ଦେଶ ପାଇଁ ଲଗାତାର ଖୁସି ଖବର: ଅପେକ୍ଷା କରିଥିଲେ ଗ୍ରାହକ, ମିଳିଲା ଆଶ୍ୱସ୍ତି

Published By : Prameya-News7 Bureau | June 16, 2025 IST

internet

ନୂଆଦିଲ୍ଲୀ: ଦରଦାମ କମିବା କ୍ଷେତ୍ରରେ ଦେଶ ପାଇଁ ଲଗାତର ଖୁସି ଖବର ଆସୁଛି। ପ୍ରଥମେ ମେ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୬ ବର୍ଷର ସର୍ବନିମ୍ନ ସ୍ଥର ଖସିଥିଲା। ଆଉ ଏବେ ହୋଲ୍‌ସେଲ୍ ପ୍ରାଇସ୍ ଇଣ୍ଡେକ୍ସ(WPI) ବା ପାଇକାରୀ ମୂଲ୍ୟ ସୂଚକାଙ୍କରେ ହ୍ରାସ ଘଟିଛି। ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ପ୍ରକାଶିତ ତଥ୍ୟ ଅନୁସାରେ ମେ ୨୦୨୫ରେ ପାଇକାରୀ ମୁଦ୍ରାସ୍ଫୀତି ୦.୩୯ ପ୍ରତିଶତକୁ ଖସି ଆସିଛି। ଯାହା ୧୪ ମାସରେ ସର୍ବନିମ୍ନ ହ୍ରାସ ବୋଲି କୁହାଯାଉଛି।

ଏହାପୂର୍ବରୁ ଏପ୍ରିଲ ମାସରେ ଡବ୍ଲୁପିଆଇ ୦.୮୫ ପ୍ରତିଶତ ରହିଥିଲା। ଏହା ଖାଦ୍ୟ, ଇନ୍ଧନ ଏବଂ ପ୍ରାଥମିକ ସାମଗ୍ରୀ ଭଳି ପ୍ରମୁଖ ଜିନିଷଗୁଡ଼ିକର ମୂଲ୍ୟ ହ୍ରାସ ଯୋଗୁ ପାଇକାରୀ ମୁଦ୍ରାସ୍ଫୀତି ତଳକୁ ଖସିଛି। ଏନେଇ ସୋମବାର ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା

 

ନିତ୍ୟ ବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ଖାଦ୍ୟ ସାମଗ୍ରୀ ଶସ୍ତା ହେଲା

ନିତ୍ୟ ବ୍ୟବହାର୍ଯ୍ୟ ଅଥ୍ୟାବଶ୍ୟକୀୟ ସାମଗ୍ରୀ(ପ୍ରାଇମେରି ଆର୍ଟିକିଲ୍ସ) ମୁଦ୍ରାସ୍ଫୀତି -୧.୪୪% ରୁ -୨.୦୨% କୁ ହ୍ରାସ ପାଇଛି।
ଖାଦ୍ୟ ସାମଗ୍ରୀର ପାଇକାରୀ ମୁଦ୍ରାସ୍ଫୀତି (ଖାଦ୍ୟ ସୂଚକାଙ୍କ) ୨.୫୫% ରୁ ୧.୭୨% କୁ ହ୍ରାସ ପାଇଛି।
ଇନ୍ଧନ ଏବଂ ଶକ୍ତିର ପାଇକାରୀ ମୁଦ୍ରାସ୍ଫୀତି ହାର -୨.୧୮% ରୁ -୨.୨୭ କୁ ହ୍ରାସ ପାଇଛି।
ମାନ୍ୟୁ ଫେକ୍ଚରିଂ ପ୍ରଡକ୍ଟର ପାଇକାରୀ ମୁଦ୍ରାସ୍ଫୀତି ହାର ୨.୬୨% ରୁ ୨.୦୪ କୁ ହ୍ରାସ ପାଇଛି।

ଏହା ପୂର୍ବରୁ ଖୁଚୁରା ମଦ୍ରୁାସ୍ଫୀତିରେ ଜବରଦସ୍ତ ହ୍ରାସ ଦେଖିବାକୁ ମିଳିଥିଲା। ଜୁନ୍ ୧୨ ତାରିଖରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ମେ ମାସରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୨.୮୨%କୁ ହ୍ରାସ ପାଇଥିଲା କୁହାଯାଇଥିଲା। ଏହା ୬ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର। ୨୦୧୯ ମାର୍ଚ୍ଚରେ ଏହା ୨.୮୬% ଥିଲା। ଖାଦ୍ୟ ସାମଗ୍ରୀର ମୂଲ୍ୟରେ କ୍ରମାଗତ ହ୍ରାସ ଯୋଗୁ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇଥିଲା।

