LIVE TV
LIVE TV

ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ ପାଇଁ ଅତିରିକ୍ତ ବଜେଟ୍:କେଉଁଥିରେ ଖର୍ଚ୍ଚ ହେବ କେତେ ?

NEWS7
indias-first-private-rocket-ready-to-launch

ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନରେ ରାଜ୍ୟ ସରକାର କ୍ରୀଡ଼ା ଓ ଯୁବ ସେବା ପାଇଁ ୧୩୨୦ କୋଟି ବ୍ୟୟବରାଦ ହୋଇଛି। ଏଥିରେ ପିଏମ ପୋଷଣରେ ୩୯୨ କୋଟି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୨୦ କୋଟି, ସମଗ୍ର ଶିକ୍ଷା ଓ ରାଜ୍ୟ ସହାୟତା ବାବଦକୁ ୩୦୭ କୋଟି,ଅନୁଦାନ ପ୍ରପ୍ତା ବେସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ୨୦୭ କୋଟି, ଓ ବେସରକାରୀ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ପାଇଁ ୧୨୧ କୋଟି,ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ ୭୧ କୋଟି, ଶିକ୍ଷା ଅଧିକାର ଆଇନ୍ ଅଧୀନରେ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ପ୍ରତି ଶିଶୁ ପିଛା ଖର୍ଚ୍ଚର ଭରଣା ପାଇଁ ୭୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ସେହିପରି ନବମ ଓ ଦଶମ ଭେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ପୁସ୍ତକ ଯୋଗାଣ ପାଇଁ ୫୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ପଞ୍ଚସଖା ଶିକ୍ଷା ସେତୁ ଯୋଜନା ପାଇଁ ୫୧ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ନିରୀକ୍ଷଣ ଅଧିକାରୀଙ୍କ ପ୍ରଶିକ୍ଷଣ ପାଇଁ ୪୭ କୋଟି, ମୁଖ୍ୟମନ୍ତ୍ରୀ ଛାତ୍ର ପରିଧାନ ଯୋଜନା ପାଇଁ ୧୯ କୋଟି ବ୍ୟୟବରାଦ ହୋଇଛି। PM-JANMAN ଅଧୀନରେ ୧୮୮ କୋଟି। ଯୋଗ୍ୟ ବେସରକାରୀ କଲେଜ ପାଇଁ ୯୮ କୋଟି। ବେସରକାରୀ କଲେଜ ଗୁଡିକର ଭିତ୍ତି ଭୂମି ବିକାଶ ପାଇଁ ୫୦ କୋଟି, ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକିରେ ସୂଚନା ଏବଂ ଇ-ଗଭର୍ଣ୍ଣନାନ୍ସ ଅଧୀନରେ ୩୭ କୋଟି, ସରକାରୀ କଲେଜ ପାଇଁ ୨୬ କୋଟି ଟଙ୍କା ଆବଣ୍ଟିତ କରାଯାଇଛି।

ସେହିଭଳି ଶକ୍ତିଶୀ ଯୋଜନାରେ ୧୫ କୋଟି ଟଙ୍କା, ବିଶ୍ୱ ବ୍ୟାଙ୍କ ସହାୟତାର ଓଡ଼ିଶାର ଉଚ୍ଚଶିକ୍ଷାକୁ ସୁଦୃଢ଼ କରିବାକୁ ୧୩ କୋଟି, ରାଷ୍ଟ୍ରୀୟ ଉଚ୍ଛତର ଶିକ୍ଷା ଅଭିଯାନ (RUSA) ଅଧୀନରେ ୯୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। PM-SETU (ପ୍ରଧାନମନ୍ତ୍ରୀ ସ୍କଲିଂ ଆଣ୍ଡ ଏମ୍ପ୍ଲୋୟବିଲିଟି ଟ୍ରାନ୍ସଫରମେସନ ଥ୍ରୋ ଅପଗ୍ରେଡେଡ ଆଇଟିଆଇ) ଅଧୀନରେ ୪୨ କୋଟି ଟଙ୍କା ବୟ ବରାଦ କରାଯାଇଛି।