News7 Logo

ପେମେଣ୍ଟ ନକରି ଚାଲିଗଲେ ଦୁଇଟି ପରିବାର , ଭାରତୀୟ ରେଷ୍ଟୁରାଣ୍ଟର ୨୩,୦୦୦ ଟଙ୍କାର କ୍ଷତି … ସୋସିଆଲ ମିଡ଼ିଆରେ ଭାଇରାଲ ବିଲ୍‌ ରିସିଫ୍ଟ

NEWS7

ନୂଆଦିଲ୍ଲୀ : ଗ୍ରେଟର ମାଞ୍ଚେଷ୍ଟରରେ ଏକ ଅଜବ ଧରଣର ଘଟଣା ଘଟିଛି। ଏଠାରେ ଏକ ରେଷ୍ଟୁରାଣ୍ଟରେ ଭୋଜନ କରିବା ପରେ ସ୍ଥାନୀୟ ଅଞ୍ଚଳର ଦୁଇଟି ପରିବାର ଚାଲି ଯାଇଥିଲେ। ଯାହା ଫଳରେ ରେଷ୍ଟୁରାଣ୍ଟର ମାଲିକଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ସେମାନେ ୨୦୦ ଜିବିପିରୁ (ଯାହା ପାଖାପାଖି ୨୩,୮୦୦ଟଙ୍କା ସହ ସମାନ ) ଅଧିକ ବିଲ୍ ନଦେଇ ଚାଲି ଯାଇଥିଲେ। ଉକ୍ତ ଘଟଣାଟି ରମଣ କୌର ଏବଂ ନରିନ୍ଦର ସିଂହ ଆଥୱାଙ୍କ ଦ୍ୱାରା ପରିଚାଳିତ ଏକ ରେଷ୍ଟୁରାଣ୍ଟ ସାଇ ସୁରଭିରେ ଘଟିଛି। ଏହାପରେ ଏହି ଦମ୍ପତି ସୋସିଆଲ ମିଡିଆରେ ଏହି ଘଟଣାକୁ ବିସ୍ତୃତରେ ବର୍ଣ୍ଣନା କରିଛନ୍ତି। ପେମେଣ୍ଟ ହୋଇ ନଥିବା ବିଲ୍‌ ରସିଦର ଏକ ଚିତ୍ର ସେୟାର ସେ କରି ଥିଲେ, ଯେଉଁଥିରେ ଏହାର ପରିମାଣ ୨୦୦ ଜିବିପି ଲେଖା ଯାଇଛି।

ମନି କଣ୍ଟ୍ରୋଲ ଡଟ୍‌ କମ୍‌ ରେ ପ୍ରକାଶିତ ସୂଚନା ଆଧାରରେ, ଦୁଇଟି ପରିବାରର ଏକ ଗ୍ରୁପ୍, ଯେଉଁଥିରେ ଥିଲେ - ଚାରି ଜଣ ବୟସ୍କ ଓ ଚାରି ଜଣ ଛୋଟ ପିଲା-ସେମାନେ ଶନିବାର ରାତିରେ ରେଷ୍ଟୁରାଣ୍ଟକୁ ଆସି ଥିଲେ। ସେମାନେ କହିଥିଲେ ଯେ, ଭୋଜନ ସମୟରେ ରେଷ୍ଟୁରାଣ୍ଟ କର୍ମଚାରୀ ଭଲ ବ୍ୟବହାର କରି ଥିଲେ, ଭଲରେ ଖାଦ୍ୟ ପରସି ଥିଲେ। ମାଲିକ ଆହୁରି ମଧ୍ୟ କହିଛନ୍ତି- ପିଲାମାନେ ଏପଟସେପଟ ଦୌଡ଼ିବାର ହଙ୍ଗାମା ବ୍ୟତୀତ, ଆମକୁ କୌଣସି ଅସୁବିଧା ହୋଇ ନାହିଁ। ସେମାନେ ରେଷ୍ଟୁରାଣ୍ଟର ଖାଦ୍ୟ, ସେବା, ସାଜସଜ୍ଜା, ସବୁକିଛିର ପ୍ରଶଂସା କରିଥିଲେ। ବିଲ୍ ଦେବା ବେଳେ ଅସୁବିଧା ଉପୁଜିଲା। ଦୁଇ ପରିବାର ବିଭିନ୍ନ କାର୍ଡ ବ୍ୟବହାର କରିବାକୁ ଚେଷ୍ଟା କଲେ ଏବଂ ଟଙ୍କା ପଠାଇବା ପାଇଁ ଅନ୍ୟ ଲୋକଙ୍କୁ ଯୋଗାଯୋଗ କଲେ, ହେଲେ କେହି ଦେଇ ନଥିବା ରେଷ୍ଟୁରାଣ୍ଟ କହି ଥିଲା। ଶେଷରେ ପରିସ୍ଥିତି ଏମିତି ହେଲା ଯେତେବେଳେ ଦୁଇ ପରିବାର ସ୍ୱୀକାର କଲେ ଯେ, ସେମାନେ ପେମେଣ୍ଟ ଦେବାର ଆଉ କୌଣସି ଉପାୟ ନାହିଁ। ସେମାନେ ଭୟଭୀତ ହୋଇଗଲେ ଏବଂ ଦୁଇ ଜଣ ବ୍ୟକ୍ତି କହିଲେ , ଆମେ ଦୁଃଖିତ, ଆମର ଦେୟ ଦେବାର କୌଣସି ଉପାୟ ନାହିଁ।