ସାଧାରଣ ଲୋକଙ୍କ ଉପରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI)ର ପ୍ରଭାବ

ପାଇକାରୀ  ମୁଦ୍ରାସ୍ଫୀତିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବୃଦ୍ଧି ଅଧିକାଂଶ ଉତ୍ପାଦକ କ୍ଷେତ୍ର ଉପରେ ଖରାପ ପ୍ରଭାବ ପକାଇଥାଏ। ଯଦି ପାଇକାରୀ ମୂଲ୍ୟ ବହୁତ ଦିନ ଧରି ଉଚ୍ଚାରେ ରହିଥାଏ, ତେବେ ଉତ୍ପାଦକମାନେ ଗ୍ରାହକଙ୍କ ଉପରେ ଏହାର ବୋଝ ଲଦି ଦିଅନ୍ତି। ସରକାର କେବଳ ଟିକସ ମାଧ୍ୟମରେ WPI ନିୟନ୍ତ୍ରଣ କରିପାରିବେ।

ଉଦାହରଣ ସ୍ୱରୂପ, ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଲେ, ସରକାର ଇନ୍ଧନ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରି ଦର ନିୟନ୍ତ୍ରଣ କରନ୍ତି। ତେବେ ସରକାର ଏଠି କେବଳ ଏକ ସୀମା ମଧ୍ୟରେ ଟିକସ ହ୍ରାସ କରିପାରିବେ। ଧାତୁ, ରାସାୟନିକ ପଦାର୍ଥ, ପ୍ଲାଷ୍ଟିକ୍, ରବର ଭଳି କାରଖାନା ସମ୍ବନ୍ଧୀୟ ସାମଗ୍ରୀର WPIରେ ଅଧିକ ଗୁରୁତ୍ୱ ରହିଛି।

ପାଇକାରୀ ମୁଦ୍ରାସ୍ଫୀତିର ତିନୋଟି ଭାଗ ରହିଛି।

ପ୍ରଥମ ହେଲା ପ୍ରାଇମେରି ଆର୍ଟିକଲଏହାର ୱେଟେଜ୍ ୨୨.୬୨%। ଦ୍ୱିତୀୟରେ ଇନ୍ଧନ ଓ ଶକ୍ତିର ୱେଟେଜ୍ ୧୩.୧୫% ଏବଂ ସର୍ବାଧିକ ୱେଟେଜ୍ ମେନୁଫେକ୍ଚରିଂ ପ୍ରଡକ୍ଟର ୬୪.୨୩% ରହିଥାଏ। । ପୁଣି ପ୍ରାଇମେରି ଆର୍ଟିକଲର ମଧ୍ୟ ଚାରୋଟି ଅଂଶ ଅଛି। ଯଥା-

• ଖାଦ୍ୟ ସାମଗ୍ରୀ ଯେପରିକି ଶସ୍ୟ, ଗହମ, ପନିପରିବା

• ନନଫୁଡ୍ ଆର୍ଟିକଲ ତୈଳ ବିହନ ବି ଆସେ। 

• ଖଣିଜ ପଦାର୍ଥ

• ଅଶୋଧିତ ପେଟ୍ରୋଲିୟମ୍

ମୁଦ୍ରାସ୍ଫୀତି କ'ଣ ?

ଭାରତରେ ଦୁଇ ପ୍ରକାରର ମୁଦ୍ରାସ୍ଫୀତି ରହିଛି। ଗୋଟିଏ ହେଉଛି ଖୁଚୁରା ଏବଂ ଅନ୍ୟଟି ହେଉଛି ପାଇକାରୀ ମୁଦ୍ରାସ୍ଫୀତି। ଖୁଚୁରା ମୁଦ୍ରାସ୍ଫୀତି ହାର ସାଧାରଣ ଗ୍ରାହକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ମୂଲ୍ୟ ଉପରେ ଆଧାରିତ। ଏହାକୁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ମଧ୍ୟ କୁହାଯାଏ। ସେହିପରି ହୋଲସେଲ ମୂଲ୍ୟ ସୂଚକାଙ୍କ (WPI) ଅର୍ଥ ହେଉଛି ହୋଲସେଲ ବଜାରରେ ଜଣେ ବ୍ୟବସାୟୀ ଅନ୍ୟ ଜଣେ ବ୍ୟବସାୟୀଙ୍କଠାରୁ ନେଉଥିବା ମୂଲ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.