LIVE TV

ଆରାବଳୀରେ ଖନନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ନୂଆ ମାଇନିଂ ଲିଜ୍ ଉପରେ ଲାଗିଲା ସମ୍ପୂର୍ଣ୍ଣ ରୋକ୍

NEWS7
indias-odi-schedule-how-many-matches-will-play-before-2027-world-cup

ନୂଆଦିଲ୍ଲୀ: ଆରାବଳୀର ପର୍ବତମାଳାକୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । ସର୍ବୋଚ୍ଚ ଅଦାଲତ ଆରାବଳୀରେ ନୂତନ ମାଇନିଂ ଲିଜ୍ ଦେବା ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଛନ୍ତି । ତେବେ ବର୍ତ୍ତମାନରେ ଚାଲିଥିବା ଲିଜ୍ ଆଗକୁ ମଧ୍ୟ ଜାରି ରହିପାରିବ । କୋର୍ଟ ଚାରି ରାଜ୍ୟରେ ବ୍ୟାପ୍ତ ଏହି ପର୍ବତମାଳା ପାଇଁ କେନ୍ଦ୍ରଠାରୁ ସଷ୍ଟେନେବଲ୍ ମାଇନିଂ (ସ୍ଥିର ଖନନ)କୁ ନେଇ ମ୍ୟାନେଜମେଣ୍ଟ ପ୍ଲାନ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଆରାବଳୀ ପର୍ବତ ଶୃଙ୍ଖଳା ଗୁଜରାଟ, ରାଜସ୍ଥାନ, ହରିୟାଣା ଓ ଦିଲ୍ଲୀ ଯାଏ ବ୍ୟାପ୍ତ ରହିଛି । ଏହି ନିଷ୍ପତ୍ତିର ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହା ସିଜେଆଇ ବିଆର ଗଭାଇଙ୍କ ଦ୍ୱାରା ଲେଖାଯାଇଥିବା ଶେଷ ରାୟ ଅଟେ ।

ସିଜେଆଇ ଗଭାଇ, ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରନ ଓ ଜଷ୍ଟିସ୍ ଏନବି ଅଞ୍ଜାରିଆଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଆରାବଳୀ ପାହାଡ଼ଗୁଡ଼ିକ ଓ ରେଞ୍ଜ ଉପରେ ଏକ ବିଶେଷଜ୍ଞ କମିଟିର ମତାମତକୁ ଖଣ୍ଡପୀଠ ସ୍ୱୀକାର କରିଛନ୍ତି । ଶୁଣାଣି ସମୟରେ ଖଣ୍ଡପୀଠ କିଛି ଛାଡ଼ ସହିତ କୋର୍/ଅଲଙ୍ଘିତ ଅଞ୍ଚଳରେ ଖଣି ଖନନ ଉପରେ ନିଷେଧ କରିଥିଲେ । କମିଟି ଅତ୍ୟାବଶ୍ୟକ, ରଣନୈତିକ ଏବଂ ପରମାଣୁ ଖଣିଜ ପଦାର୍ଥ ବାହାର କରିବା ବ୍ୟତୀତ କୋର୍/ଅଲଙ୍ଘିତ ଅଞ୍ଚଳରେ ଖଣି ଖନନ ଉପରେ ନିଷେଧ କରିବାକୁ ସୁପାରିଶ କରିଥିଲା ।