ଯେତେବେଳେ ହୋଟେଲ ମାଲିକ ପରିଚୟପତ୍ର ମାଗିଲେ, ସେମାନେ ମଧ୍ୟ କିଛି ଦେଖାଇ ପାରିଲେ ନାହିଁ। ନଗଦ ନାହିଁ କି କିଛି ନାହିଁ କହିଲେ। ରେଷ୍ଟୁରାଣ୍ଟ ଛାଡ଼ିବା ପୂର୍ବରୁ, ସେହି ଭୋଜନ କରିଥିବା ଲୋକେ ଗୋଟିଏ ନାମ ଓ ଫୋନ୍ ନମ୍ବର ଦେଲେ , କ୍ଷମା ମାଗିଲେ ଏବଂ ପ୍ରତିଶ୍ରୁତି ଦେଲେ ଯେ, ସେମାନେ ସେମାନଙ୍କ ମଜୁରୀ ପାଇବା ପରେ ପର ଦିନ ଦେୟ ଦେବେ। ଯଦି ଟଙ୍କା ନମିଳେ ତେବେ ସେମାନେ ରେଷ୍ଟୁରାଣ୍ଟକୁ ସିସିଟିଭି ଚିତ୍ର ଗଣମାଧ୍ୟମରେ ସେୟାର କରିବାକୁ ମଧ୍ୟ କହିଥିଲେ। ଏହି ଦମ୍ପତି ୨୦୦ ଜିବିପି ରେଷ୍ଟୁରାଣ୍ଟ ମାଲିକଙ୍କ ବ୍ୟବସାୟରେ କି ପ୍ରଭାବ ପକାଇ ଥିଲା ତାହା ଉପରେ ଦର୍ଶାଇ ଥିଲେ। ସେମାନେ ୨୦୦ ପାଉଣ୍ଡ ବିଲ୍ ନଦେଇ ଚାଲିଯିବା ଆମ ରେଷ୍ଟୁରାଣ୍ଟ ପାଇଁ ଏକ ବଡ଼ କ୍ଷତି। କାରଣ କର୍ମଚାରୀମାନଙ୍କୁ ଦରମା ଦେବା, କିମ୍ବା ଆମର ବିଲ୍ ଦେବ, କିମ୍ବା ଷ୍ଟକ୍ ପାଇଁ ଦେବା , ଏସବୁ ସେହି ୨୦୦ ପାଉଣ୍ଡରେ ହୋଇଥାନ୍ତା। ଏହି ପୋଷ୍ଟଟି ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହୋଇଛି। ଅନଲାଇନରେ ଅନେକ ପ୍ରତିକ୍ରିୟା ଆସିଛି। ଅନେକ ୟୁଜର ସଂପୃକ୍ତ ମାଲିକଙ୍କୁ ସିସିଟିଭି ଜାରି କରିବାକୁ କିମ୍ବା କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିବାକୁ ଅନୁରୋଧ କରିଛନ୍ତି।