହୋଇଥିବା ଭୁଲ୍‌ ଥିଲା। ଇଣ୍ଡିଗୋ ବୟାନ ଜାରି କରି କହିଛି ଯେ, ଆମ ଟିମ୍‌ର ଜଣେ ସଦସ୍ୟଙ୍କୁ ଅଜାଣତରେ ହୋଇଥିବା ଭୁଲ୍‌ରେ ତାଙ୍କୁ ଏପରି ଅନୁଭବ ଦେଇ ଯିବାକୁ ପଡ଼ିଲା, ଏଥିପାଇଁ ପୁଣି ଥରେ ଦୁଃଖ ପ୍ରକାଶ କରୁଛୁ। ଆପଣଙ୍କ ଫିଡବ୍ୟାକ୍‌କୁ ଆମେ ଅତ୍ୟନ୍ତ ଗୁରୁତର ସହ ନେଇଛୁ। ଇଣ୍ଡିଗୋରେ ଆମ ଗ୍ରାହକଙ୍କୁ ସୁରକ୍ଷା,ମର୍ଯ୍ୟାଦା ଓ ସୁବିଧା ଆମର ସର୍ବୋଚ୍ଚ ପ୍ରାଥମିକତା। ଆମେ ଆପଣଙ୍କୁ ଆଶ୍ୱାସନା ଦେଉଛୁ ଯେ, ସଂପୃକ୍ତ କ୍ରୁ ସଦସ୍ୟଙ୍କୁ ପରାମର୍ଶ ଦିଆ ଯାଇଛି। ଏପରି ଘଟଣାର ସମ୍ୱେଦନଶୀଳତା ବିଷୟରେ କୁହାଯାଇଛି। ଏହା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଆମେ ତାଲିମକୁ ସୁଦୃଢ କରୁଛୁ। ଯଦି ଆପଣ ଆଉ କୌଣସି ସମାଧାନର ଅପେକ୍ଷା କରୁଛନ୍ତି, ତ ଆମେ ଉପଲବ୍ଧ ଅଛୁ ଏବଂ ଆପଣଙ୍କ ବିଶ୍ୱାସକୁ ଫେରେଇ ଆଣିବାରେ ସଂପୂର୍ଣ୍ଣ ପ୍ରତିବଦ୍ଧ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.