ଆରାବଳୀର ପାହାଡ଼ରେ ବେଆଇନ ମାଇନିଂ ରୋକିବା ପାଇଁ ସୁପାରିଶକୁ ଖଣ୍ଡପୀଠ ସ୍ୱୀକାର କରି ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ପୂରା ପାଇଁ ରେଞ୍ଜ ପାଇଁ ଏକ ଏମବିଏସଏମ୍ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା କାମକୁ ଇଣ୍ଡିଅନ୍ କାଉନସିଲ୍ ଅଫ୍ ଫରେଷ୍ଟ୍ରି ରିସର୍ଚ୍ଚ ଆଣ୍ଡ ଏଜୁକେସନ ଜରିଆରେ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଖଣ୍ଡପୀଠ କହିଛନ୍ତି ଯେ ଯେପର୍ଯ୍ୟନ୍ତ ମନ୍ତ୍ରଣାଳୟ ଓ ଆଇସିଏଫଆରଇ ଜରିଆରେ ପରିଚାଳନା ମ୍ୟାନେଜମେଣ୍ଟ ପ୍ଲାନ୍ ଫର୍ ସଷ୍ଟେନେବିଲିଟି ମାଇନିଂ (ଏମବିଏସଏମ୍) ଚୂଡ଼ାନ୍ତ ନହୋଇଛି, ସେପର୍ଯ୍ୟନ୍ତ କୌଣସି ମାଇନିଂ ଲିଜ୍ ଦିଆଯିବ ନାହିଁ । ମାଇନିଂ ଲିଜ୍ ଆଲଟ୍‌ମେଣ୍ଟ ଉପରେ ସମ୍ୱନ୍ଧିତ ସରକରା ଚିନ୍ତା କରିବେ, ଯେତେବେଳେ ଏମବିଏସଏମ୍ ପ୍ରସ୍ତୁତ ହୋଇଯିବ ଓ ଅଞ୍ଚଳ ଚିହ୍ନଟ ହେବା ପରେ ହିଁ ମାଇନିଂ ପାଇଁ ଅନୁମତି ଦେବେ । ଆରାବଳୀ ପର୍ବତର ଗୁରୁତ୍ୱ ଏହି କଥାରୁ ଆପଣ ଅନୁମାନ କରିପାରିବେ ଯେ, ଏହି ପାହାଡ଼ ଗଙ୍ଗା ପ୍ଲେନକୁ ମରଭୂମି ହେବାରେ ଏକମାତ୍ର ବାଧକ ଅଟେ ।

ନିର୍ଦ୍ଦେଶର ଗୁରୁତ୍ୱପୂର୍ଣ୍ଣ ଦିଗ

  • ଖଣି ପାଇଁ ଉପଯୁକ୍ତ କ୍ଷେତ୍ର ଚିହ୍ନଟ କରନ୍ତୁ
  • ପରିବେଶ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରନ୍ତୁ
  • ସଂରକ୍ଷଣ ପାଇଁ ପ୍ରାଥମିକତା କ୍ଷେତ୍ରର ଅନ୍ୱେଷଣ କରନ୍ତୁ
  • ଯୋଜନାରେ ପରିବେଶଗତ ପ୍ରଭାବକୁ ମଧ୍ୟ ସାମିଲ କରାଯିବା ଉଚିତ
  • ଇକୋଲୋଜିକଲ କ୍ୟାପାସିଟିର ଏକ ବିଶ୍ଳେଷଣକୁ ସାମିଲ କରନ୍ତୁ
  • ମାଇନିଂ ପରେ ପୁନରୁଦ୍ଧାର ଏବଂ ପୁନର୍ବାସ ପାଇଁ ପଦକ୍ଷେପ ନିଆଯିବା ଉଚିତ

ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆରାବଳୀ ପର୍ବତ ଶୃଙ୍ଖଳା ଅନେକ ଚାପର ସାମନା କରୁଛି । ଜଙ୍ଗଲ କଟା, ବେଆଇନ ଓ ଅଧିକ ମାତ୍ରା ମାଇନିଂ ଓ ସହରୀକରଣ ଇକୋସିଷ୍ଟମକୁ ଅଧିକ କ୍ଷତି ପହଞ୍ଚାଉଛି । ଆରାବଳୀର ପାହାଡ ଓ ପର୍ବତ ଶୃଙ୍ଖଳାରେ ଅନେକ ବାୟୋଡାଭର୍ସିଟି ରହିଛି । ଏଥିରେ ୨ ବନ୍ୟଜୀବ ଅଭୟାରଣ୍ୟ, ୪ଟି ବ୍ୟାଘ୍ର ସଂରକ୍ଷଣ, କେବଲାଦେବ ନ୍ୟାସନାଲ୍ ପାର୍କ, ଟି ଆଦ୍ରଭୂମି ଅଞ୍ଚଳ ଏବଂ ଚମ୍ୱଲ, ସାବରମତୀ, ଲୁନୀ, ମାହୀ ଓ ବନାସ ପରି ନଦୀ ସିଷ୍ଟମକୁ ରିଚାର୍ଜ କରୁଥିବା ଆକ୍ୱିଫର୍ ସାମିଲ ରହିଛି ।